ବୋରିଗୁମ୍ମା : ଗତ ଜୁନ ୩୦ତାରିଖରେ କୋରାପୁଟ ଜିଲ୍ଲାରେ ମୋଟ ୧୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବୋରିଗୁମ୍ମା ସହର ରୁ ଜଣେ ବ୍ୟକ୍ତି କରୋନା ଚିହ୍ନଟ ହୋଇଥିଲେ। ସେ ବୋରିଗୁମ୍ମା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ରେ କାମ କରୁଛନ୍ତି। କରୋନା ଆକ୍ରାନ୍ତ ଙ୍କ ବୟସ ୫୮ ବର୍ଷ। ଗତ କିଛି ଦିନ ତଳେ ନିଜର ଆଖି ଅପେରେସନ ପାଇଁ ବ୍ରହ୍ମପୁର ଯାଇଥିଲେ। ସେଠାରେ ଏକ ଘରୋଇ ଚିକିତ୍ସାଲୟ ରେ ଚିକିତ୍ସିତ ହେଉଥିଲେ। ଗତ ୨୪ ତାରିଖ ଦିନ ବୋରିଗୁମ୍ମା ଫେରିଥିଲେ। ବୋରିଗୁମ୍ମା ଫେରିବା ପରେ ତାଙ୍କ ସ୍ୱାବ ଟେଷ୍ଟ କରାଯାଇଥିଲା ।
କୋରାପୁଟ ଜିଲ୍ଲାପାଳ କହିଛନ୍ତି ଯେ ବୋରିଗୁମ୍ମା ରେ କରୋନା ଆକ୍ରାନ୍ତ ବ୍ୟକ୍ତି ବ୍ରହ୍ମପୁର ରୁ ସଂକ୍ରମିତ ହୋଇ ଫେରିଛନ୍ତି। ଦୀର୍ଘ ତିନି ମାସର ଲକ ଡାଉନ ପରେ ବୋରିଗୁମ୍ମା ରେ ପ୍ରଥମ କରୋନା ଚିହ୍ନଟ ହୋଇଛି। ପୋଲିସ ଓ ପ୍ରଶାସନ କରୋନ ସନ୍ଦିଗ୍ଧ ରହୁଥିବା ଭେଙ୍କଟନଗର କୁ କଣ୍ଠେନମେଣ୍ଟ ଯୋନ , ଦଳେଇ ସାହି ଓ ମେରିଆ ମାର୍ଗ କୁ ବୋଫର୍ ଯୋନ ଭାବେ ଘୋଷଣା କରିଛନ୍ତି। ପ୍ରଶାସନ ପକ୍ଷରୁ ବେରିକେଟ କରାଯାଇ ସିଲ କରାଯାଇଛି । ତେବେ ଭେଙ୍କଟନଗର କୁ କଣ୍ଠେନମେଣ୍ଟ ଯୋନ ଘୋଷଣା କରିବାର ଆଜକୁ ତିନି ଦିନ ବିତିଯାଇଥିବା ବେଳେ ଅତି ଆବଶ୍ୟକ ଜିନିଷ ତଥା ଦୁଗ୍ଧ,କିରାଣୀ ସଉଦା ଓ ପନିପରିବା ନିମନ୍ତେ କୌଣସି ବ୍ୟବସ୍ଥା କରା ଯାଇନଥିବା ଦେଖିବାକୁ ମିଳିଛି।
ଏହାକୁ ନେଇ ସ୍ଥାନୀୟ ସରପଞ୍ଚ,ବିଡ଼ିଓ ଓ ଜିଲ୍ଲାପାଳ ଙ୍କୁ ଭେଙ୍କଟନଗର ବାସି ଫୋନ୍ ମାଧ୍ୟମରେ ସୂଚନା ଦେଇଛନ୍ତି l ତଥାପି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବା ଦେଖିବାକୁ ମିଳିଛି। ତେବେ ବୋରିଗୁମ୍ମା ର ବ୍ୟବସ୍ଥା କୁ ଦେଖି ସାରା ଜିଲ୍ଲାରେ କରୋନା କୁ ନେଇ ପ୍ରଶାସନ କେତେ ପ୍ରସ୍ତୁତ ଓ ତତ୍ପର ତାହା ଠିକ୍ ଅନୁମାନ କରାଯାଇପାରୁଛ।ସେହିଭଳି କୋରାପୁଟ ଜିଲ୍ଲା ପ୍ରଶାସନ ଜୁଲାଇ ମାସ ୩୧ ତାରିଖ ପର୍ଯ୍ୟନ୍ତ ସମସ୍ତ ଶନିବାର ଓ ରବିବାର ଦୁଇ ଦିନ ସଟ ଡାଉନ କରିବା ପାଇଁ ନିର୍ଦେଶନାମା ଜାରୀ କରିଛ। ଏଣୁ ଜିଲ୍ଲାର ସମସ୍ତ ସହର, ବଜାର ଶନିବାର ଓ ରବିବାର ଦିନ ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିବ। ଏଥିସହ ଜିଲ୍ଲାରେ ଶନିବାର ଓ ରବିବାର ହେବାକୁ ଥିବା ସାପ୍ତାହିକ ହାଟ ମଧ୍ୟ ବନ୍ଦ ରହିବ।