Odisha news

ଯୋଜନା ବୋର୍ଡ ଉପାଧକ୍ଷଙ୍କୁ ସ୍ୱାଗତ କଲେ କାକଟପୁର ପୁର୍ବତନ ବିଧାୟକ

0

 

କୋଣାର୍କ- ବିଜେଡି ଦଳର ବରିଷ୍ଟ ନେତା ତଥା ପୁର୍ବତନ ମନ୍ତ୍ରୀ ସଂଜୟ ଦାସବର୍ମାଙ୍କୁ ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ଯୋଜନା ବୋର୍ଡ ଉପାଧକ୍ଷ ଭାବେ ନିଯୁକ୍ତି ଦେଇଥିବାରୁ ଶ୍ରୀ ଦାସବର୍ମାଙ୍କୁ ବିଭିନ୍ନ ମହଲରୁ ସ୍ୱାଗତର ସୁଅ ଛୁଟୁଛି ।

ଏହି ପରିପ୍ରେକ୍ଷିରେ ସୋମବାର ଦିନ କାକଟପୁର ପୁର୍ବତନ ବିଧାୟକ ତଥା ପୁରୀ ଜିଲ୍ଲା ଦଳିତ ସେଲର ଅଧକ୍ଷ ସୁରେନ୍ଦ୍ର ସେଠୀ ତାଙ୍କର ଶତାଧିକ ସମର୍ଥକଙ୍କ ସହ ଶ୍ରୀ ଦାସବର୍ମାଙ୍କୁ ଭୁବନେଶ୍ୱର ସ୍ଥିତ ବାସଭବନରେ ଭେଟି ତାଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସ୍ୱାଗତ କରିବା ସହ ପ୍ରିୟ ମୁଖ୍ୟମନ୍ତ୍ରୀ ତଥା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ କୃତଗ୍ୟଂତା ଜଣାଇଛନ୍ତି । ଶ୍ରୀ ବର୍ମା ଯୋଜନା ବୋର୍ଡର ଉପାଧକ୍ଷ ହେଲାପରେ ରାଜ୍ୟର ବିକାଶ ଧାରା ଆଗେଇବା ସହ ପ୍ରିୟ ମୁଖ୍ୟମନ୍ତ୍ରୀ ରାଜ୍ୟ ବାସିଙ୍କ ପାଇଁ ଯେଉଁ ସବୁ ସ୍ୱପ୍ନ ଦେଖିଛନ୍ତି, ତାହା ବାସ୍ତବରେ କାର୍ଯ୍ୟକାରୀ ହୋଇପାରିବ ବୋଲି ପୁର୍ବତମ ବିଧାୟକ ଶ୍ରୀ ସୁରେନ୍ଦ୍ର ସେଠୀ ପ୍ରକାଶ କରିଛନ୍ତି ।

Leave A Reply