Odisha news

ବିପଦ ସଙ୍କୁଳ ଗୃହରେ ପାଠ ପଢୁଛନ୍ତି ଛାତ୍ର ଛାତ୍ରୀ, ୫ଟି ରୂପାନ୍ତରିତ ଯୋଜନାରେ ସାମିଲ କରି ମରାମତି ପାଇଁ ସନ୍ତରସ ଗ୍ରାମବାସୀଙ୍କ ଦାବି।

0
କୋଣାର୍କ – କୋଣାର୍କ ଥାନା ଅଧିନସ୍ଥ କାଦୁଆନୂଆଗାଁ ଗ୍ରାମପଞ୍ଚାୟତର ସନ୍ତରସ ସ୍ଥିତ ଯୋଗେଶ୍ବର ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବିପଦ ସଙ୍କଳ ଅବସ୍ଥାରେ ଥିବା ଗୃହରେ ଛାତ୍ର ଛାତ୍ରୀ ମାନେ ଅଧ୍ଯୟନ କରୁଥିବା ବେଳେ ଛାତ୍ର ଛାତ୍ରୀ ମାନଙ୍କ ସୁରକ୍ଷା ଦୃଷ୍ଟିରୁ ଉକ୍ତ ବିଦ୍ୟାଳୟର ବିପଦ ସଙ୍କଳ ଗୃହର ମରାମତି ପାଇଁ ସନ୍ତରସ ଗ୍ରାମବାସୀ ମାନଙ୍କ ପକ୍ଷରୁ ମାନ୍ୟବର ମୁଖ୍ୟମନ୍ତ୍ରୀ, ୫ଟିସଚିବ, ପୁରୀ ଜିଲ୍ଲାପାଳ, ଜିଲ୍ଲା ମୁଖ୍ଯ ଉନ୍ନୟନ ଅଧିକାରୀ ଓ କାକଟପୁର ବ୍ଲକ ବିଡିଓଙ୍କୁ ଅନୁରୋଧ କରିଛନ୍ତି। ଖବରରୁ ପ୍ରକାଶ ଯେ ରାଜ୍ୟ ସରକାରଙ୍କ ପକ୍ଷରୁ ସମଗ୍ର ରାଜ୍ୟର ଉଚ୍ଚ ବିଦ୍ୟାଳୟ ମାନଙ୍କୁ ୫ଟି ରୂପାନ୍ତରିତ ଯୋଜନାରେ ସାମିଲ କରାଯାଇଥିବା ବେଳେ ବର୍ତ୍ତମାନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମାନଙ୍କୁ ୫ଟି ଯୋଜନାରେ ସାମିଲ କରିବା ପାଇଁ ପ୍ରକିୟା ଆରମ୍ଭ ହୋଇଛି। କୋଣାର୍କ ଥାନା ଅଧିନସ୍ଥ କାଦୁଆନୂଆଗାଁ ଗ୍ରାମପଞ୍ଚାୟତର ସନ୍ତରସ ସ୍ଥିତ ଯୋଗେଶ୍ବର ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଅଧିକାଂଶ ଶ୍ରେଣୀ ଗୃହର ଛାତରୁ ସିମେଣ୍ଟ ପ୍ଲାଷ୍ଟର ଛାଡୁଥିବା ବେଳେ ଛାତ୍ର ଛାତ୍ରୀ ମାନଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଛି। ଏହି ବିପଦ ସଙ୍କଳ ଗୃହରେ ପାଠ ପଢା କାର୍ଯ୍ୟ ବାଧାପ୍ରାପ୍ତ ହେଉଛି ବୋଲି କାଦୁଆନୂଆଗାଁ ସରପଞ୍ଚ କୃଷ୍ଣ ଚନ୍ଦ୍ର ଜେନା ଓ ସନ୍ତରସ ଗ୍ରାମର ଯୁବନେତା କୃଷ ଚନ୍ଦ୍ର ବେହେରା ଅଭିଯୋଗ କରିଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ୫ଟି ରୂପାନ୍ତରିତ ଯୋଜନାରେ ସନ୍ତରସ ଗ୍ରାମର ଯୋଗେଶ୍ବର ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ସାମିଲ କରି ବିପଦ ସଙ୍କଳ ବିଦ୍ୟାଳୟ ଗୃହର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ, ବିଭାଗୀୟ ମନ୍ତ୍ରୀ, ୫ଟିସଚିବ, ପୁରୀ ଜିଲ୍ଲାପାଳଙ୍କୁ ସନ୍ତରସ ଗ୍ରାମବାସୀ ସମେତ କାଦୁଆନୂଆଗାଁ ସରପଞ୍ଚ କୃଷ୍ଣ ଚନ୍ଦ୍ର ଜେନା ଓ ସମିତି ସଭ୍ୟା ଲକ୍ଷ୍ମୀପ୍ରିୟା ବେହେରା ପ୍ରମୁଖ ଦାବି କରିଛନ୍ତି।
Nalco
Leave A Reply