Odisha news

ନିର୍ବାଚନ ପ୍ରତିଶୃତିରେ ଅଟକି ରହିଛି ଯୁଗୁପୁରା-ଜାମନଣ୍ଡା ରାସ୍ତା

0

ବେତନଟୀ : ଜନସାଧାରଣଙ୍କର ମୌଳିକ ଅଧିକାର ଥିବା ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ଓ ବାସଗୃହ ପାଇଁ ସରକାର କେତେ ସଚେତନ ତାହା ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ପଞ୍ଚାୟତର ଉପାନ୍ତ ଜାମନଣ୍ଡା, ଛତର , ଲକ୍ଷୀପୁର, ଜୁଗୁପୁରା କୁ ଯାଇଥିବା ରାସ୍ତା ଦେଖିଲେ ଅନୁମାନ କରିହେବ । ସ୍ଵାଧୀନତାର ଷାଠିଏ ବର୍ଷ ପର୍ଯ୍ୟନ୍ତ ଏହି ଗାଁ କୁ ସରକାରୀ ରାସ୍ତାଟିଏ ନଥିଲା। ଲୋକେ ରେଳ ଧାରଣା ପାର୍ଶ୍ଵରେ ତିନି କିମି ଯାତାୟତ କରୁଥିଲେ। ପୂର୍ବତନ ସାଂସଦ ମହାମେଘ ଐର ଖାରବେଳ ସ୍ବାଇଁ ନିର୍ବାଚିତ ହେବା ପରେ ତାଙ୍କ ହାତ ପାଣ୍ଠିରୁ ଅନୁଦାନ ରାଶିରୁ ଦୁଇ ଲକ୍ଷ ଟଙ୍କା ବ୍ୟୟରେ ପ୍ରଥମ କରି ରାସ୍ତାକ ମାଟି ମୋରମରେ ତିଆରି ହେଲା। ସେହି ଦିନ ଠାରୁ ଆଜି ପର୍ଯ୍ୟନ୍ତ ୨୦ ବର୍ଷରୁ ଉର୍ଦ୍ଧ୍ବ ହେବ କେବଳ ମୋରମ ପ୍ରତି ବର୍ଷ ପଡି ଚାଲିଛି। ମାତ୍ର ପରିବର୍ତ୍ତନ କିଛି ହେଉନାହିଁ । ଉକ୍ତ ରାସ୍ତା ଉପରେ ଉନ୍ନତି ମୂଳକ କାମ ବାହାନାରେ ଯୋଜନାର ପଚିଶ ପ୍ରତିଶତ କମ ହେଉଥିବାର ଅଭିଯୋଗ ହେଉଛି। ବିଭାଗୀୟ କନିଷ୍ଠ ଯନ୍ତ୍ରୀ ବା ସହକାରୀ ଯନ୍ତ୍ରୀଙ୍କୁ ଗୁହାରି କରିଲେ କିଛି ଫଳପ୍ରଦ ହେଉ ନ ଥିବାର ଦେଖାଯାଉଛି । ଏମିତି ହେଉଛି ଆମ୍ବୁଲାନ୍ସ ଟିଏ ମଧ୍ୟ ଗାଁ କୁ ଯିବା ଲାଗି ଡ୍ରାଇଭର ମାନେ ଅମଙ୍ଗ ହେଉଛନ୍ତି। ବାରମ୍ଵାର ଗଣମାଧ୍ୟମରେ ପ୍ରକାଶ ପାଉଥିଲେ ମଧ୍ୟ ସେହି ରାସ୍ତା ପ୍ରତି କାହାରି ବି ନଜର ନ ଥିବା ଦେଖାଯାଉଛି। ନିର୍ବାଚନ ସମୟ ଆସିଲେ ଉଭୟ ଦଳ ବିଜେଡି, ବିଜେପି, କଂଗ୍ରେସ ନିଜ ନିଜର ନିର୍ବାଚନ ପ୍ରତିଶୃତିରେ ଏହି ରାସ୍ତାକୁ ସାମିଲ କରନ୍ତି ମାତ୍ର ନିର୍ବାଚନ ସରିଗଲେ ଏହି ରାସ୍ତା ଏବଂ ଏହି ରାସ୍ତାକୁ ବ୍ୟବହାର କରୁଥିବା ୮/୧୦ ଖଣ୍ଡ ଗ୍ରାମ ର ଜନସାଧାରଣଙ୍କୁ ପଚାରେ ବା କିଏ । ନିର୍ବାଚନ ସମୟରେ ରାଜନେତାଙ୍କର ଚକାଚକ ଗାଡି ସବୁ ଦୈାଡି ବୁଲେ ମାତ୍ର ନିର୍ବାଚନ ପରେ ବରିଷ୍ଠ ନେତାଙ୍କ ଠାରୁ ଆରମ୍ଭ କରି କୁଜି ନେତାମାନେ ମଧ୍ୟ ସେହି ରାସ୍ତା କଥାରେ ମୁଣ୍ଡ ଖେଳାନ୍ତି ନାହିଁ। ପ୍ରଶାସନ ଏଥିପ୍ରତି ଧ୍ୟାନ ନଦେଲେ ଆଗାମୀ ଦିନରେ ଆନ୍ଦୋଳନ ହେବା ସହିତ ରାସ୍ତା ଅବରୋଧ କରିବେ ବୋଲି ସ୍ଥାନୀୟ ଜନସାଧାରଣଙ୍କ ଠାରୁ ପ୍ରକାଶ।

Leave A Reply