ନୂଆଦିଲ୍ଲୀ: ଫେଡେରାଲ୍ କଣ୍ଟିଜେନ୍ସି ଫୋର୍ସର ମୁଖ୍ୟ ସୋମବାର ଦିନ କହିଛନ୍ତି ଯେ, ସ୍ଥିତିକୁ ଦେଖି ସମୁଦାୟ ୩୭ଟି ଏନଡିଆରଏଫ ଟିମକୁ ମାଡି ଆସୁଥିବା ବାତ୍ୟା ‘ଅମ୍ଫାନ୍’ର ମୁକାବିଲା ପାଇଁ ନିୟୋଜିତ କରାଯାଇଛି | ଗତକାଲି ୧୭ଟି ଟିମକୁ ମୁକାବିଲା କାର୍ଯ୍ୟରେ ନିୟୋଜିତ କରାଯାଇଥିବା ବେଳେ ଆଜି ଆଉ ୨୦ଟି ଟିମକୁ ଏହି ଅପରେସନ୍ରେ ସାମିଲ କରାଯାଇଛି |
ଜାତୀୟ ବିପର୍ଯ୍ୟୟ ମୁକାବିଲା ବଳ (ଏନଡିଆରଏଫ)ର ମହାନିର୍ଦ୍ଦେଶକ ଏସ.ଏନ. ପ୍ରଧାନ ଏକ ଭିଡିଓ ବାର୍ତ୍ତାରେ କହିଛନ୍ତି ଯେ, ବିପର୍ଯ୍ୟୟ ମୂଳକ ପରିସ୍ଥିତିର ମୁକାବିଲା ପାଇଁ ଏହି ବଳ ସମ୍ପୂର୍ଣ୍ଣ ଅତ୍ୟାଧୁନିକ ଯନ୍ତ୍ରପାତି ଏବଂ ଉପକରଣ ସହିତ ପ୍ରସ୍ତୁତ ହୋଇଛି | ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ବାତ୍ୟାର ଅପଡେଟ ରିପୋର୍ଟ ପାଇବା ପରେ ଆମର ସମସ୍ତ ଟିମ ସଜାଗ ରହିଛନ୍ତି | ପଶ୍ଚିମବଙ୍ଗ ଏବଂ ଓଡିଶାରେ ଏନଡିଆରଏଫ ଦ୍ୱାରା ମୋଟ ୩୭ଟି ଟିମ୍ ନିୟୋଜିତ ହୋଇଛନ୍ତି, ସେଥିମଧ୍ୟରୁ ୨୦ ଟି ଟିମ୍ ସକ୍ରିୟ ଭାବରେ ନିୟୋଜିତ ହୋଇଛନ୍ତି ଏବଂ ୧୭ ଟି ଏହି ଦୁଇ ରାଜ୍ୟରେ ଷ୍ଟାଣ୍ଡବାଏ ଭାବେ ଅଛନ୍ତି।
ବର୍ତ୍ତମାନ ବାତ୍ୟା ସହ କୋଭିଡ-୧୯ ସହ ମଧ୍ୟ ଆମକୁ ମୁକାବିଲା କରିବାର ଅଛି | ସେ ନେଇ ଏନଡିଆରଏଫ ଦଳକୁ ଉଭୟ-ବାତ୍ୟା ଓ କୋଭିଡ-୧୯ ପାଇଁ ଲୋକଙ୍କୁ ସଚେତନ କରାଇବାକୁ ପ୍ରସ୍ତୁତ କରାଯାଇଛି। | ସମ୍ଭାବ୍ୟ ପ୍ରଭାବିତ ଅଞ୍ଚଳରୁ ସକ୍ରିୟ ସ୍ଥାନାନ୍ତର ପାଇଁ ଆମେ ସ୍ଥାନୀୟ ପ୍ରଶାସନ ସହ ସମନ୍ୱୟ ରକ୍ଷା କରୁଛୁ ବୋଲି ସେ କହିଛନ୍ତି।