ମାଘମେଳା ଆଉ ରହିଲା ୧୫ ଦିନ ବାକି : ପ୍ରସାଶନ ପକ୍ଷରୁ ପ୍ରସ୍ତୁତି ବୈଠକ ହେଲାନାହିଁ
ଚନ୍ଦ୍ରଭାଗା ମାଘମେଳାର ଆୟୋଜନ କୁ ନେଇ ଆଶଙ୍କା ,ଚିନ୍ତାରେ ଶ୍ରଦ୍ଧାଳୁ, ଆନ୍ଦୋଳନ କୁ ଓଲାହିବାକୁ ବିଶ୍ୱହିନ୍ଦୁ ର ଧମକ ।
କୋଣାର୍କ,୨୧/୧:ଚଳିତବର୍ଷ ଚନ୍ଦ୍ରଭାଗା ମାଘସପ୍ତମୀ ବୁଡ଼କୁ ନେଇ ଆଶଙ୍କା ଲାଗି ରହିଛି ଦେଶ ବିଦେଶର ଲକ୍ଷାଧିକ ଶ୍ରଦ୍ଧାଳୁଙ୍କୁ ନେଇ ଜନସମାଗମ ଘଟୁଥିବା ଉତ୍ସବ ଭାବେ ମାଘମେଳା ପରିଗଣିତ ହୋଇଥାଏ ।ଏନେଇ ପ୍ରଶାସନ ପକ୍ଷରୁ ସବୁବର୍ଷ ବ୍ୟାପକ ବନ୍ଦୋବସ୍ତ କରାଯାଇଥାଏ । ପ୍ରତିବର୍ଷ ମାଘ ସପ୍ତମୀ ବୁଡ଼ ଲାଗି ତିନୋଟି ପ୍ରସ୍ତୁତି ବୈଠକ ଓ ଏକ ସ୍ବେଛାସେବୀ ସମନ୍ବୟ ବୈଠକର ଆୟୋଜନ କରାଯାଇଥାଏ ।ଚଳିତବର୍ଷ ମାଘମେଳାକୁ ଆଉ ମାତ୍ର ଦୁଇ ସପ୍ତାହ ବାକିଥିବା ସମୟରେ ଏନେଇ ଅଦ୍ୟାବଧି। ପ୍ରଶାସନ ପକ୍ଷରୁ କୌଣସି ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇନାହିଁ ।ମହାମାରୀ କରୋନାର ତୃତୀୟ ଲହରୀ ଏବେ ପୁରୀ ଜିଲ୍ଲା ରେ ପାଦ ଥାପିଥିବାରୁ ଏହି ଉତ୍ସବର ଆୟୋଜନକୁ ନେଇ ଆଶଙ୍କା ଦେଖାଯାଇଛି ।ଚଳିତବର୍ଷ କରନା ର ତୃତୀୟ ଲହରୀ କୁ ନେଇ ମାଘସପ୍ତମୀ ବୁଡ଼ ରେ ଶ୍ରଦ୍ଧାଳୁଙ୍କ ସମାଗମ ଘଟିବ ନା ବିନା ଶ୍ରଦ୍ଧାଳୁରେ ପ୍ରଶାସନ ଦ୍ୱାରା ମାଘମେଳା ହେବ ତାକୁ ନେଇ ଆଙ୍କା ସୃଷ୍ଟି ହୋଇଛି ।ମିଳିଥିବା ସୂଚନା ମୁତାବକ ପ୍ରତିବର୍ଷ ମାଘମେଳାର ତିନି ଆରାଧ୍ୟ ଠାକୁର ତ୍ରିବେଣୀଶ୍ବର ମହାଦେବ, ଐଶାନେଶ୍ବର ମହାଦେବ ଓ ଦକ୍ଷିଣେଶ୍ବର ମହାଦେବଙ୍କ ନୀତିକାନ୍ତି ଯଥାବିଧି ଅନୁଷ୍ଠିତ ହୋଇଥାଏ ।
ମାତ୍ର ଗତବର୍ଷ କରନା ର ଦ୍ୱିତୀୟ ଲହରୀ କୁ ନେଇ ଠାକୁରଙ୍କ ଶୋଭାଯାତ୍ରାରେ କେତେକ କଟକଣା ସ୍ୱରୂପ ଅଙ୍କୁଶ ଲାଗି ଠାକୁର ଙ୍କ ସ୍ନାହାନ କାର୍ଯ୍ୟ କରାଯାଇଥିଲା ।