Odisha news

ଡଙ୍କାରୀ ପାହାଡରେ ଚାଲିଛି ରାତିଅଧିଆ ଲୁଟ, ଡିନାମଇଟ ଶବ୍ଦରେ ଲୋକେ ଅତଙ୍କିତ

0

ଧର୍ମଶାଳା,୨ା୭ :  ଧର୍ମଶାଳା ତହସିଲ ଅନ୍ତର୍ଗତ ବହୁ ର୍ଚ୍ଚିତ ଡଙ୍କାରୀ କଳାପଥର ଖାଦାନରେ ଲିଜ ବାତିଲ ଥିବା ବେଳେ ଏବେ ମାଫିଆମାନେ ରାତିରେ ବ୍ଲାଷ୍ଟିଂ କରି ଫତର ଉତୋଳନ କରୁଥିବା ଜଣାପଡିଛି । ରାତି ୧୧ ଟା ପରେ ସମଗ୍ର ଡଙ୍କାରୀ ପାହାଡରେ ମାଫିଆଙ୍କ ରାଜୁତି ଆରମ୍ଭ ହୋଇଯାଇଛି । ଡି୍ରଲ ମାଧ୍ୟମରେ ବଡ ବଡ ହୋଲ ମାନ କରି ସେଥିରେ ଡିନାମାଇଟ ଦେଇ ବଷ୍ଫୋରଣ କରି ପଥର ଉତୋଳନ କରୁଛନ୍ତି ।

ରାତିରେ ଏହି ବଷ୍ଫୋରଣ ହେବା ବେଳେ ଏହାର ଆଖପାଖ ୧୦ କିଲୋମିଟର ବ୍ୟାସାର୍ଦ୍ଧରେ ପ୍ରଚଣ୍ଡ ଶବ୍ଦ ହେବା ଫଳରେ ଲୋକେ ଆତଙ୍କିତ ହୋଇପଡୁଛନ୍ତି । ଅନେକ ସ୍ଥାନରେ ପକ୍କାଘର ଫାଟି ଯାଉଥିବା ବେଳେ କାଚ ଝରକା ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି ।

ସୂଚନା ଯୋଗ୍ୟ ଯେ ଡଙ୍କାରୀ ପାହାଡରେ ୬ହଜାର କୋଟି ଟଙ୍କା ବ୍ୟୟରେ ଏକ ବୃହତ ତୈଳ ପ୍ରକଳ୍ପ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ସ୍ଥିର କରାଯାଇଛି । ଏଥି ପାଇଁ ଗତ ବର୍ଷ ଠାରୁ ଏହି ପହାଡରେ ଲିଜ ବାତିଲ କରାଯାଇଛି । ମାତ୍ର ଏଠାରେ ତୈଳ ପ୍ରକଳ୍ପର କଯ୍ୟ ଆରମ୍ଭ ହୋଇ ନଥିବାରୁ ଏହାର ସୁଯୋଗ ନେଇ ମାଫିଆମାନେ ରାତିରେ କଳାପଥର ଉତୋଳନ କରି ହାଇୱା ଗାଡିରେ ଶହ ଶହ ଟନ ପଥର ଚୋରା ଚାଲାଣ କରୁଛନ୍ତି । ଯାହାଫଳରେ ସରକାର କୋଟି କୋଟି ଟଙ୍କାର ରାଜସ୍ୱ ହରାଉଥିବା ବେଳେ ମାଫିଆ ମାଲେମାଲ ହେଉଛନ୍ତି । ଏଥିପ୍ରତି ଜିଲ୍ଲାପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି ।

Leave A Reply

Your email address will not be published.