Odisha news

ଚନ୍ଦ୍ରଭାଗାରେ ସୂର୍ଯ୍ୟ ପୂଜା ମନ୍ଦିର ନିର୍ମାଣ ନିମନ୍ତେ ଜମି ଯୋଗାଇ ଦେବାକୁ ତହସିଲଦାରଙ୍କୁ ଆବେଦନ।

0
କୋଣାର୍କ- ପୁରାଣ ବର୍ଣ୍ଣୀତ ଚନ୍ଦ୍ରଭାଗାରେ ସୂର୍ଯ୍ୟ ଉପାସନାର ବିଶେଷ ମହତ୍ତ୍ଵ ରହିଆସିଛି। ଏହି ତୀର୍ଥ ସ୍ଥାନରେ ଶ୍ରଦ୍ଧାଳୁମାନେ ସୂର୍ଯ୍ୟ ଭଗବାନଙ୍କ ଦିବ୍ୟ ଇଶ୍ବରୀୟ ପ୍ରତିମାକୁ ପୂଜା କରିବା ନିମନ୍ତେ ଶୁକ୍ରବାର ଭଜନ କୀର୍ତ୍ତନ ସହ ଗାୟତ୍ରୀ ମନ୍ତ୍ର ପାଠ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ନୂତନ କୋଣାର୍କ ସୂର୍ଯ୍ୟ ମନ୍ଦିର ନିର୍ମାଣଶାଳାର ଅଧ୍ୟକ୍ଷ ଶ୍ରୀ ମୁକେଶ ଜୈନ ଉପସ୍ଥିତ ରହିଥିଲେ। ସୂର୍ଯ୍ୟ ହେଉଛନ୍ତି ସକଳ ଶକ୍ତିର ଆଧାର। କୋଣାର୍କ ସୂର୍ଯ୍ୟ ମନ୍ଦିରରେ ସୂର୍ଯ୍ୟ ପୂଜା ବନ୍ଦ ଥିବାରୁ ଉପାସନା ନିମନ୍ତେ ଅନ୍ୟ ଏକ ମନ୍ଦିର ନିର୍ମାଣ କରିବାକୁ ସେ ଉଦ୍ୟମ ଜାରି ରଖିଥିବା ଗଣମାଧ୍ୟମକୁ କହିବା ସହିତ ସ୍ଥାନୀୟ ବ୍ୟକ୍ତିଙ୍କ ସହଯୋଗ ମଧ୍ୟ ଲୋଡ଼ିଛନ୍ତି।ଉକ୍ତ ମନ୍ଦିର ନିର୍ମାଣ ନିମନ୍ତେ ୬ ଏକର ଜମି ଯୋଗାଇ ଦେବାକୁ ତହସିଲଦାରଙ୍କୁ ଆବେଦନ କରିଥିବା କହିଛନ୍ତି। ମନ୍ଦିର ନିର୍ମାଣ ପାଇଁ ୪୦୦ ଟନରୁ ଅଧିକ ପଥର ଖୋଦିତ ହୋଇଛି ଯେଉଁଥିରେ ସୂର୍ଯ୍ୟ ଭଗବାନଙ୍କର ୨ଟି ବଡ ପ୍ରତିମା,୨୪ଟି ରଥ ଚକ ମଧ୍ୟରୁ ୧୪ଟି,୭ଟି ଘୋଡା ମଧ୍ୟରୁ ୬ଟି ବହୁତ ସଂଖ୍ଯକ ସ୍ତମ୍ଭ ସହିତ ଖୋଦିତ ପଥର, ଅପସରା,ସର୍ପ ଏବଂ ମାଥିଥୁନ ପ୍ରତିମା ରହିଅଛି। ଏକ ବିଶାଳ ମନ୍ଦିର ନିର୍ମାଣ ପାଇଁ ୨ରୁ ୩ ବର୍ଷ ସମୟ ଲାଗିବ ତେଣୁ ବର୍ତ୍ତମାନ କୋଣାର୍କରେ ସୂର୍ଯ୍ୟ ପୂଜା ପାଇଁ ୨ରଥ ଚକ ଏବଂ ୭ଘୋଡା ବିଶିଷ୍ଟ ଏକ ଛୋଟ ମନ୍ଦିର ନିର୍ମାଣ କରିବା ନିମନ୍ତେ ଜମି ଯୋଗାଇ ଦେବାକୁ ଶ୍ରୀ ଜୈନ ତହସିଲଦାରଙ୍କୁ ଆବେଦନ କରିଛନ୍ତି। ଏହି କାର୍ଯ୍ୟକ୍ରମକୁ ସଂଯୋଜକ ଯୁଧିଷ୍ଠିର ସ୍ବାଇଁ ଓ ପ୍ରଦୀପ ପଣ୍ଡା ପ୍ରମୁଖ ପରିଚାଳନା କରିଥିଲେ।
Nalco
Leave A Reply