ଷଷ୍ଠୀଦିନ ମାହେନ୍ଦ୍ର ଲଗ୍ନରେ ତିନି ଠାକୁରଙ୍କୁ ଚନ୍ଦ୍ରଭାଗା ପୂଜାବେଦୀରେ ପହଞ୍ଚାଯିବା ପରେ ଶ୍ରଦ୍ଧାଳୁଙ୍କ ସମାଗମ ଉପରେ ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇ ସୀମିତ ଶ୍ରଦ୍ଧାଳୁ ଙ୍କ ମଧ୍ୟରେ ଏହି ବୁଡ଼ ଗତବର୍ଷ ବିଧି ଅନୁଯାଇ ସମାପନ ସୁରୁଖୁର ରେ ପ୍ରଶାସନ ପକ୍ଷରୁ କରାଯାଇଥିଲା । ମାତ୍ର ଚଳିତ ବର୍ଷ ତୃତୀୟ ଲହର ପ୍ରକୋପ ଭୟରେ ପ୍ରସାଶନ ବହୁ ପୁରାତନ ତଥା ଶହଶହ ବର୍ଷ ର ଏହି ହିନ୍ଦୁ ଧର୍ମର ପ୍ରଥା ମାଘମେଳା ବୂଡ଼ କରିବା ନେଇ ଆଶଙ୍କା ଦେଖାଦେଇଛି । ଆଉ ମାତ୍ର ୧୫ ଦିନ ସମୟ ବାକି ଥିଲାବେଳେ ପ୍ରଶାସନ ପକ୍ଷରୁ ଏପର୍ଯ୍ୟନ୍ତ କୋୖଣସି ପଦକ୍ଷେପ ନନେବା ଓ ମାଘମେଳା ବୂଡ଼ କୁ ନେଇ ପ୍ରଥମ ପ୍ରସ୍ତୁତିବୈଠକ ନ ହେବାକୁ ନେଇ ଶ୍ରଦ୍ଧାଳୁ ଙ୍କ ମଧ୍ୟରେ ଚିନ୍ତା ଦେଖାଦେଇଛି ।ଏ ପର୍ଯ୍ୟନ୍ତ ସ୍ଥାନୀୟ ପ୍ରଶାସନ ପକ୍ଷରୁ ତୀର୍ଥ ପୁସ୍କରଣୀ ର ଖନନ ଓ ସଫେଇ କାର୍ଯ୍ୟ ଆରମ୍ଭ କରାଯାଇନାହିଁ।ତୀର୍ଥ ପୁସ୍କରଣୀ ଟି ସମ୍ପୂର୍ଣ ଭାବେ ଆଳିଆବର୍ଜନ ରେ ଭର୍ତି ହୋଇରହିଛି ।ଏହାର ଚତୁରପାର୍ଶ୍ୱ ମଧ୍ୟ ସମ୍ପୂର୍ଣ ଅପରିଷ୍କାର ଭାବେ ପଡିରହିଛି ।ତୀର୍ଥ ପୁଷ୍କରଣୀ ର ବାଉଣ୍ଡାରୀ କୁ ମଧ୍ୟ ରଙ୍ଗ ବୋଲା କାର୍ଯ୍ୟ ଏପର୍ଯ୍ୟନ୍ତ ଆରମ୍ଭ କରାଯାଇନାହିଁ । ଯାହାକୁ ନେଇ ସ୍ଥାନୀୟ ବାସୀ ଓ ଶ୍ରଦ୍ଧାଳୁ ଙ୍କ ମଧ୍ୟରେ ପ୍ରଶାସନ ର ଏପରି ବିଳମ୍ବ କୁ ନେଇ ଘୋର ଅସନ୍ତୋଷ ଦେଖାଦେଇଛି ।
ଏ ନେଇ ପ୍ରଶାସନ ପକ୍ଷରୁ ତୁରନ୍ତ ନିଷ୍ପତି ନିଆଯାଇ ଗତବର୍ଷ ଭଳି ସମସ୍ତ କୋଭିଡ଼ି କଟକଣା ପାଳନ ପୂର୍ବକ ଏହି ମହାନ ମାଘ ବୁଡ଼କୁ ହିନ୍ଦୁ ଧର୍ମର ଆସ୍ଥା ଓ ବିଶ୍ୱାସ କୁ ବଜେରଖିବା ଦିଗରେ ପ୍ରଶାସନ ସଚେତନ ହୋଇ ପଦକ୍ଷେପ ନେଇ କାର୍ଯ୍ୟ କରିବାକୁ କୋଣାର୍କ ଅଂଚଳର ବିଶ୍ୱହିନ୍ଦୁ ପରିଷଦ ର କର୍ମକର୍ତା ମାନେ ଅନୁରୋଧ କରିଛନ୍ତି ।ନଚେତ ହିନ୍ଦୁ ଧର୍ମର ଆସ୍ଥା ଓ ବିଶ୍ୱାସ କୁ ନେଇ ଶ୍ରଦ୍ଧାଳୁ ଙ୍କ ସ୍ଵାର୍ଥ ରକ୍ଷା ପାଇଁ ବିଶ୍ବହିନ୍ଦୁପରିସଦ ରାସ୍ତାକୁ ଓଲାହିବାକୁ ବାଧ୍ୟ ହେବ ।