କୋଣାର୍କ ଭଗବତୀ ମହାବିଦ୍ୟାଳୟ ଅର୍ଥ ହରିଲୁଟ ଘଟଣା, ଉଚ୍ଚଶିକ୍ଷା ବିଭାଗର ସ୍ଵତନ୍ତ୍ର ଅଡିଟ ଲୋକଦେଖାଣିଆ : ପୂର୍ବତନ ମହିଳା କିରାଣୀଙ୍କ ପ୍ରତି ବିଭାଗୀୟ ଅନୁକମ୍ପାର ଅସଲ ରହସ୍ୟ କଣ?
କୋଣାର୍କ – କୋଣାର୍କ ସ୍ଥିତ ଭଗବତୀ ମହାବିଦ୍ୟାଳୟରେ ଗତ ୨୦୧୭ ମସିହା ଠାରୁ ୨୦୨୨ ମସିହା ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ କାର୍ଯ୍ୟରତ ପୂର୍ବତନ କିରାଣୀ ଶିଳାକୀର୍ତ୍ତି ପାତ୍ର ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଠାରୁ ନକଲି ରସିଦ ମାଧ୍ୟମରେ ୨୩ଲକ୍ଷ ଟଙ୍କା ହରିଲୁଟ ଘଟଣାରେ କଲେଜ ପୁରାତନ ଛାତ୍ର ସଂଗଠନ ପକ୍ଷରୁ ମାନ୍ୟବର ମୁଖ୍ୟମନ୍ତ୍ରୀ, ୫ଟିସଚିବ, ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ବିଭାଗୀୟ ମନ୍ତ୍ରୀ, ବିଭାଗୀୟ ସଚିବ, ଶିକ୍ଷା ନିର୍ଦ୍ଦେଶକ, ପୁରୀ ଜିଲ୍ଲାପାଳ, ପୁରୀ ଉପଜିଲ୍ଲାପାଳ ଓ ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କୁ ଲିଖିତ ଅଭିଯୋଗ କରାଯାଇଥିଲା।
ଏହି ଘଟଣାକୁ ନେଇ ମହାବିଦ୍ୟାଳୟ କର୍ତୃପକ୍ଷ ଏକ ୫ଜଣିଆ କମିଟି ଗଠନ କରି ଏହାର ତଦନ୍ତ କରିବା ସହ ୨୩ଲକ୍ଷ ଟଙ୍କା ହରିଲୁଟ ହୋଇଥିବା ନେଇ ଉଚ୍ଚଶିକ୍ଷା ବିଭାଗକୁ ସଂପୃକ୍ତ ମହିଳା କିରାଣୀଙ୍କ ବିରୋଧରେ ଆଇନଗତ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରିବା ପାଇଁ ଅବଗତ କରାଇଥିଲେ। ଏହି ଘଟଣାକୁ ନେଇ ଉଚ୍ଚଶିକ୍ଷା ବିଭାଗ ଅତିରିକ୍ତ ଶାସନ ସଚିବ ମନୋରଞ୍ଜନ ନାୟକଙ୍କ ନିର୍ଦ୍ଦେଶରେ ଗତ ଜୁନ ୯ତାରିଖ ଠାରୁ ଏକ ଦୁଇ ଜଣିଆ ଅଡିଟ ଟିମ ଭଗବତୀ ମହାବିଦ୍ୟାଳୟକୁ ଆସି ଅଡିଟ ଆରମ୍ଭ କରିଥିଲେ। ଏହି ନିର୍ଦ୍ଦେଶନାମା ଅନୁଯାୟୀ ଅଡିଟ ୭ଦିନ ମଧ୍ୟରେ ଶେଷ କରିବା ପାଇଁ ନିର୍ଦ୍ଦେଶ ରହିଥିଲା। ମାତ୍ର ଅଡିଟ ଟିମ ଦୀର୍ଘ ୧ମାସ ୪ଦିନ ଧରି ଅଡିଟ କରିବା ପରେ ୨୫ଲକ୍ଷ ଟଙ୍କା ହରିଲୁଟ ହୋଇଥିବା ଜାଣିବା ପରେ ମଧ୍ଯ ଏହି ଘଟଣାରେ ସଂପୃକ୍ତ ମହିଳା କିରାଣୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ବଦଳରେ ହରିଲୁଟ ଅର୍ଥ ୧୫ଦିନ ମଧ୍ୟରେ କଲେଜ ଆକାଉଣ୍ଟରେ ଜମା କରିବା ପାଇଁ କହିବା ଘଟଣା ଅଡିଟ ଟିମ ଚାପର ବଶବର୍ତ୍ତୀ ହୋଇ ଏଭଳି ବେଆଇନ ନିର୍ଦେଶ ଦେବା କଣ ଆଇନ ସମ୍ମତ କି? ସଂପୃକ୍ତ ମହିଳା କିରାଣୀ ଜଣଙ୍କୁ ଖସାଇବା ପାଇଁ ଏହା ଏକ ଷଡଯନ୍ତ୍ର ନୁହେଁ କି।
ଏହି ସମ୍ବେଦନଶୀଳ ଘଟଣାର ନିରପେକ୍ଷ ତଦନ୍ତ କରିବାକୁ କୋଣାର୍କ ଅଞ୍ଚଳର ସାମାଜିକ କର୍ମୀ ତଥା ସାମ୍ବାଦିକ ଭାଗୀରଥୀ ସ୍ଵାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ବିଭାଗୀୟ ମନ୍ତ୍ରୀ, ବିଭାଗୀୟ ସଚିବ, ପୁରୀ ଜିଲ୍ଲାପାଳଙ୍କୁ ଟ୍ୱିଟ଼ ଯୋଗେ ଏହି ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେବାକୁ ଅନୁରୋଧ କରିଥିଲେ। ଏହି ଅଭିଯୋଗ ଆଧାରରେ ସ୍ବଚ୍ଛ ଓ ଉତ୍ତରଦାୟୀ ସଂପନ୍ନ ବରିଷ୍ଠ ପ୍ରଶାସନିକ ଅଧିକାରୀ ତଥା ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ମହୋଦୟ ଉଚ୍ଚଶିକ୍ଷା ବିଭାଗକୁ ଘଟଣାର ଯୁଦ୍ଧକାଳୀନ ଭିତ୍ତିରେ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।
