Odisha news

ସିପିଆଇ ପକ୍ଷରୁ ବାଲିତୁଠରୁ ଏରସମା ଜନ ସଚେତନତା

0

ଏରସମା,୨୩/୬-  ଭାରତୀୟ କମ୍ମ୍ୟୁନିଷ୍ଟ ପାର୍ଟି ଏରସମା ବ୍ଲକ କମିଟି ପକ୍ଷରୁ ବିଜେପି ହଟାଅ – ଦେଶ ବଞ୍ଚାଅ ନାରା ଦେଇ ବାଲିତୁଠ ଠାରୁ ଏରସମା ପର୍ଯ୍ୟନ୍ତ ଜନସଚେତନତା ଯାଥା ଅନୁଷ୍ଠିତ ହୋଇଯାଇଛି l ବାଲିତୁଠ ବଜାର ଠାରୁ ଏରସମା ଜୋନ ସମ୍ପାଦକ କଃ ସର୍ବେଶ୍ୱର ବେଉରା ଓ ରାମଚନ୍ଦ୍ର ମୁଦୁଲିଙ୍କ ନେତୃତ୍ୱରେ ପ୍ରବଳ ବର୍ଷା ସତ୍ୱେ ଶତାଧିକ ବାଇକ ପଟୁଆର ବିଭିନ୍ନ ସ୍ଲୋଗାନ ଦେଇ ଏରସମା ବ୍ଲକ ପର୍ଯ୍ୟନ୍ତ ଆସିଥିଲେ l ଏରସମା ବ୍ଲକ ସମ୍ମୁଖରେ କଃ ପିତାମ୍ବର ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପ୍ରତିବାଦ ସଭାରେ ସିପିଆଇ ଜିଲ୍ଲା ସମ୍ପାଦକ କଃ ଅଭିଜିତ ସାହୁ, କୃଷକ ସଭା ରାଜ୍ୟ ସଭାପତି କଃ ଶଶିଭୂଷଣ ସ୍ୱାଇଁ,ବାଲିତୁଠ ସରପଞ୍ଚ କଃ ପ୍ରଫୁଲ୍ଲ ଦାସ,କୃଷକ ସଭା ଏରସମା ବ୍ଲକ ସଭାପତି କଃ ପ୍ରସନ୍ନ କୁଅଁର ପ୍ରମୁଖ ବକ୍ତବ୍ୟ ରଖି କେନ୍ଦ୍ର ମୋଦୀ ସରକାର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଜନବିରୋଧୀ ନୀତି ବିରୁଦ୍ଧରେ ବକ୍ତବ୍ୟ ରଖିଥିଲେ l ସିପିଆଇ ଜିଲ୍ଲା ସମ୍ପାଦକ କଃ ଅଭିଜିତ ସାହୁ କେନ୍ଦ୍ର ମୋଦୀ ସରକାରଙ୍କ ଜନବିରୋଧୀ ନୀତି, ସାମ୍ପ୍ରଦାୟିକ ବିଦ୍ବେଷ, ସମ୍ବିଧାନ ଓ ସଂଘୀୟ ବ୍ୟବସ୍ଥା ବିରୋଧି ପଦକ୍ଷେପକୁ ଦୃଢ଼ ବିରୋଧ କରିବା ସହିତ ରାଜ୍ୟର ନବୀନ ପଟ୍ଟନାୟକ ସରକାର କେନ୍ଦ୍ର ସରକାରର ଅଘୋଷିତ ସହଯୋଗୀ ପାଲଟିଥିବା ଅଭିଯୋଗ କରିଥିଲେ l

