କୋଣାର୍କ,ସବ୍ୟୁ, ପ୍ରତି ବର୍ଷ ଭଳି ଚଳିତ ବର୍ଷ ଜୁଲାଇ ୧ତାରିଖ ରେ କୋଣାର୍କ ବନବିଭାଗ ପାଳନ କରିଛି ୭୧ତମ ବନମହୋତ୍ସବ। ଏହି ଅବସରରେ ବନ ବିଭାଗ ପକ୍ଷରୁ ବୁଧବାର ସକାଳେ କୋଣାର୍କ ଜବାହାରନବଦୟ ବିଦ୍ୟାଳୟ ପରିସରରେ ବନାଧିକାରୀ ବେଣୁଧର ବେହେରାଙ୍କ ନେତୁତ୍ୟ ରେ ବନପାଳ ବିଜୟ ଲଷ୍ମୀ ବଳ, ବନରକ୍ଷୀ ରବୀନ୍ଦ୍ର କୁମାର ସ୍ୱାଇଁ,ଜବାହାରନବଦୟ ବିଦ୍ୟାଳୟର ଅଧ୍ୟକ୍ଷ ଡି. ମାଲେଶ୍ୱର ରାଓ,ଶିଷକ ସନ୍ତୋଷ କୁମାର ରଥ ଓ ଲଷ୍ମୀଧର ମଲ୍ଲିକ ପ୍ରମୁଖ ଉପସ୍ଥିତ ହୋଇ ବିଦ୍ୟାଳୟ ପରିସରରେ ସମାନତା ରଖି ମିଳିତ ଭାବେ ବିଭିନ୍ନ କିସମର ବୃକ୍ଷ ରୋପଣ କରିଥିଲେ।ଏହି ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ସହକାରୀ ବନ ସଂରକ୍ଷଣ ଶ୍ରୀକାନ୍ତ ବେହେରା ଯୋଗଦେଇ ଅଂଚଳରେ ବ୍ୟାପକ ବୃକ୍ଷ ରୋପଣ କରିବା ପାଇଁ ସରକାରଙ୍କ ତରଫରୁ ସମସ୍ତ ସହଯୋଗକରିବା ସହ ଅଂଚଳ ବାସୀଙ୍କୁ ବନବିଭାଗ ତରଫରୁ ମାଗଣାରେ ପ୍ରାୟ ୨ଲକ୍ଷ ର ବିଭିନ୍ନ ପ୍ରକାର ଚାରା ଆଗାମିଦିନରେ ଯୋଗାଇ ଦିଆଜିବବୋଲି ସେ ସୂଚନା ପ୍ରଦାନ କରିଥିଲେ।