ଯାଜପୁରସଦର-ଯାଜପୁର ବ୍ଲକ ଅନ୍ତର୍ଗତ ମହେଶ୍ୱରପୁର ପଂଚାୟତର ନିଶ୍ଚତା ବେଣିପୁର ଗ୍ରାମର ଧୃବଚରଣ ମଲ୍ଲିକଙ୍କ ୪ବଖରା ଘର କୈାଣସି କାରଣରୁ ନିଆଁ ଲାଗିବାରୁ ପୋଡି ପାଉଁଶ ହୋଇଯାଇଥିବା ଦେଖାଯାଇଛି । ଘଟଣାରୁ ଜଣାଯାଏ ନିଶ୍ଚତା ବେଣିପୁର ଗ୍ରାମର ଧୃବଚରଣ ମଲ୍ଲିକଙ୍କ ପୁଅ,ବୋହୁ,ନାତି ଓ ନାତୁଣି ସହିତ ୧୦ଜଣ ପରିବାର ରହୁଥିଲେ ।
ଆଜି ଦିନ ୧୨ଟା ସମୟରେ ହଠାତ୍ ଘରଟି ନିଆଁ ଲାଗିଯାଇଥିଲା । କେଉଁ କାରଣରୁ ନିଆଁ ଲାଗିଲା ବୋଲି ଜାଣିବା ପୁର୍ବରୁ ଘରଟି ହଠାତ୍ ଜଳି ଉଠିଥିଲା । ସ୍ଥାନୀୟ ଲୋକ ଯେତେ ଚେଷ୍ଟା କଲେ ମଧ୍ୟ ଘରେ ଥିବା ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ସହିତ ୪୦/୫୦ ହଜାର ଟଙ୍କା ଓ ଅନ୍ୟାନ୍ୟ ସମସ୍ତ ଆସବାବ ପତ୍ର ପୋଡି ପାଉଁଶ ହୋଇଯାଇଥିଲା ।
ଧୃବଚରଣ ନିଜ ନାତୁଣିଙ୍କ ବାହାଘର ପାଇଁ ସମସ୍ତ ସୁନା ଅଳଙ୍କାର ଓ ନଗଦ ଟଙ୍କା ଯୋଗାଡ କରି ଘରେ ରଖିଥିଲେ । ହେଲେ ନିଆଁ ଲାଗିଯାଇ ସମସ୍ତ ଜିନିଷ ପୋଡି ଯାଇଥିବାରୁ ଧୃବଚରଣ ଙ୍କ ପରିବାର ନିସ୍ୱ ଓ ଅସହାୟ ହୋଇଯାଇଥିବା ଦେଖାଯାଇଛି । କ୍ଷତିଗ୍ରସ୍ତ ପରିବାରକୁ କିଛି ସରକାରୀ ଯୋଗାଇ ଦେବାକୁ ଗ୍ରାମବାସୀଙ୍କ ତରଫରୁ ନିବେଦନ କରାଯାଇଛି ।