ଆଗାମୀ 2024 ସାଧାରଣ ନିର୍ବାଚନରେ ଦେଶରୁ ବିଜେପିକୁ ପରାସ୍ତ କରିବା ପାଇଁ ସମସ୍ତ ସଚେତନ ମଣିଷ, ଧର୍ମନିରପେକ୍ଷ ରାଜନୈତିକ ଦଳ, ପ୍ରଗତିଶୀଳ ମଣିଷ, ବୁଦ୍ଧିଜୀବୀ ଏକତ୍ରିତ ହେବାପାଇଁ ଆହ୍ୱାନ ଦେଇଥିଲେ ଏବଂ ଏଥିରେ କମ୍ମ୍ୟୁନିଷ୍ଟ ମାନେ ମୁଖ୍ୟ ଭୂମିକା ନିର୍ବାହ କରିବା ସହିତ ଗାଁ ଗାଁ ରେ ଜନଆନ୍ଦୋଳନ ଗଢ଼ିତୋଳିବାକୁ ଆହ୍ୱାନ ଦେଇଥିଲେ l ଅନ୍ୟମାନଙ୍କ ମଧ୍ୟରେ କମ୍ମ୍ୟୁନିଷ୍ଟ ନେତା କଃ ବାସୁଦେବ ଖଣ୍ଡୁଆଳ, ଦେବାଶିଷ ପରିଜା, ସମରେଶ ମୁଦୁଲି, କାହ୍ନା ସେନାପତି, ଚିନ୍ମୟ ପାତ୍ର, ହିମାଂଶୁ ପାଟାଲ, ସୁରେନ୍ଦ୍ର ସ୍ୱାଇଁ ପ୍ରଦୀପ୍ତ ସ୍ୱାଇଁ ପ୍ରମୁଖ ଆନ୍ଦୋଳନକୁ ପରିଚାଳନା କରିଥିଲେ l ବିକ୍ଷୋଭ ଶେଷରେ ଏରସମା ବିଡିଓଙ୍କୁ ସିପିଆଇ ପକ୍ଷରୁ ପ୍ରଧାନମନ୍ତ୍ରୀ ଆବାସ ତାଲିକା ବାହାରେ ଥିବା ଘର ପାଇବାକୁ ଯୋଗ୍ୟ ହିତାଧିକାରୀମାନଙ୍କୁ ଚି଼ହ୍ନଟ କରି ତୁରନ୍ତ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ପ୍ରଦାନ କରିବା,ଟିକସ ଦେଉନଥିବା ପ୍ରତ୍ୟକ ବୁଢା ବୁଢା ବୁଢୀଙ୍କୁ ୬୦ବର୍ଷ ହେବା ମାତ୍ରେ ଇନ୍ଦିରା ଗାନ୍ଧୀ ପେନସନ ଯୋଜନାରେ ତୁରନ୍ତ ଭତ୍ତା ପ୍ରଦାନ କରିବା ଓ ବାର୍ଦ୍ଧକ୍ୟ ଭତ୍ତା ପୂର୍ବଭଳି ପଞ୍ଚାୟତ ମାଧ୍ୟମରେ ପ୍ରଦାନ କରିବା,

 ପେଟ୍ରୋଲ ,ଡିଜେଲ, ରନ୍ଧନ ଗ୍ୟାସ ଓ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀର ଦରଦାମ ସରକାର କମ କରିବା, ପୂର୍ବଭଳି ରାଜ୍ୟ ସରକାରମାନଙ୍କୁ ଏଫସିଆଇ ମାଧ୍ୟମରେ କେନ୍ଦ୍ରସରକାର ଚାଉଳ ଓ ଗହମ ଯୋଗାଇଦେବା,ବିଜୁ ପକ୍କାଘର ଯୋଜନାକୁ ତୁରନ୍ତ ପୁନଃ କାର୍ଯ୍ୟକାରୀ କରି ଯୋଗ୍ୟ ବ୍ୟକ୍ତିମାନଙ୍କୁ ଘର ପ୍ରଦାନ କରିବା,ଘରଡ଼ିହ ନଥିବା ବ୍ୟକ୍ତିମାନଙ୍କୁ ତଦନ୍ତ କରି ତୁରନ୍ତ ଘରଡ଼ିହ ପଟ୍ଟା ପ୍ରଦାନ କରିବା,ମଧୁବାବୁ ପେନସନ ଯୋଜନା ମାଧ୍ୟମରେ ୬୦ ବର୍ଷରୁ ଉର୍ଦ୍ଧ ବୁଢା ବୁଢ଼ୀମାନଙ୍କ ଭତ୍ତା ପ୍ରଦାନକୁ ନିଶ୍ଚିତ କରିବା ସହିତ ସର୍ବନିମ୍ନ ୬ହଜାର ଟଙ୍କା ଭତ୍ତା ପ୍ରଦାନ କରିବା,ଅଘୋଷିତ ବିଦ୍ୟୁତକାଟ ବନ୍ଦ କରିବା ଓ ପ୍ରତି ପରିବାରକୁ ୨୦୦ ୟୁନିଟ ମାଗଣା ବିଜୁଳି ଯୋଗାଇ ଦିଆଯିବା ସହିତ ବିଦ୍ୟୁତ ବୋର୍ଡର ପୁନଃ ସରକାରୀକରଣ କରିବା ଦାବୀରେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଦୁଇଟି ଦାବିପତ୍ର ପ୍ରଦାନ କରାଯାଇଥିଲା l
Leave A Reply