କାକଟପୁର :- 15/7 ରାଜ୍ୟ ସରକାର ମହିଳା ଙ୍କୁ ସଶକ୍ତ କରିବାକୁ ବିଭିନ୍ନ ପ୍ରୟାସ ଜାରି ରଖିଛନ୍ତି. lସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ସେମାନଙ୍କୁ ଆତ୍ମ ନିର୍ଭରଶୀଳ କରିବାକୁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି. lଏହି ପରିପ୍ରେକ୍ଷୀରେ କାକଟପୁର ବ୍ଲକ ମୋତି କଲ୍ୟାଣ ମଣ୍ଡପରେ 100 ଟି ଏସଏଚଜି ଗ୍ରୁପ ମହିଳା ମାନଙ୍କୁ ନେଇ ମିଶନ ଶକ୍ତି ତରଫରୁ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି l . ଉକ୍ତ ଶିବିର ରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପ୍ରକଳ୍ପ ସଂଯୋଜିକା ଆରତୀ ସାହୁ, ବ୍ଲକ ପ୍ରକଳ୍ପ ସଂଯୋଜକ ନୟନ କୁମାର ଜେନା, ବ୍ଲକ ପ୍ରକଳ୍ପ ପରିଚାଳନା ପାର୍ଥ ସାରଥୀ ମହାନ୍ତି ଯୋଗଦେଇ ମିଶନ ଶକ୍ତି ସଦସ୍ୟା ମାନଙ୍କୁ ଋଣ ସମ୍ପର୍କରେ ସଚେତନ କରିଥିଲେ.l ବୈଠକ ରେ ମିଶନ ଶକ୍ତି ର ସମସ୍ତ ସଦସ୍ୟା ଙ୍କୁ ମୁଖ୍ୟତଃ ବ୍ୟାଙ୍କ ମାଧ୍ୟ୍ୟମରେ କିପରି ଋଣ ନେଇ ଆତ୍ମ ନିର୍ଭରଶୀଳ ହେବେ ଶିକ୍ଷା ଦିଆଯାଇଥିଲା.l ଋଣ ଉଠାଣ ପରେ କେଉଁ କେଉଁ ପ୍ରକଳ୍ପ କରି ରୋଜଗାର କରିପାରିବେ, କେତେ ସୁଧ ହାରରେ ଋଣ ଉଠାଇପାରିବେ,ମମତା ଯୋଜନା ମାଧ୍ୟ୍ୟମରେ ଗର୍ଭବତୀ ମାନେ କିପରି ଉପକୃତ ହୋଇପାରିବେ ବିସ୍ତୃତ ଭାବେ ବୈଠକ ରେ ଆଲୋଚନା କରାଯାଇଥିଲା. l ସରକାର କାର୍ଯ୍ୟକାରୀ କରିଥିବା ବିଭିନ୍ନ ଯୋଜନା ସମ୍ପର୍କରେ ସବିଶେଷ ଆଲୋଚନା ହୋଇଥିଲା. ସଚେତନତା କାର୍ଯ୍ୟକ୍ରମ ରେ ଚାରି ଟି ପଂଚାୟତ ରୁ 200ରୁ ଉର୍ଦ୍ଧ ମହିଳା ଯୋଗ ଦେଇଥିଲେ.l
