Odisha news

କରୋନା ଭାଇରସ ର ମହାପ୍ରଭାବ ରେ କୋଣାର୍କ ଓ ଚନ୍ଦ୍ରଭାଗା ଅଂଚଳ ପର୍ଯ୍ୟଟକ ଶୂନ୍ୟ

0

କୋଣାର୍କ- ବିଶ୍ୱ ରେ ଆତଙ୍କ ସୃଷ୍ଟି କରିଥିବା କୋଭିଡ -୧୯( କରୋନା) ଭାଇରସ ଏବେ ମହାମାରୀ ର ରୂପ ନେଇ ତାର କରାଳ ରୂପକୁ ବିଶ୍ୱ ରେ ବିସ୍ତାର କରି ଗୋଟିଏ ପରେ ଗୋଟିଏ ଜୀବନ ନେଇ ଚାଲିଛି । ଯାହା ର ପ୍ରଭାବ ରେ ଭାରତ ମଧ୍ୟ ପ୍ରଭାବିତ ହୋଇଥିବା ବେଳେ ଓଡିଶା ମଧ୍ୟ ଏଥିରୁ ବାଦ ପଡିନି । ରାଜ୍ୟ ସରକାର ଏହି ମହାମାରୀ କୁ ଜାତୀୟ ବିପର୍ଯ୍ୟୟ ଘୋଷଣା କରି ସୁରକ୍ଷା ବ୍ୟବସ୍ଥା କୁ କଡାକଡି କରିବା ସହ ରାଜ୍ୟର ସମସ୍ତ ସ୍କୁଲ କଲେଜ ଓ ପର୍ଯ୍ୟଟନ ସ୍ଥଳୀ ଗୁଡିକ ବନ୍ଦ କରିବାକୁ ନିଦେ୍ର୍ଦଶ ଦେଇଛନ୍ତି । ଯାହା ର ପ୍ରଭାବ କୋଣାର୍କ ସୂର୍ଯ୍ୟ ମନ୍ଦିର ଓ ଚନ୍ଦ୍ରବାଗା ବେଳାମାର୍ଗରେ ଦେଖିବାକୁ ମିଳିଛି ।

ଯେଉଁ ପର୍ଯ୍ୟଟନ ସ୍ଥଳୀ କୁ ପ୍ରତିଦ୍ିନ ହଜାର ହଜାର ଲୋକ ଆସୁଥିଲେ କରୋନା ପ୍ରଭାବ ରେ ପର୍ଯ୍ୟଟନ ସ୍ଥଳ ନିରବ ଓ ନିଶବ୍ଦ ହେବା ସହ ପୁରା ଖାଁ ଖାଁ ଦେଖାଯାଉଛି । ପର୍ଯ୍ୟଟକ ମାନେ ନଆସିବାରୁ କୋଣାର୍କ ଅଂଚଳରେ ଛୋଟବଡ ବ୍ୟବାସାୟୀକ ଅନୁଷ୍ଟାନ ଗୁଡିକ ପୁରା ଠପ ହୋଇଯିବା ସହ ବ୍ୟବସାୟୀ ମାନଙ୍କ ଦୋକାନ ବଜାର ବନ୍ଦ ରହିଛି । ସାଧାରଣ ଦିନ ମାନଙ୍କରେ ଯେଉଁ ଚନ୍ଦ୍ରଭାଗା ଭଳି ସ୍ୱର୍ଣ୍ଣାବ ବେଳାମାର୍ଗରେ ପର୍ଯ୍ୟଟକ ଙ୍କ ହାଉଜାଉ ରହୁଥିଲା କରୋନା ପ୍ରଭାବ ବେଳାମାର୍ଗ କୁ ସମ୍ପୂର୍ଣ୍ଣ ନିଶବ୍ଦ କରିଦେଇଛି କହିଲେ ଅତୁକ୍ତି ହେବ ନାହିଁ ।

କରୋନା ପ୍ରଭାବରେ ଅଂଚଳବାସୀ ଙ୍କ ମନରେ ମଧ୍ୟ ଭୟର ବାତାବରଣ ସୃଷ୍ଟି ହେବା ସହ ଲୋକମାନେ ଘରୁ ବାହାରୁ ନଥିବା ଦେଖିବାକୁ ମିଳୁଛି । ଏବଂ ସ୍ଥାନୀୟ ପ୍ରଶାସନ ଦ୍ୱାରା କରୋନା ଦାଉରୁ କିପରି ନିଜକୁ ସୁରକ୍ଷିତ ରଖିପାରିବେ ତାହାକୁ ପ୍ରଚାର ମାଧ୍ୟମରେ ସୂଚନା ଦିଆଯାଉଛି । ମୋଟାମୋଟି ଭାବେ କହିବାକୁ ଗଲେ କରୋନା କୋଭିଡ -୧୯ ର ମହାପ୍ରଭାବ ରେ କୋଣାର୍କ ପର୍ଯ୍ୟଟନ ସ୍ଥଳୀ ପୁରା ଶୁନ ହୋଇ ପଡିଛି ।

Leave A Reply

Your email address will not be published.