କୋଣାର୍କ – କୋଣାର୍କ ଥାନା ଅଧିନସ୍ଥ କାଦୁଆନୂଆଗାଁ ଗ୍ରାମପଞ୍ଚାୟତର ଧନୀତ୍ରି ଗ୍ରାମର ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ ଠାରେ ଓଡିଶା ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ କର୍ତୃପକ୍ଷଙ୍କ ନିର୍ଦ୍ଦେଶ କ୍ରମେ ପୁରୀ ଜିଲ୍ଲା ପ୍ରଶାସନ ଓ କାକଟପୁର ବ୍ଲକ ପ୍ରଶାସନ ସହଯୋଗରେ ଧନିତ୍ରୀ ବାତ୍ୟା ଆଶ୍ରୟସ୍ଥଳୀ ପରିଚାଳନା ଓ ରକ୍ଷଣାବେକ୍ଷଣ ସମିତି ଆନୁକୂଲ୍ୟରେ ସମିତିର ସଭାପତି ତଥା କାଦୁଆନୂଆଗାଁ ଗ୍ରାମପଞ୍ଚାୟତର ସରପଞ୍ଚ କୃଷ୍ଣ ଚନ୍ଦ୍ର ଜେନାଙ୍କ ଅଧ୍ୟକ୍ଷତାରେ ଏକ ଦିନିକିଆ ମକଡ୍ରିଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ବିଗତ ବର୍ଷ ମାନଙ୍କ ଭଳି ଚଳିତ ବର୍ଷ ବାତ୍ୟା ଓ ବନ୍ୟା ପୂର୍ବ ପ୍ରସ୍ତୁତି, ବାତ୍ୟା ଓ ବନ୍ୟା ସମୟର ପ୍ରସ୍ତୁତି ଓ ବାତ୍ୟା ବନ୍ୟା ପରବର୍ତ୍ତୀ ପ୍ରସ୍ତୁତି ସମ୍ପର୍କରେ ଆଶ୍ରୟ ସ୍ଥଳୀ ପରିଚାଳନା ସମିତିର କର୍ମକର୍ତ୍ତା, ଗଠିତ ଉଦ୍ଧାରକାରୀ ଦଳ, ଆଶୁ ଚିକିତ୍ସା କାରୀ ଦଳର କର୍ମକର୍ତ୍ତା ଓ ଗ୍ରାମବାସୀ ମାନଙ୍କୁ ବିଭିନ୍ନ ସଚେତନତା ସୃଷ୍ଟି ଉପରେ ଆଲୋକପାତ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ବନ୍ୟା ସମୟରେ ଗର୍ଭବତୀ ମହିଳା, ଶିଶୁ ଓ ବୃଦ୍ଧ ବୃଦ୍ଧା ମାନଙ୍କୁ ଷ୍ଟେଚର ସାହାର୍ଯ୍ୟରେ ଉଦ୍ଧାରର ଜ୍ଞାନ କୌଶଳ ପ୍ରଦର୍ଶିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ସମିତିର ସଂପାଦକ ତଥା ସାମାଜିକ କର୍ମୀ ଭାଗୀରଥୀ ସ୍ଵାଇଁ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନାର ବିଭିନ୍ନ ଦିଗ ସମ୍ପର୍କରେ ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମରେ ସାମାଜିକ ସଂଗଠନ ଆଶାର ପ୍ରତିନିଧି, ଆଶା, ଅଙ୍ଗନବାଡି କର୍ମୀ, ମହିଳା ଗୋଷ୍ଠୀର କର୍ମକର୍ତ୍ତା, ପରିଚାଳନା ସମିତିର କର୍ମକର୍ତ୍ତା ଓ ଗ୍ରାମର ଯୁବ ଗୋଷ୍ଠୀ ଓ ଗ୍ରାମବାସୀଙ୍କ ସମେତ ୧୦୦ଜଣ ପ୍ରତିଯୋଗୀ ମକଡ୍ରିଲ କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ।
