କୋଣାର୍କ : କୋଣାର୍କ ରେଞ୍ଜ ଅଧିନ ଭଗବତୀ ଜଙ୍ଗଲ ମଧ୍ୟ ରୁ ଶନିବାର ପୂର୍ବାହ୍ନ ରେ ଏକ ସାତ ବର୍ଷୀୟ ଅଣ୍ଡିରା ହରିଣ କୁ ବୁଲା କୁକୁର କାମୁଡିବା ଦ୍ଵାରା ତାର ମୃତ୍ୟୁ ଘଟିଥିବା ଜଣାପଡିଛି। ଲକଡା଼ଉନ ଯୋଗୁଁ ଅଞ୍ଚଳ ସୁନସାନ ଥିବାରୁ ହରିଣ ଜଙ୍ଗଲ ରେ ଖାଦ୍ୟ ଓ ପାଣି ନ ପାଇ ସହର ମୁହଁ। ହୋଇ ରାସ୍ତାକୁ ଚାଲିଆସିଥିଲା ଏହି ସମୟରେ ସେଠାରେ ଥିବା ବୁଲା କୁକୁର ମାନେ ହରିଣ କୁ ଗୋଡ଼ାଇ କାମୁଡି ତାର ପେଟ ପିଠି ଓ ପଛ ଫଡ଼ିଆ କୁ କାମୁଡି ରକ୍ତାକ୍ତ କରିଥିଲେ। ଫଳ ରେ ହରିଣ ଟି ର ଜୀବନ ଚାଲିଯାଇଥିଲା
କୋଣାର୍କ ବନ ବିଭାଗ ର ଚରମ ଅବହେଳା ଏବଂ ଜଙ୍ଗଲ ରେ ହରିଣ ଙ୍କ ପାଇଁ ପ୍ରଚୁର ପରିମାଣରେ ଖାଦ୍ୟ ଜଳ ର ସୁବିଧା ନଥିବାରୁ ଏଭଳି ଘଟଣାମାନ ବାରମ୍ବାର ଘଟୁଥିବା ଜଣାପଡୁଛି।