Odisha news

ଚନ୍ଦ୍ରଭାଗା ବେଳାମାର୍ଗରେ ରାହାଜାନି : ଜଣେ ଅଭିଯୁକ୍ତ ଗିରଫ, ଅନ୍ୟ ଜଣେ ମାରିଲା ଚମ୍ପଟ, ଲୁଟ ସାମଗ୍ରୀ ଜବତ କଲା ପୋଲିସ।

0

କୋଣାର୍କ- ପୁରୀ – କୋଣାର୍କ ବେଳାମାର୍ଗ ରାସ୍ତାରେ ଗତ ୧୯ ଓ ୨୦ ତାରିଖରେ ଦୁଇଗୋଟି ରାହାଜାନି ଘଟଣାରେ ସଂପୃକ୍ତ ୨ ଜଣ ଲୁଟେରା ଏକ କାରରେ  କୋଣାର୍କ ବସଷ୍ଟାଣ୍ଡ ଠାରେ ବୁଲୁଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ଚନ୍ଦ୍ରଭାଗା ମେରାଇନ ଥାନା ପୋଲିସ ଜଣଙ୍କୁ ଗୋଡାଇ କାବୁ କରିବା ସହିତ ଅନ୍ୟ ଜଣେ ପୋଲିସ ଆଖିରେ ଧୂଳି ଦେଇ ଚମ୍ପଟ ମାରିଥିବା ଜଣାପଡିଛି। ଖବରରୁ ପ୍ରକାଶ ଯେ କୋଣାର୍କ – ପୁରୀ ବେଳାଭୂମି ମାର୍ଗରେ ଢିଲା ପୋଲିସ ପ୍ରେଟୋଲିଂଗ ଯୋଗୁଁ ଦିନ କୁ ଦିନ ରାହାଜାନି, ଚୋରି ଓ ଲୁଟ ବୃଦ୍ଧି ପାଇବାରେ ଲାଗିଛି। ଗତ ୧୯ ତାରିଖରେ ପୁରୀ ଠାରୁ କୋଣାର୍କ ଅଭିମୁଖେ  ଆସୁଥିବା ଏକ ଦମ୍ପତ୍ତି ଓ ଗତ  ୨୦ ତାରିଖରେ  କୋଣାର୍କ ରୁ ପୁରୀ କୁ ଏହି ମେରାଇନି ଡ୍ରାଇଭି ରାସ୍ତାରେ ସନ୍ଧ୍ୟା ସମୟରେ ରଥଯାତ୍ରା ପାଇଁ ମୋଟର ସାଇକେଲ ଯାଉଥିବା ଅନ୍ୟ ଏକ ଦମ୍ପତିଙ୍କ ଠାରୁ ରାହାଜାନି ହୋଇଥିବା ଚନ୍ଦ୍ରଭାଗା ମେରାଇନି ଥାନାରେ ଲିଖିତ ଅଭିଯୋଗ ହୋଇଥିଲା । ଅଭିଯୋଗ କାରି କୋଣାର୍କ ବାଲି ଦୋକାନ ନିକଟସ୍ଥ ଗୟଳ ଗ୍ରାମର ପବିତ୍ର କୁମାର ନାୟକ ବୋଲି ଜଣାପଡିଛି। ଅଭିଯୋଗ ପାଇ ଚନ୍ଦ୍ରଭାଗା ମେରାଇନି ଥାନା ଅଧିକାରୀ ରବିନ୍ଦ୍ର କୁମାର ସେଠୀ ଏନେଇ ତୁରନ୍ତ ପଦକ୍ଷେପ ଗ୍ରହଣ ପାଇଁ ଏକ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରିଥିଲେ। ଗୁରୁବାର ପୂର୍ବାହ୍ନରେ କୌଣସି ସୁତ୍ରରୁ ଖବର ପାଇ କୋଣାର୍କ ବସ ଷ୍ଟାଣ୍ଡ ରେ ଏକ କାର ରେ ବୁଲୁଥିବା ଦୁଇ ରାହାଜାନି ଯୁବକକୁ କାବୁ କରିବାକୁ ଯାଇ ଜଣକୁ ଧରି ଗିରଫ କରିଥିଲା ବେଳେ ଅନ୍ୟଜଣେ ଆସାମୀ ଘଟଣା ସ୍ଥଳ ରୁ ଚମ୍ପଟ ମାରି ଫେରାର ହୋଇଯାଇଛି ।ଏହି ରାହାଜାନି ଘଟଣାରେ ବ୍ୟବହାର କରୁଥିବା ଏକ ବାଇକି ନମ୍ବର OD-02AL4274  ସହିତ ଟାଟା କମ୍ପାନୀର ଏକ ଦାମୀ କଳା କାର  ନମ୍ବର OD-02 CF 6367 ସହିତ ଦୁଇଟି ମୋବାଇଲି ଫୋନ ସହିତ କିଛି ଟଙ୍କା ପୋଲିସି ଜବତ କରିଥିବା ଜଣାପଡିଛି । ଏହି ରାହାଜାନି ଘଟଣାରେ ଗିରଫ ହୋଇଥିବା ମୁଖ୍ୟ ଅଭିଯୁକ୍ତ ଯୁବକ ଜଣକ କୋଣାର୍କ ରାଉଳପାଟଣା ଗ୍ରାମର’ ଫିଲୁ ‘ଓରଫ ସଦୟା ନାଥ ଲେଙ୍କା(୨୬) ହୋଇଥିଲା ବେଳେ ଅନ୍ୟ ଫେରାର ଅଭିଯୁକ୍ତ କୋଣାର୍କ ୯ ନମ୍ବର ୱାର୍ଡ ମାଉସୀମା ସାହିର କହ୍ନେଇ ଓରଫ  ରାକେଶ ଆଚାର୍ଯ୍ୟ(୨୪) ବୋଲି ଜଣାପଡିଛି।ଚନ୍ଦ୍ରଭାଗା ମେରାଇନି ଥାନା ପୋଲିସ ପକ୍ଷରୁ  ୧୮/୨୩ ରେ ଏକ ମାମଲା ରୁଜୁକରି ମୁଖ୍ୟ ଅଭିଯୁକ୍ତ ଫିଲୁ କୁ କୋର୍ଟଚାଲାଣ କରିଥିବା ଜଣାଯାଇଛି। ସେଠାରେ ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତ ଫିଲୁକୁ ଜେଲ ହାଜତକୁ ପଠାଇଦିଆଯାଇଛି।ବେଳାମାର୍ଗରେ ଘଟାଉଥିବା ରାହଜାନି ଓ ଚୋରିରେ ଆଉ କେଉଁମାନେ ସମ୍ପୂର୍କ୍ତ ଅଛନ୍ତି ତାକୁ ନେଇ ପୋଲିସି ମୁଖ୍ୟ ଆସାମୀ କୁ ଜେଲରୁ ରିମାଇଣ୍ଡର ରେ ଆଣି ତଦନ୍ତ ଜୋରଦାର କରି  ଅନ୍ୟ ଆସାମୀ ମାନଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ଚନ୍ଦ୍ରଭାଗା ମେରାଇନି ଥାନା ଅଧିକାରୀ ରବୀନ୍ଦ୍ର କୁମାର ସେଠୀ ପ୍ରକାଶ କରିଛନ୍ତି l

Leave A Reply