କୋଣାର୍କ :- କୋଣାର୍କ ରାମଚଣ୍ଡୀ ଥାନା ଅଧିନସ୍ଥ ଟିକିନା ଗ୍ରାମର ଯଦୁମଣି ବେହେରା ଙ୍କ ଏକ ମାତ୍ର ରୋଜଗାରକ୍ଷମ ପୁଅ ଜଗା ବେହେରା ରାସ୍ତାରେ ଯାଉଥିବା ସମୟରେ ହଠାତ ଏକ ଦୁର୍ଘଟଣା ର ସମ୍ମୁଖୀନ ହୋଇ ନିଜର ବାମ ଗୋଡ଼ ହରାଇବା ସହ ଗୁରୁତର ଭାବେ କ୍ଷତଗ୍ରସ୍ତ ହୋଇଥିଲେ l ପରିବାର ର ଆର୍ଥିକ ସଙ୍କଟ ମଧ୍ୟରେ ବୃଦ୍ଧ ପିତା ମାତା ଦୀର୍ଘ ଦୁଇ ବର୍ଷ ଧାର କରଜ କରି ଚିକିତ୍ସା ଓ ଅସ୍ତ୍ରୋପଚାର କରିଥିଲେ ମଧ୍ୟ କିଛି ସୁଫଳ ମିଳିପାରୁନାହିଁ l ସୁସ୍ଥ ହେବା ପାଇଁ ଅର୍ଥ ବାଧକ ସାଜୁଥିବାରୁ ବୃଦ୍ଧ ପିତାମାତା ସହାୟତା ପାଇଁ ସମସ୍ତ ଙ୍କୁ ନିବେଦନ କରୁଛନ୍ତି l ଯାହାଫଳରେ ବିଭିନ୍ନ ସ୍ବେଛାସେବୀ ସଂଗଠନ ଅସହାୟ ଜଗା ଓ ତାଙ୍କ ପରିବାର ପ୍ରତି ସହାୟତାର ହାତ ବାଡ଼େଇବାକୁ ଆଗେଇ ଆସୁଥିବାର ଦେଖିବାକୁ ମିଳୁଛି l ଏହି ପରିପ୍ରେକ୍ଷୀରେ ସଭାପତି ସୌଭାଗ୍ୟ ସ୍ୱାଇଁ ଙ୍କ ନେତୃତ୍ୱରେ ଧର୍ମପଦ ସଂଗଠନ,କୋଣାର୍କ ତରଫରୁ କିଛି ଶୁଖିଲା ଖାଦ୍ୟ ଯଥା ଆଳୁ, ପିଆଜ, ଅଟା, ତେଲ, ଚୁଡା, ଚିନି, ଗୁଡ଼, ଏକ ମାସର ରାସନ ଓ କିଛି ଅର୍ଥ ଯୋଗାଇ ଦିଆଯାଇଛି l ଏହିପରି ଏକ ମହାନ କାର୍ଯ୍ୟରେ ଅନ୍ୟ ମାନଙ୍କ ମଧ୍ୟରେ ଧର୍ମପଦ ସଂଗଠନ ର ମାଧୁର୍ଯ୍ୟ ଜଗତ ଜ୍ୟୋତି ବିଶ୍ୱରାୟ, ସୁରେନ୍ଦ୍ର କାଣ୍ଡି, ତୋଫାନ କାଣ୍ଡି, ସନ୍ତୋଷ ଗୋଛାୟତ, ପ୍ରସନ୍ନ ବଳ, ଶିବ କାଣ୍ଡି, ବୁଦ୍ଧିଆ କାଣ୍ଡି ପ୍ରମୁଖ ସଦସ୍ୟ ଉପସ୍ଥିତ ଥିଲେ l ଏହି ମହାନ କାର୍ଯ୍ୟ ପାଇଁ ଅଞ୍ଚଳବାସୀ ଧର୍ମପଦ ସଂଗଠନ, କୋଣାର୍କ କୁ ଭୁୟସୀ ପ୍ରଶଂସା କରିବା ସହ ଅସହାୟ ଙ୍କୁ ସାହାର୍ଯ୍ୟ କରିବା ପାଇଁ ଅନୁପ୍ରାଣିତ ହୋଇଛନ୍ତି l