ଏହି ସ୍ବତନ୍ତ୍ର ଅଡିଟ ଟିମ ୭ଦିନ ମଧ୍ୟରେ ଅଡିଟ ଶେଷ କରିବା ପାଇଁ ବିଭାଗୀୟ ଅତିରିକ୍ତ ଶାସନ ସଚିବଙ୍କ ତାଗିଦ ଥିବା ବେଳେ ଏହା ୧ମାସ ୪ଦିନ ସମୟ ଲାଗିବା କେତେଦୂର ସମୀଚୀନ ତାହା କୋଣାର୍କ ଭଗବତୀ ମହାବିଦ୍ୟାଳୟର ପୁରାତନ ଛାତ୍ର ଛାତ୍ରୀ, ଅଧ୍ଯୟନରତ ଛାତ୍ର ଛାତ୍ରୀ, ବୁଦ୍ଧିଜୀବୀ, ଶିକ୍ଷାବିତ, ବରିଷ୍ଠ ନାଗରିକ ଓ କୋଣାର୍କ ଅଞ୍ଚଳର ଜନସାଧାରଣଙ୍କ ପକ୍ଷରୁ ଅଡିଟ ଟିମର କାର୍ଯ୍ୟ ଶୈଳୀ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି। ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ନିକଟରେ ଅର୍ଥ ହଡପକାରୀ ମହିଳା କିରାଣୀଙ୍କ ବିରୋଧରେ କଲେଜ କର୍ତ୍ତୃପକ୍ଷ ବିଭାଗୀୟ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ପାଇଁ ଗତ ମେ ୨୯ ତାରିଖରେ ବିଭାଗକୁ ଅବଗତ କରାଇଥିଲେ ମଧ୍ୟ ମହିଳା କିରାଣୀଙ୍କୁ ଏଯାବତ କଣ ପାଇଁ ନିଲମ୍ବିତ କରାଯାଇନାହିଁ ତାହା ଉଚ୍ଚଶିକ୍ଷା ବିଭାଗର କାର୍ଯ୍ୟଦକ୍ଷତା ପ୍ରତି ଅଂଗୁଳି ନିର୍ଦେଶ କରୁଛି ବୋଲି କୋଣାର୍କ ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ସଂପୃକ୍ତ କିରାଣୀ ୨୫ଲକ୍ଷ ଟଙ୍କା ହରିଲୁଟ କରିଥିବା ଉଚ୍ଚଶିକ୍ଷା ବିଭାଗର ସ୍ଵତନ୍ତ୍ର ଅଡିଟ ଟିମ ଜାଣିଥିଲେ ମଧ୍ଯ କାହା ଚାପରେ କାର୍ଯ୍ୟାନୁଷ୍ଠାନ ପାଇଁ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ସୁପାରିଶ କରିବା ବଦଳରେ ଅର୍ଥ ହଡପକାରୀ କିରାଣୀ ଜଣଙ୍କୁ ହଡପ ଟଙ୍କା ଭରଣା ପାଇଁ ସମୟ ଦେଇ କାର୍ଯ୍ୟାନୁଷ୍ଠାନ ବଦଳରେ ଦୋଷୀକୁ ସାହାର୍ଯ୍ୟ କରିବା ପାଇଁ ଅଡିଟ ଟିମ କାହା ନିର୍ଦେଶରେ ଏଭଳି ବେଆଇନ କାର୍ଯ୍ୟ କଲେ ତାହା ତଦନ୍ତ ସାପେକ୍ଷ।
ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରିବା କୋଣାର୍କ ଅଞ୍ଚଳର ସାମାଜିକ କର୍ମୀ ତଥା ପୁରାତନ ଛାତ୍ର ନେତା ଭାଗିରଥି ସ୍ଵାଇଁ କୋଣାର୍କ ଭଗବତୀ ମହାବିଦ୍ୟାଳୟର ଏଭଳି ସମ୍ବେଦନଶୀଳ ଅର୍ଥ ହରିଲୁଟ ଘଟଣାକୁ ଚପାଇଦେବା ପାଇଁ ଚାଲିଥିବା ଷଡଯନ୍ତ୍ରକାରୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ଅର୍ଥ ହଡପକାରୀ କିରାଣୀଙ୍କ ବିରୋଧରେ ଆଇନଗତ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରିବା ପାଇଁ ମୁଖ୍ୟ ଶାସନ ସଚିବଙ୍କୁ ଟ୍ବିଟ ଯୋଗେ ନିବେଦନ କରିଥିଲେ। ଏହି ଟ୍ବିଟ କରିବାର ୫ମିନିଟ ପରେ ମୁଖ୍ୟ ଶାସନସଚିବ ଉଚ୍ଚଶିକ୍ଷା ବିଭାଗକୁ ଭଗବତୀ ମହାବିଦ୍ୟାଳୟ ଅର୍ଥ ହଡପ ଘଟଣାର ଯୁଦ୍ଧକାଳୀନ ଭିତ୍ତିରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ବୋଲି ସାମାଜିକ କର୍ମୀ ତଥା ସାମ୍ବାଦିକ ଭାଗୀରଥୀ ସ୍ଵାଇଁ ପ୍ରକାଶ କରିଛନ୍ତି।
