ଆରମ୍ଭ ହେଲା ରାଜନୀତି ର ମହାସମର : ପଞ୍ଚାୟତ ନିର୍ବାଚନ ରେ ବନାଖଣ୍ଡି ପଞ୍ଚାୟତ ରୁ ପଞ୍ଚାୟତ ସମିତି ସଭ୍ୟା ପ୍ରାର୍ଥୀନି ଭାବେ ମଇଦାନକୁ ଓଲ୍ହାଇବେ ପୁର୍ବତନ ସରପଞ୍ଚ ଙ୍କ ପତ୍ନୀ ,ପଂଚାୟତ କୁ ସ୍ମାର୍ଟ ପଂଚାୟତ କରିବା ଲକ୍ଷ୍ୟ ରେ କାର୍ଯ୍ୟ କରିବେ
କୋଣାର୍କ:-୧୮/୧ ଦିନକୁ ଦିନ ପଂଚାୟତ ନିର୍ବାଚନ ର ତାରିଖ ଯେତିକି ପାଖେଇ ଆସୁଛି ନିର୍ବାଚନି ହାୱା ସେତେ ଅଧିକ ବହି ଚାଲିଛି।ଏହାରି ଭିତରେ ଦଳ ଦଳ ମଧ୍ୟରେ ପ୍ରାର୍ଥୀ ଚୟନ କୁ ନେଇ ଆରମ୍ଭ ହୋଇଛି ଅଙ୍କ କଷାକଷି।ପଞ୍ଚାୟତ ନିର୍ବାଚନ ରେ ଏବେ ଠାରୁ ଆଶାୟୀ ପ୍ରାର୍ଥୀ ଏବଂ ପ୍ରାର୍ଥୀନୀ ଙ୍କ ଭିଡ଼ ପରିଲକ୍ଷିତ ହେଉଥିବା ବେଳେ କେଉଁ ଦଳ କାହାକୁ ନିଜର ପ୍ରାର୍ଥୀ ନିର୍ଦ୍ଧାରିତ କରିବ ତାହା ଯଦିଓ ସମୟ କହିବ ତଥାପି ଆଗମୀ ନିର୍ବାଚନ କୁ ନେଇ ଏବେ ଠାରୁ ଆଶାୟୀ ମାନେ ମଇଦାନକୁ ଓଲ୍ହାଇ ଆସିଲେଣି।ଏହାରି ଭିତରେ ଗତକାଲି ସନ୍ଧ୍ୟାରେ ବିଜୁ ଜନତା ଦଳ ପକ୍ଷରୁ ଘୋଷଣା ହୋଇଥିବା ଗୋପ ବ୍ଲକ ତଥା କାକଟପୁର ନିର୍ବାଚନ ମଣ୍ଡଳୀ ର ସମସ୍ତ ସରପଞ୍ଚ ଓ ପଞ୍ଚାୟତ ସମିତି ସଭ୍ୟ ପାଇଁ ଇସ୍ତାହାର ରୁ ବନାଖଣ୍ଡି ପଞ୍ଚାୟତ ରୁ ବିଜୁ ଜନତା ଦଳ ପକ୍ଷରୁ ପଞ୍ଚାୟତ ସମିତି ସଭ୍ୟା ପ୍ରାର୍ଥୀନି ଭାବେ ନିର୍ବାଚନି ମଇଦାନକୁ ଓଲ୍ହାଇବା ପାଇଁ ଅଣ୍ଟା ଭିଡିଛନ୍ତି ପୂର୍ବତନ ସରପଞ୍ଚ ଜିତେନ୍ଦ୍ରନାଥ ମଲ୍ଲିକଙ୍କ ପତ୍ନୀ ” ଗୀତାଞ୍ଜଳି ମଲ୍ଲିକ”।ସାଧାରଣ ଲୋକ ମାନଙ୍କ ପାଇଁ କିଛି କରି ଦେଖାଇବା ସହ ପ୍ରତିଟି ସାଧାରଣ ଲୋକ ଙ୍କ ନିକଟରେ ପହଞ୍ଚି ଲୋକଙ୍କ ସ୍ୱର ରେ ସାମିଲ ହେବାକୁ ଚଳିତ ପଞ୍ଚାୟତ ନିର୍ବାଚନ ରେ ଲୋକଙ୍କ ପାଇଁ ଲଢ଼ିବା ପାଇଁ ସେ ପ୍ରସ୍ତୁତ ହୋଇ ସାରିଲେଣି।ସମସ୍ତ ରଣନୀତି ସହ ପଞ୍ଚାୟତ ବାସୀ ଙ୍କ ସମର୍ଥନ ରେ ସେ ମଇଦାନକୁ ଓଲ୍ହାଇ ଆସିଥିବା ବେଳେ ପୂର୍ବରୁ ତାଙ୍କ ସ୍ୱାମୀ ଦୀର୍ଘ ୫ ବର୍ଷ ଧରି ଯେଉଁ ବିକାଶ ମୂଳକ କାର୍ଯ୍ୟ ନିଜ ପଞ୍ଚାୟତ ରେ କରିଥିଲେ ଏବଂ ଯାହା କରିବାର ସ୍ୱପ୍ନ ବାକି ରହିଯାଇଥିଲା ତାକୁ ସଫଳ ରୂପାୟନ କରି ସାଧାରଣ ଲୋକ ମାନଙ୍କ ମୁହଁରେ ହସ ଫୁଟାଇବା ପାଇଁ ସେ ସଂକଳ୍ପ ନେଇଛନ୍ତି। ସେ ନିର୍ବାଚିତ ହେଲେ ସମଗ୍ର ଗୋପ ବ୍ଲକ ରେ ” ବନାଖଣ୍ଡି ପଂଚାୟତ”‘ କୁ ଏକ ସ୍ମାର୍ଟ ପଂଚାୟତ ରେ ପରିଣତ କରିବାକୁ ନେଇ ସେ ସରପଞ୍ଚ ଙ୍କ ସହିତ ମିଶିକାର୍ଯ୍ୟ କରିବାକୁ ଲକ୍ଷ ରଖିଥିବା ସୂଚନା ଦେଇଥିଲେ । ତେବେ ଚଳିତ ନିର୍ବାଚନ ରେ ବନାଖଣ୍ଡି ପଞ୍ଚାୟତ ରେ ବିଜୁ ଜନତା ଦଳର ସମର୍ଥନ ରେ ଶ୍ରୀମତୀ ମଲ୍ଲିକ ବହୁ ମାତ୍ରାରେ ବିଜୟ ଲାଭ କରିବେ ବୋଲି ନିର୍ବାଚନୀ ହାୱା ରୁ ଜଣାପଡ଼ିଛି ।