Odisha news

ଚନ୍ଦ୍ରଭାଗା ମାଘସପ୍ତମୀ ବୁଡ ନିମନ୍ତେ ତ୍ରିଶମ୍ଭୁଙ୍କ ନୀତି ଚୁଡାନ୍ତ : ଭୋର ୪ଟା ୩୪ମିନିଟରେ ଠାକୁର ମାନଙ୍କ ସ୍ନାନ, ମାଘସପ୍ତମୀ ପାଇଁ ସୂର୍ଯ୍ୟ ମନ୍ଦିର ପ୍ରବେଶ ଶ୍ଲୁକ ଛାଡ ।

0
କୋଣାର୍କ – କୋଣାର୍କ ସ୍ଥିତ ଯାତ୍ରୀ ନିବାସ ସମ୍ମେଳନ କକ୍ଷ ଠାରେ ପୁରାଣ ପ୍ରସିଦ୍ଧ ଚନ୍ଦ୍ରଭାଗାର ପବିତ୍ର ମାଘସପ୍ତମୀ ବୁଡ ନିମନ୍ତେ ପୁରୀ ଉପଜିଲ୍ଲାପାଳ ଭବତାରଣ ସାହୁଙ୍କ ଅଧ୍ୟକ୍ଷତାରେ ନୀତି ସମ୍ପାଦନ ସମ୍ବନ୍ଧୀୟ ସବ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକର ନିଷ୍ପତ୍ତି ଅନୁଯାୟୀ ମାଧିପୁର ଗ୍ରାମର ମହାଦେବ ତ୍ରିବେଣୀଶ୍ବର, ସନ୍ଥପୁର ଗ୍ରାମର ମହାଦେବ ଐଶାଣେଶ୍ଵର ଓ କୁରୁଜଙ୍ଗ ଗ୍ରାମର ମହାଦେବ ଦକ୍ଷିଣେଶ୍ବର ତ୍ରିଶମ୍ଭୁ ନିଜ ନିଜ ପୀଠରେ ମାଘ ଷଷ୍ଠୀ ରାତି ୯ଘଟିକା ଠାରୁ ୯ଘଟିକା ୫୫ମିନିଟ ସମୟରେ ନିଜ ନିଜର ସୁଶୋଭିତ ବିମାନରେ ବିଜେ କରି ରାତ୍ର ୧୦ଟା ସମୟରେ ନିଜ ନିଜ ପୀଠରୁ ସୁଶୋଭିତ ବିମାନ, ଉଜ୍ଜଳ ଆଲୋକ ବ୍ୟବସ୍ଥା ମଧ୍ୟରେ ବାହାରି କୋଣାର୍କ ମେଡିକାଲ ଛକ ଠାରେ ସମବେତ ହେବେ ବୋଲି ସ୍ଥିରୀକୃତ ହୋଇଛି। ପରେ ପରେ ତ୍ରିଶମ୍ଭୁଙ୍କ ରାତି ୧୨ଘଟିକା ରୁ ରାତି ୧ଘଟିକା ସମୟରେ କୋଣାର୍କ ଏନଏସି ଅଫିସ ଭୋଗ ମଣ୍ଡପ ଠାରେ ସମବେତ ହେବା ପରେ ଠାକୁର ମାନଙ୍କ ଦେବନୀତି ଅନୁଯାୟୀ ପୂଜାର୍ଚ୍ଚନା ସହ ଭୋଗ ଲାଗି କରାଯିବ ବୋଲି ଚୁଡାନ୍ତ ହୋଇଛି। ପରେ ପରେ ତ୍ରିଶମ୍ଭୁଙ୍କ କୋଣାର୍କ ରାଜସ୍ବ ନିରୀକ୍ଷକ ଅଫିସ ଓ କୋଣାର୍କ ପୂର୍ତ୍ତବିଭାଗ ଡାକବଙ୍ଗଳା ଠାରେ ପୂଜାର୍ଚ୍ଚନା ଓ ଭୋଗ ଅର୍ପଣ କାର୍ଯ୍ୟ ଅନୁଷ୍ଠିତ ହେବ। ପରେ ପରେ ରାତି ୧ଘଟିକା ୩୦ମିନିଟ ସମୟରେ ତ୍ରିଶମ୍ଭୁଙ୍କୁ ଏକ ବିରାଟ ପଟୁଆରରେ ବାହାରି ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀ ଅଭିମୁଖେ ଯାତ୍ରା ଆରମ୍ଭ କରି ପୁଷ୍କରିଣୀ ସ୍ନାନ ମଣ୍ଡପ ଠାରେ ଅବସ୍ଥାନ କରିବା ପରେ ପବିତ୍ର ତୀର୍ଥପୁସ୍କରଣୀରୁ ପବିତ୍ର ଜଳ ଆଣାଯିବା ପରେ ପୂଜାର୍ଚ୍ଚନା କାର୍ଯ୍ୟ ସଂପାଦନ କରାଯିବ। ଏହା ପରେ ରାତି ୪ଘ ୩୪ମିନିଟ ସମୟରେ ତିନି ଠାକୁରଙ୍କ ସ୍ନାନ କାର୍ଯ୍ୟ ସଂପନ୍ନ କରାଯିବା ପରେ ଶ୍ରଦ୍ଧାଳୁ ଭକ୍ତମାନେ ତୀର୍ଥ ପୁଷ୍କରିଣୀରେ ଓଡିଶା ତଥା ଓଡିଶା ବାହାରୁ ଆସିଥିବା ଶ୍ରଦ୍ଧାଳୁ ଭକ୍ତମାନେ ମାଘ ସପ୍ତମୀ ବୁଡ଼ ପକାଇବେ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ନୀତି ଚୁଡାନ୍ତ କରାଯାଇଛି। ଏହି ବୈଠକରେ ଡ୍ରେନେଜ ବିଭାଗ ପକ୍ଷରୁ କରାଯାଉଥିବା ତୀର୍ଥ ପୁଷ୍କରିଣୀ ଖନନ କାର୍ଯ୍ୟ, ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ ପକ୍ଷରୁ କରାଯାଉଥିବା ପାଇଖାନା କାମ, ଓ୍ବାଟକୋ  ପକ୍ଷରୁ ଅସ୍ଥାୟୀ ନଳକୂପ ଖନନ, କୋଣାର୍କ ଏନଏସି ପକ୍ଷରୁ ପରିମଳ କାମ, ପାର୍କିଂ ସ୍ଥାନ ନୀରୂପଣ, ଟ୍ରାଫିକ ନିୟନ୍ତ୍ରଣ, ପୋଲିସ ମୁତୟନ, ଶ୍ରଦ୍ଧାଳୁଙ୍କ ସୁରକ୍ଷା ନିମନ୍ତେ ପୋଲିସ ମୁତୟନ, ଠାକୁର ମାନଙ୍କ ଶୋଭାଯାତ୍ରା ସମେତ ବିଭିନ୍ନ ବିଭାଗର କାର୍ଯ୍ୟର ସମୀକ୍ଷା କରାଯାଇଥିଲା। ଏହି ବୈଠକରେ କୋଣାର୍କ ଏନଏସି ଅଧ୍ୟକ୍ଷା ସୁଶ୍ରୀ ସଂଯୁକ୍ତା ତ୍ରିପାଠୀ, ନିର୍ବାହୀ ଅଧିକାରୀ ଶ୍ବେତପଦ୍ମା ଧଳ, ନିମାପଡ଼ା ଏସଡିପିଓ ପ୍ରଭାତ କୁମାର ମଲ୍ଲିକ, କାକଟପୁର ତହସିଲଦାର ଅଙ୍କିତା ଅନିନ୍ଧିତା, କୋଣାର୍କ ଏନଏସି ଉପାଧ୍ୟକ୍ଷ ସୁରେଶ ଚନ୍ଦ୍ର ରାଉତରାୟଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ।
Nalco
Leave A Reply