କୋଣାର୍କ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ କରୋନା ସନ୍ଦିଗ୍ଧ ରୋଗୀଙ୍କ ପାଇଁ ଆଇସଲ୍ୟୁସନ ଓ୍ୟାର୍ଡ ଖୋଲିବା ନିଷ୍ପତି କୁ ଅଂଚଳ ବାସୀଙ୍କ ବିରୋଧ
କୋଣାର୍କ- ବିଶ୍ୱ ରେ ଭୟଙ୍କର ମହାମାରୀ ରୂପ ନେଇଥିବା କରୋନା ପାଇଁ ସାରା ବିଶ୍ୱ ଆତଙ୍କିତ ଅବସ୍ଥାରେ ଥିବା ବେଳେ ଭାରତ ଓ ଓଡିଶା ମଧ୍ୟ ଏଥିରୁ ବାଦ ପଡିନାହିଁ । ଏହାର ପ୍ରତିକାର ଓ ପ୍ରତିଷେଧକ ସହ ସନ୍ଦିଗ୍ଧ ରୋଗୀଙ୍କୁ ଆଇସଲ୍ୟୁସନ ଓ୍ୟାର୍ଡ ରେ ରଖିବା ପାଇଁ ସରକାର ପୁରା ପ୍ରସ୍ତୁତି କରୁଛନ୍ତି । ଏହି ପରିପ୍ରେକ୍ଷୀ ରେ ପୁରୀ ଜିଲ୍ଲା କୋଣାର୍କ ଠାରେ ନବକଳେବର ସମୟରୁ ୫ କୋଟି ଟଙ୍କା ବିନିମୟ ରେ ନିର୍ମାଣ କରାଯାଇଥିବା ୩୦ ଶର୍ଯ୍ୟା ବିଶିଷ୍ଟ ବିଶାଳକାୟ ଡାକ୍ତରଖାନା ରେ ଡାକ୍ତର ଟିଏ ନିଯୁକ୍ତି ହୋଇନଥିବା ବେଳେ ଜିଲ୍ଲା ପ୍ରଶାସନ ର ନିଷ୍ପତି କ୍ରମେ କରୋନା ସନ୍ଦିଗ୍ଧ ମାନଙ୍କୁ ଏହି ନବ ନିର୍ମିତ ବିଶାଳକାୟ ମେଡିକାଲ ରେ ଆଇସଲ୍ୟୁସନ ଓ୍ୟାର୍ଡରେ ରଖିବା ପାଇଁ ନିଷ୍ପତି ହୋଇଛି । ଜିଲ୍ଲା ପ୍ରଶାସନର ଏହି ନିଷ୍ପତି କୁ କୋଣାର୍କ ଅଂଚଳ ବାସୀ ମାନେ ବିରୋଧ କରୁଛନ୍ତି ।
ରବିବାର ଅପରାହ୍ନ ରେ ପୁରୀ ଜିଲ୍ଲାର ଏ.ଡି.ଏମ ବିନୟ ଭୂଷଣ ଦାସ ଓ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଙ୍କ ସହ ପୂର୍ତ ଓ ପରିମଳ ଅଧିକାରୀ ମାନେ କୋଣାର୍କ ରେ ନିର୍ମିତ ହୋଇଥିବା ବିଶାଳକାୟ ବିଲ୍ଡିଂ କୋଠରୀ ଗୁଡିକ ଦେଖିବା ସହ ଏହାର ଚତୁଃପାଶ୍ୱର୍ ଓ ରୁମ ଗୁଡିକ ସଫା କରିବା ପାଇଁ ପରିମଳ ବିଭାଗକୁ ନିଦେ୍ର୍ଦଶ ଦେଇଥିବା ଜଣାପଡିଛି । ଏହି ବିଷୟରେ ଅଂଚଳର ବୁଦ୍ଧିଜିବୀ ଓ ସଚେତନ ନାଗରିକ ମାନେ ଜାଣିବା ପରେ ସେମାନେ ଜିଲ୍ଲା ପ୍ରଶାସନର ଏଭଳି ନିଷ୍ପତି କୁ ବିରୋଧ କରିଛନ୍ତି
। ଏବଂ ବିଶ୍ୱ ପର୍ଯ୍ୟଟନ କ୍ଷେତ୍ର କୋଣାର୍କ ରେ ସୃଷ୍ଟି ହୋଇଥିବ ବିଦଜନ୍ନକ ସ୍ୱାସ୍ଥ୍ୟ ସେବାରେ ସୁବିଧା ପାଇଁ ସରକାର ଡାକ୍ତର ନିଯୁକ୍ତି ନକରି ବିଶ୍ୱରେ ଆତଙ୍କ ସୃଷ୍ଟି କରୁଥିବା କରୋନା (କୋଭିଡ – ୧୯) ରେ ଆକା୍ରନ୍ତ ସନ୍ଦିଗ୍ଧ ମାନଙ୍କ ଚିକିତ୍ସା ପାଇଁ ଏହି ବିଶାଳକାୟ ସ୍ୱାସ୍ଥ୍ୟ କେନ୍ଦ୍ରକୁ ବ୍ୟବହାର କରିବା ଘଟଣାକୁ ଅଂଚଳ ବାସୀ ମାନେ ବିରୋଧ କରିବା ସହ ତୁରନ୍ତ ଏହି ବିଶାଳକାୟ ମେଡିକାଲ ରେ ବିଭିନ୍ନ ବିଭାଗ ଖୋଲି ଡାକ୍ତର ନିଯୁକ୍ତି କରି ଡାକ୍ତରଖାନା କୁ କାର୍ଯ୍ୟକ୍ଷମ କରିବା ପାଇଁ ଅଂଚଳବାସୀ ମାନେ ରାଜ୍ୟ ସରକାରଙ୍କ ପାଖେ ଦାବି କରିଛନ୍ତି । ନହେଲେ ଆଗାମୀ ଦିନରେ ଏକ ବିରାଟ ଜନ ଆନେ୍ଦାଳନ କରାଯିବ ବୋଲି ଅଂଚଳବାସୀ ମାନେ ଚେତାବନୀ ଦେଇଛନ୍ତି ।