Odisha news

୮ବର୍ଷ ପରେ ମଧ୍ଯ ସଂପୂର୍ଣ୍ଣ ହୋଇପାରୁନି ସୁତନ ୩୩ ବିଦ୍ୟୁତ ସବଷ୍ଟେସନ, ୬ଗୋଟି ଗ୍ରାମରେ ଲୋ ଭୋଲଟେଜ ସମାସ୍ୟା, ଅସହ୍ୟ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଅତିଷ୍ଠ ୫୦ହଜାର ଉପଭୋକ୍ତା, ଉଚ୍ଚସ୍ତରୀୟ ତଦନ୍ତ ଦାବି ।

0
କୋଣାର୍କ – କୋଣାର୍କ ନିକଟସ୍ଥ ସୁତନ ଗ୍ରାମପଞ୍ଚାୟତର ୬ଗୋଟି ଗ୍ରାମକୁ ନିରବଛିନ୍ନ ବିଦ୍ୟୁତ ଯୋଗାଣ ନିମନ୍ତେ ୨୦୧୬ ମସିହା ଠାରେ ଓପିଟିସିଏଲ ମାଧ୍ୟମରେ ଆରମ୍ଭ କରାଯାଇଥିବା ସୁତନ ୩୩ ବିଦ୍ୟୁତ ସବଷ୍ଟେସନ କାର୍ଯ୍ୟ ବିଭାଗୀୟ ଦାୟିତ୍ବହୀନତା ଓ ଖାମଖିଆଲି ମନୋଭାବ ଯୋଗୁଁ ଦୀର୍ଘ ୮ବର୍ଷ ବିତିଯାଇଥିଲେ ମଧ୍ୟ ଅଧାପନ୍ତରିଆ ଭାବେ ପଡ଼ିରହିଥିବା ଯୋଗୁଁ ୫୦ ହଜାରରୁ ଊର୍ଦ୍ଧ୍ବ ବିଦ୍ୟୁତ ଉପଭୋକ୍ତା ଲୋ ଭୋଲଟେଜ ସମାସ୍ୟା ଯୋଗୁଁ ଗ୍ରୀଷ୍ମ ପ୍ରବାହ ଯୋଗୁଁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି। ଖବରରୁ ପ୍ରକାଶ ଯେ ଓପିଟିସିଏଲ ମାଧ୍ୟମରେ ସୁତନ ଠାରେ ୩୩କେଭି ବିଦ୍ୟୁତ ସବଷ୍ଟେସନ କାର୍ଯ୍ୟ ପାଇଁ ରାଜ୍ୟ ସରକାରଙ୍କ ବିଦ୍ଯୁତ ବିଭାଗ ପକ୍ଷରୁ ୬କୋଟି ଟଙ୍କା ମଞ୍ଜୁର କରାଯାଇଥିଲା। ଏହି ବିଦ୍ଯୁତ ସବଷ୍ଟେସନ କାର୍ଯ୍ୟ ୨୦୧୬ ମସିହା ଠାରୁ ଆରମ୍ଭ ହୋଇଥିଲା ବେଳେ ଅଦ୍ୟାବଧି ସଂପୂର୍ଣ୍ଣ ହୋଇପାରି ନାହିଁ। ଫଳରେ ଯେଉଁ ଲକ୍ଷ୍ୟ ନେଇ ଏହି ବିଦ୍ଯୁତ ସବଷ୍ଟେସନ ନିର୍ମାଣ କରିବା ପାଇଁ ରାଜ୍ୟ ସରକାର ଅର୍ଥ ବ୍ୟୟ ବରାଦ କରିଥିଲେ ତାହା ଫଳପ୍ରଦ ହେବା ଆଶଙ୍କା ପ୍ରକାଶ ପାଇଛି। ଏହି ବିଦ୍ଯୁତ ସବଷ୍ଟେସନ ନିର୍ମାଣରେ ଅହେତୁକ ବିଳମ୍ବ ଯୋଗୁଁ ସୁତନ, ତରକୋର, କାନପୁର, ଟିକନା, ହାଟୁଆଦଣ୍ଡା ଓ ଭିଙ୍ଗୁରାଡି ସମେତ ୧୦ରୁ ଉର୍ଦ୍ଧ୍ବ ଗ୍ରାମର ୫୦ହଜାର ବିଦ୍ୟୁତ ଉପଭୋକ୍ତା ଲୋ ଭୋଲଟେଜ ଭଳି ଗୁରୁତର ସମାସ୍ୟା ଦେଇ ଗତି କରୁଛି। ଫଳରେ ଗ୍ରୀଷ୍ମ ପ୍ରବାହ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଲୋ ଭୋଲଟେଜ ସମାସ୍ୟା ଯୋଗୁଁ ଜନସାଧାରଣ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସୁତନ ବିଦ୍ୟୁତ ସବଷ୍ଟେସନ କାର୍ଯ୍ୟ ଦୀର୍ଘ ୮ବର୍ଷ ଧରି ଚାଲିଥିବା ବେଳେ କେଉଁ କାରଣ ଓ ସମାସ୍ୟା ଯୋଗୁଁ ତାହା ସଂପୂର୍ଣ୍ଣ ହୋଇପାରୁନି ତାହା ଓପିଟିସିଏଲ ର ତଦାରଖ କରିବା ସହିତ ଅବହେଳା ନା କାର୍ଯ୍ୟ ଦାୟିତ୍ଵରେ ଥିବା ଠିକାଦାର ସଂସ୍ଥା ପ୍ରତି ଅହେତୁକ ଅନୁକମ୍ପା ତାହା ତଦନ୍ତ ସାପେକ୍ଷ। ସୁତନ ବିଦ୍ୟୁତ ସବଷ୍ଟେସନ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ସଂପୂର୍ଣ୍ଣ କରି ଲୋ ଭୋଲଟେଜ ଜନିତ ସମସ୍ୟା ଦୂର କରିବା ସହ ୬ଗୋଟି ଗ୍ରାମକୁ ନିରବଛିନ୍ନ ବିଦ୍ୟୁତ ଯୋଗାଣ କରିବା ପାଇଁ ରାଜ୍ୟ ମୁଖ୍ୟଶାସନ ସଚିବ, ବିଦ୍ଯୁତ ବିଭାଗ ସଚିବ, ମୁଖ୍ୟ ନିର୍ବାଚନ ଅଧିକାରୀ, ପୁରୀ ଜିଲ୍ଲାପାଳ ଓ ଓପିଟିସିଏଲ ର ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ ସୁତନ ସମେତ ୧୦ରୁ ଉର୍ଦ୍ଧ୍ବ ଉପଭୋକ୍ତା ମାନେ ଦାବି କରିଛନ୍ତି।
Leave A Reply