Odisha news

କାହା ପାଇଁ ଏହି ଗୋଷ୍ଠୀ ଶୌଚାଳୟ ନିର୍ମାଣ : ଚାବି ପଡ଼ି ପଡ଼ି ୩ଲକ୍ଷ ବୁଡିବ

0
ନିରାକାରପୁର, ୭/୧: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ରାମେଶ୍ବର ଛକରେ ଜିଲ୍ଲା ଜଳ ଓ ପରିମଳ ବିଭାଗ ଦ୍ଵାରା ନିର୍ମାଣ କରାଯାଇଥିବ ଗୋଷ୍ଠୀ ଶୌଚାଳୟ ବର୍ତ୍ତମାନ କାହା ପାଇଁ ହୋଇଛି ତାହା  କିଛି  ବୁଝା ପଡୁନି। ସୂଚନାଯୋଗ୍ୟ କି ବିଭିନ୍ନ ଦୃଷ୍ଟି କୁ ଆଖି ଆଗରେ ରଖି ପାନ୍ଥିକା ରାସ୍ତାରେ ୩ ଲକ୍ଷ୍ୟ ତାଙ୍କ ବ୍ୟୟରେ ନିର୍ମାଣ ହୋଇଥିବା ଏହି ଗୋଷ୍ଠୀ ଶୌଚାଳୟ ରେ ଅନବରତ ଚାବି ପଡ଼ି ରହିଛି। ଫଳରେ ଜନ ସାଧାରଣଙ୍କ ର କୌଣସି କାର୍ଯ୍ୟରେ ଆସୁନି। ଅଯଥାରେ ୩ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇ ଚାବି ପଡ଼ି ପଡ଼ି ନଷ୍ଟ ହୋଇଯିବାର ସମ୍ଭାବନାକୁ ଏଡାଇ ଦିଆଯାଇ ନ ପାରେ।ତେଣୁ କେବଳ ପଇସା ଖର୍ଚ୍ଚ କରି ଶୌଚାଳୟ ନିର୍ମାଣ କରି ଚାବି ନ ପକାଇ ଏହାର କେୟାର ଟେକର ନିଯୁକ୍ତି କରିବା ସହ ନିୟମିତ ସ୍ୱଚ୍ଛ ରଖିବା ପାଇଁ ଦାବି କରାଯାଇଛି।
Nalco
Leave A Reply