Odisha news

କୋଣାର୍କ ଏନଏସିରେ କଂଗ୍ରେସର ମିଶ୍ରଣ ପର୍ବ ଓ ସାଂଗଠନିକ ବୈଠକ।

0
କୋଣାର୍କ – କୋଣାର୍କ ଏନଏସି ଅଧିନସ୍ଥ ୮ନଂ ଓ୍ବାର୍ଡ ଚନ୍ଦ୍ରଭାଗା ତେଲୁଗୁ ବସ୍ତି ଠାରେ କୋଣାର୍କ ନଗର କଂଗ୍ରେସ କମିଟି ସଭାପତି ଉପେନ୍ଦ୍ର କାଣ୍ଡିଙ୍କ ଅଧ୍ୟକ୍ଷତାରେ କଂଗ୍ରେସର ସାଂଗଠନିକ ବୈଠକ ଓ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଆଗାମୀ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି କୋଣାର୍କ ଏନଏସିରେ କଂଗ୍ରେସ ଦଳ ନିଜର ସାଂଗଠନିକ ଦକ୍ଷତା ବୃଦ୍ଧି କରିବା ଦିଗରେ ପ୍ରୟାସ ଅବ୍ୟାହତ ରଖିଛି। ଏହି ପରିପ୍ରେକ୍ଷୀରେ କୋଣାର୍କ ଏନଏସି ଅଧିନସ୍ଥ ୮ନଂ ଓ୍ବାର୍ଡ ଚନ୍ଦ୍ରଭାଗା ତେଲଗୁ ବସ୍ତିର ଵିଜେପି ଓ ବିଜେଡି ଦଳର ବଂଧୁ ଦେଉଡୁ, ବଂଧୁ ମୁସୁଲିଆ, ଓସ୍ପିଲ୍ ବାଙ୍ଗାରୀ, ଓସ୍ପେପିଲ୍ ପରଦେଶୀ, ଏ ପେରେମେଲ ବାବାଜୀ, ଏରେପିଲ୍ ପି ବାବାଜୀ, ଓସପିଲ ରାଜୁ, ସି ତାତାଜି, ଏର୍ ପିଲ୍ ରମେଶ, ବଂଧୁ କୋଦୋନ୍ଦା ସମେତ ୨୦୦ରୁ ଉର୍ଦ୍ଧ୍ବ ବିଜେଡି ଓ ବିଜେପି କର୍ମୀ ନିଜ ନିଜର ଦଳ ଛାଡ଼ି କାକଟପୁର ନିର୍ବାଚନ ମଣ୍ଡଳୀର ବରିଷ୍ଠ କଂଗ୍ରେସ ନେତା ତଥା ଓଡିଶା ପ୍ରଦେଶ କଂଗ୍ରେସ କମିଟି ଉପସଭାପତି ବିଶ୍ବ ଭୁଷଣ ଦାଶଙ୍କ ଦୃଢ ନେତୃତ୍ବ, ସାଂଗଠନିକ ଦକ୍ଷତା ଓ କଂଗ୍ରେସର ନୀତି ଓ ଆଦର୍ଶକୁ ପାଥେୟ କରି ବିଧିବଦ୍ଧ ଭାବେ ଦଳରେ ସାମିଲ ହୋଇଛନ୍ତି। ଏହି ମିଶ୍ରଣ ପର୍ବରେ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ଉପନଗରପାଳ ସୁବୋଧ କୁମାର ଖଟୁଆ,
କୋଣାର୍କ ନଗର କଂଗ୍ରେସ ପୂର୍ବତନ ସଭାପତି ଭରତ ଚନ୍ଦ୍ର ପାଢୀ, ଗୋପ ବ୍ଲକ  କଂଗ୍ରେସ ସଭାପତି ଭାସ୍କର ଚନ୍ଦ୍ର ସେଠ, ଦେଶପ୍ରାଣ ଲେଙ୍କା, ପୂର୍ବତନ କାଉନସିଲର ବିଜୟ କୁମାର ନନ୍ଦୀ, କାଉନସିଲର ନିହାର ରଞ୍ଜନ ବେଉରା, ଅନୁସୂଚିତ ଜାତି ମୋର୍ଚ୍ଚା ଜିଲ୍ଲା ସଂଯୋଜକ ପ୍ରତାପ କୁମାର କାଣ୍ଡି, ପୂର୍ବତନ  ଯୁବ କଂଗ୍ରେସ ସଭାପତି ସ୍ବାଧୀନ କୁମାର ନାୟକ ପ୍ରମୁଖ ଯୋଗଦେଇ ଦଳରେ ସାମିଲ ହୋଇଥିବା ବିଜେଡି ଓ ବିଜେପିର ନେତା ଓ କର୍ମୀ ମାନଙ୍କୁ ସ୍ବାଗତ କରିଥିଲେ
IEC 2 years
Leave A Reply