Odisha news

ପ୍ରବଳ ବର୍ଷା ଯୋଗୁଁ କୋଣାର୍କ ସୂର୍ଯ୍ୟ ମନ୍ଦିର ରେ ପାଣିରେ ବୁଲିଲେ ଦେଶ ବିଦେଶର ପର୍ଯ୍ୟଟକ

0
ପ୍ରବଳ ବର୍ଷା ଯୋଗୁଁ କୋଣାର୍କ ସୂର୍ଯ୍ୟ ମନ୍ଦିର ରେ ପାଣିରେ ବୁଲିଲେ ଦେଶ ବିଦେଶର ପର୍ଯ୍ୟଟକ।  କେତେବେଳେ ପ୍ରବଳ ଖରାରେ ପିଇବା ପାଣି ଟୋପେ ପାଇଁ କଲବଲ ହେଉଛନ୍ତି ଦେଶବିଦେଶର ପର୍ଯ୍ୟଟକତ କେବେ ବର୍ଷା ଜଳରେ ବୁଲୁଛନ୍ତି ପର୍ଯ୍ୟଟକ।ଏପରି ଦୃଶ୍ୟ ଦେଖିବାକୁ ମିଳିଛି କୋଣାର୍କ ସୂର୍ଯ୍ୟ ମନ୍ଦିର ଭିତରେ।ସୂଚନା ଥାଉକି ଗତକାଲି ଠାରୁ  ବର୍ଷାରେ କୋଣାର୍କ, ଚନ୍ଦ୍ରଭାଗାରେ ଦେଶବିଦେଶର ପର୍ଯ୍ୟଟକ ବୁଲିବାରୁ ବଞ୍ଚିତ ହୋଉଛନ୍ତି।ଖାଲି ସେତିକି ନୁହେଁ ଛୋଟଛୋଟ ପିଲାମାନଙ୍କୁ ଧରି ସୂର୍ଯ୍ୟ ମନ୍ଦିର ଭିତରେ ବର୍ଷା ପାଣିରେ ବୁଲୁଛନ୍ତି। asi ପକ୍ଷରୁ ଅତି ଆଧୁନିକ ବିଦୁତ ଚାଳିତ ପାଣିପମ୍ପ ଲାଗିଥିବା ବେଳେ ଠିକ ସମୟରେ କାମ କରୁନଥିବାରୁ ସୂର୍ଯ୍ୟ ମନ୍ଦିର ଭିତରେ ପାଣି ଜମିରହୁଛି। ଫଳରେ ପର୍ଯ୍ୟଟକମାନେ ସୂର୍ଯ୍ୟ ମନ୍ଦିର ଦେଖିବା ବେଳେ ଛୋଟଛୋଟ ପିଲାମାନଙ୍କୁ ଧରି ବୁଲିବା ଦେଖିବାକୁ ମିଳିଛି। ବାରମ୍ବାର ଗଣମାଧ୍ୟମ ରେ ପ୍ରଶାରଣ ସତେ ନିଦ ଭାଗୁ ନାହିଁ asi ଅଧିକାରୀ ଙ୍କର। ତୁରନ୍ତ ପୁରୀ ଜିଲ୍ଲାପାଳ ଓ ପର୍ଯ୍ୟଟନ ବିଭାଗ ମନ୍ତ୍ରୀ ଦୃଷ୍ଟି ଆକର୍ଷଣ କରିବାକୁ କୋଣାର୍କ ବାସିନ୍ଦା ଦାବି କରିଛନ୍ତି।
Govt
Leave A Reply