Odisha news

କୋଣାର୍କ ଚତୁଃପାଶ୍ୱର୍ ସୌନ୍ଦର୍ଯ୍ୟକରଣ ଖୁବ୍ଶୀଘ୍ର ; ଉଚ୍ଚେଦ ବ୍ୟବସାୟୀ ମାନଙ୍କୁ ଥଇଥାନ କରିବାପାଇଁ ଜିଲ୍ଲାପ୍ରଶାସନ ର ଯୋଜନା ।

0

କୋଣାର୍କ- ଦେଶ ଓ ବିଦେଶ ର ପଯର୍ୟଟକ ମାନଙ୍କୁ ଆକୃଷ୍ଟ କରି କୋଣାର୍କରେ ଅଧିକ ସମୟ ଧରି ବାନ୍ଧି ରଖିବାପାଇଁ ରାଜ୍ୟ ସରକାରଙ୍କ ତରଫରୁ ସୂର୍ଯ୍ୟମନ୍ଦିର ଚତୁଃପାଶ୍ୱର୍ କୁ ସୌନ୍ଦର୍ଯ୍ୟକରଣ କରିବା ପାଇଁ ନିଷ୍ପତି ନିଆଯାଇଛି । ଯାହା ଗତ ୯ତାରିଖ ଭୋର ରୁ ୫ଟି ସଚିବ ଭି.କାର୍ତିର୍କେୟ ପାଣ୍ଡିଆନ ଙ୍କ ସହ ପୂର୍ତ ବିଭାଗର ସଚିବ ତଥା ଶୀ୍ର ମନ୍ଦିରର ମୁଖ୍ୟ ପ୍ରଶାସକ କି୍ରଷନ କୁମାର ଓ ପୁରୀ ଜିଲ୍ଲାପାଳ ଶୀ୍ର ବଲ୍ଲବନ୍ତ ସିଂ ଗ୍ରସ୍ତ କରି ଭିର୍ତିଭୂମି ତଦାରଖ କରିବା ସହ ସୌନ୍ଦର୍ଯ୍ୟ କରଣ ର ନକ୍ସା କୁ ଟିକିନିକ ନିରିକ୍ଷଣ କରିଥିଲେ ।ତଦନୁଯାୟୀ ପର୍ଯ୍ୟଟନ ସ୍ଥଳୀ ଅର୍କକ୍ଷେତ୍ରକୁ ନୂଆରୂପରେ ସଜାଇବା ପାଇଁ ପ୍ରଶାସନ ତରଫରୁ ଯୋଜନା ମାନ କରାଯାଇଥିବା ଜଣାପଡିଛି । ପ୍ରଥମେ ମନ୍ଦିର ର ଉଭୟ ପାଶ୍ୱର୍ ଓ ରିଙ୍ଗ ରୋଡ ପାଶ୍ୱର୍ରେ ଥିବା ଦୋକାନୀ ମାନଙ୍କୁ ଉଚ୍ଚେଦ କରାଯାଇ ସେମାନଙ୍କୁ ଉଚିତ୍ ସ୍ଥାନରେ ଥଇଥାନ କରାଯିବା ସହ ରିଙ୍ଗରୋଡ ର କା୍ର୍ୟ୍ୟ ଆରମ୍ଭ କରାଯିବ । ଏହି ନୂଆ ରିଙ୍ଗ ରୋଡ ଚନ୍ଦ୍ରଭାଗା ବଜାରରୁ ବାହାରି ଆଇ ଓ ସି ଏଲ ର ନିକଟବର୍ତି ଦେଇ ଥାନା ଛକ ନିକଟରେ ମିଶିବାର ଯୋଜନା ଅଛି । ଏବଂ ଏହି ରିଙ୍ଗ ରୋଡ ର ଉଭୟ ପାଶ୍ୱର୍ରେ ଭେଣ୍ଡିଂ ଜୋନ ମାନ କରାଯାଇ ଦୋକାନୀ ମାନଙ୍କୁ ଥାଇଥାନ କରାଯିବାର ଯୋଜନା ଜିଲ୍ଲାପ୍ରଶାସନ କରୁଅଛି ।ପଥଚାରୀ ଙ୍କ ପାଇଁ ଅଲଗା ରାସ୍ତା ନିର୍ମାଣ ସହିତ ରାସ୍ତା ର ଉଭୟ ପାଶ୍ୱର୍କୁ ଆଲୋକିକରଣ କରାଯିବ ଏବଂ ଜବରଦଖଲ ମୁକ୍ତ ହେବା ପରେ ପ୍ରବେଶ ପଥ ନୂଆରୂପରେ ଶୋଭାପାଇବ ଯାହା ପର୍ଯ୍ୟଟକ ମାନେ ସୂର୍ଯ୍ୟମନ୍ଦିରକୁ ଗୋଟେ ପଟେ ପ୍ରବେଶ କରି ସହରର ଅନ୍ୟପଟେ ରିଙ୍ଗ ରୋଡ ଦେଇ ପ୍ରସ୍ଥାନ କରିବେ । ତାହା ଛଡା ସୂର୍ଯ୍ୟମନ୍ଦିରର ଦକ୍ଷିଣ ଓ ପଶ୍ଚିମପାଶ୍ୱର୍ ଜମିରେ ପଂଚତାରକା ହୋଟେଲ ଓ ସୂର୍ଯ୍ୟମନ୍ଦିରକୁ ସ୍ୱତନ୍ତ୍ର ରାସ୍ତା ନିର୍ମାଣ ପାଇଁ ଯୋଜନା ରହିଛି ବୋଲି ଜଣାପଡିଛି । ଏହା ପରେ ପରେ ସୂର୍ଯ୍ୟମନ୍ଦିରର ଚତୁଃପାଶ୍ୱର୍ ସୌନ୍ଦର୍ଯ୍ୟକରଣ କରିବାସହ ବସ୍ ଷ୍ଟାଣ୍ଡକୁ ମଡେଲ ବସ୍ ଷ୍ଟାଣ୍ଡ କରିବାପାଇଁ ଯୋଜନା କରାଯାଇଛି । ଯେଉଁଥିରେ ପର୍ଯ୍ୟଟକ ମାନଙ୍କ ସୁବିଧା ପାଇଁ ୨୦୦ରୁ ଅଧିକ ବସ୍ ରହିବାର ସୁବିଧା କରାଯିବ ।ଯାହାଦ୍ୱାରା ସହରର ଟା୍ରଫିକ ସମସ୍ୟା କୁ ନିୟନ୍ତ୍ରଣ କରାଯାଇ ପାରିବ । ମୋଟାମୋଟି ଭାବେ କହିବାକୁ ଗଲେ କୋଣାର୍କକୁ ସମ୍ପୂର୍ଣ୍ଣ ନବବଧୂ ପରି ସଜାଇବା ପାଇଁ ଜିଲ୍ଲାପ୍ରଶାସନ ଙ୍କ ସହ ରାଜ୍ୟ ସରକାରଙ୍କର ଯୋଜନା ଚାଲୁରହିଛି । ଯାହା ଖୁବ୍ଶୀଘ୍ର ବାସ୍ତବ ରୂପ ରେଖ ନେବାକୁ ଯାଉଛି ।

Leave A Reply