Odisha news

ଆସିକା : ଜିଲ୍ଲାପାଳ ଙ୍କ କରୋନା ପରିସ୍ଥିତି ସମୀକ୍ଷା ପଞ୍ଚାୟତ ପ୍ରତିନିଧି ସହ ଆଲୋଚନା

0

ଆସିକା : ଆସିକା ବ୍ଲକ ରେ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ  ଗୁରୁବାର ପୂର୍ବାହ୍ନ ରେ ପହଞ୍ଚି ଆସିକା ରେ କରୋନା ପରିସ୍ଥିତି ର  ସମୀକ୍ଷା ସହ ପଞ୍ଚାୟତ ପ୍ରତିନିଧି ଓ ସରପଞ୍ଚଙ୍କ ସହ ଆଲୋଚନା କରି ଫେରିଛନ୍ତି। ଆସିକା ସମେତ ଜିଲ୍ଲାରେ କରୋନା ପରିସ୍ଥିତି ଜଟିଳ ହେଉଥିବା ହୃଦବୋଧ କରାଇ ସମସ୍ତ କର୍ମଚାରୀ ଓ ନିର୍ବାଚିତ ପ୍ରତିନିଧି ମାନଙ୍କ ଗୁରୁ ଦାୟିତ୍ୱ ବଢିଯାଇଛି ବୋଲି ସେ ସୂଚାଇ ଥିଲେ। ଏବେ ସତର୍କର ବେଳ ଆସିଯାଇଛି।

ଏଣୁ ଲୋକଙ୍କ ଉପରେ ନରାଗି ନିୟମ ଓ କଟକଣାକୁ ବୁଝାଇବାକୁ ପଡିବ।ଘରେ ଘରେ ନିୟୋଜିତ କର୍ମୀ ପହଞ୍ଚି କରୋନା ଲକ୍ଷଣ ଯାଞ୍ଚ କରିବେ ଓ ସୁଚନା ଦେବେ।ସେମିତି ମାସ୍କ ପିନ୍ଧିବା,ଦୂରତା ବଜାୟ ରଖିବା, ହାତ ଧୋଇବା ସହ ଅନାବଶ୍ୟକ ସ୍ଥଳେ ଘରୁ ବାହାରକୁ ଯିବା ବାରଣ କରିବା କାର୍ଯ୍ୟକୁ ସହାନୁଭୂତି ସହ କରିବାକୁ ଜିଲ୍ଲାପାଳ ନିର୍ଦ୍ଧେଶ ଦେଇଥିଲେ।ଆଲୋଚନାରେ ଭଞ୍ଜନଗର ଉପ-ଜିଲ୍ଲାପାଳ ରାଜେନ୍ଦ୍ର କୁମାର ମିଞ୍ଜ,ତହସିଲଦାର ସଦାନନ୍ଦ ସେଠି, ଅତିରିକ୍ତ ବି ଡ଼ି ଓ ପ୍ରଦୀପ କୁମାର ପଣ୍ଡା,ଏନ ଏ ସି କାର୍ଯ୍ୟନିର୍ବାହୀ ଅଧିକାରୀ ଅଶୋକ କୁମାର ପଣ୍ଡା,ମହିଳା ଓ ଶିଶୁ ସମନ୍ୱୟ ଅଧିକାରୀ ଭାରତୀ ମହାପାତ୍ର,ବ୍ଲକ ଅଧ୍ୟକ୍ଷ ହରେକୃଷ୍ଣ ମଳିକ, ଏବଂ ବିଭିନ୍ନ ବିଭାଗର ବହୁ ଅଧିକାରୀ ସହ ସମସ୍ତ ପଞ୍ଚାୟତ ସରପଂଚ ଓ ପ୍ରତିନିଧିମାନେ ଉପସ୍ଥିତ ଥିଲେ।

କେଵଳ ଅତ୍ୟାବଶ୍ୟକ କାର୍ଯ୍ୟରେ ବ୍ୟବହୃତ ଗାଡିକୁ ଛାଡିଦେଲେ ଦୁଇ ଚାକିଆ ଯାନ ,ଅଟୋ,ଟେକ୍ସି ଉପରେ କଡା ନଜର ରଖିବାକୁ କହିଥିଲେ। ବିଭିନ୍ନ ବ୍ୟବସାୟ ଅନୁଷ୍ଠାନ ଗୁଡିକରେ ଯଦି କଟକଣାକୁ ମାନୁ ନାହାନ୍ତି ତାହାହେଲେ ତାଙ୍କୁ ଫାଇନ କରିବେ ଏବଂ ଯଦି ବାରମ୍ବାର ଏହା ପରିଲକ୍ଷିତ ହେଲେ କେଶ ଦାୟର କରିବାକୁ ନିର୍ଦ୍ଧେଶ ଦେଇଛନ୍ତି।ସେଭଳି ଏନ ଏ ସି ହେଉ କିମ୍ବା ଗ୍ରାମରେ ଟ୍ରେସିଂ,ଟେଷ୍ଟିଙ୍ଗ,ସଚେତନ ଓ କଟକଣା କୁ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ଦେଇଥିଲେ।  କରୋନା ଚେନ ଭାଙ୍ଗିବା ପାଇଁ ଲୋକଙ୍କ ଉପରେ ନରାଗି ତାଙ୍କୁ ବୁଝାଇ ବାକୁ ପଡିବ।ଏଥି ପାଇଁ ନିର୍ବାଚିତ ପ୍ରତିନିଧି ଙ୍କ ସମେତ ଜରୁରୀ ସେବା ଯୋଗାଉଥୁବା ବିଭାଗୀୟ କର୍ମଚାରୀ ଓ ଅଧିକାରୀ ଙ୍କ ଅଧିକ ଗୁରୁ ଦାୟିତ୍ୱ ରହିଛ।ବିଶେଷ କରି ମହିଳା ଓ ଶିଶୁ  ସମନ୍ୱୟ ଏଥିପ୍ରତି ଅଧିକ ଗୁରୁତ୍ୱ ଦେବାକୁ କହିଥିଲେ।ଏଣୁ ସମସ୍ତେ ମିଶି କରୋନା ଚେନ ଭାଙ୍ଗିବାରେ ଲାଗିପଡିବା ଏବଂ ଏଥିରେ ବିଜୟ ପାଇବା ନିଶ୍ଚିତ ବୋଲି ସଂକଳ୍ପ କରାଇଥିଲେ  ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ।

Nalco

Leave A Reply