ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଳକ ନଈଗୁଆଁ ପଞ୍ଚାୟତ ନଈଗୁଆଁ ଗାଁରେ ଦେଖିବାକୁ ମିଳିଛି ଏକ ହତ୍ଯା କାଣ୍ଡ। ବଡ ଭାଇ ପୁଅ,ଭାଉଜ, ସହ ପରିବାରର କିଛି ଲୋକ ଗୋଡେଇ ଗୋଡେଇ କଟୁରୀରେ ହତ୍ଯା କଲେ ସାନପୁଅ ବିଚିତ୍ର ପ୍ରଧାନଙ୍କୁ । ପାରିବାରିକ କଳହ କୁ ନେଇ ଦୀର୍ଘ ଦିନ ଧରି ଘରେ ବିବାଦ ସୃଷ୍ଟି ହେବା ଯୋଗୁଁ, ପରିବାର ର ସମସ୍ତ ସଦସ୍ୟ ମିଳିତ ଆକ୍ରମଣ କରି ହତ୍ୟା କରିଥିବା ଜଣା ପଡ଼ିଛି। ଗତକାଲି ଅପରାହ୍ନରେ ବିଚିତ୍ର ନିଶାସକ୍ତ ଅବସ୍ଥାରେ ଘରେ ପହଞ୍ଚି ପରିବାର ଲୋକ ମାନଙ୍କ ସହ ଝଗଡା କରିଥିଲେ, ପରେ ପରିବାର ଲୋକେ ଉତ୍ୟକ୍ତ ହୋଇ ବିଚିତ୍ର ଙ୍କୁ ମାରିବା ପାଇଁ ଗୋଡ଼ାଇ ଥିଲେ ଅତ୍ୟଧିକ ମଦ୍ୟପାନ ଯୋଗୁଁ ବିଲ ମଝିରେ ପଡି ଯାଇଥିଲେ ବିଚିତ୍ର।ପରେ ପରିବାର ଲୋକେ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ ବିଚିତ୍ର ଙ୍କୁ।ଦିନ ଦ୍ବିପ୍ରହର ରେ ସର୍ବସାଧରଣେ ହୋଇଥିବା ଏହି ହତ୍ୟାକାଣ୍ଡ ରେ ଗାଁ ର କୌଣସି ବ୍ୟକ୍ତି ତାଙ୍କୁ ବଞ୍ଚାଇବାକୁ ମଧ୍ୟ ଆସି ନଥିଲେ, ଏପରିକି ଆକ୍ରମଣ ହେବାର ଦୀର୍ଘ ସମୟ ଧରି କ୍ଷତାକ୍ତ ଅବସ୍ଥାରେ ବିଲ ମଝିରେ ପଡି ରହିଥିବା ବିଚିତ୍ର ଲଗାତାର ଭାବେ ପାଣି ମାଗିଲେବି ଭୟରେ ଗାଁ ଲୋକେ ପାଣି ବୁନ୍ଦାଏ ଦେଇ ନଥିଲେ ତେଣୁ ଘଟଣା ସ୍ଥାନରେ ବିଚିତ୍ର ମୃତ୍ୟୁ ବରଣ କରିଥିଲେ। ଖବର ପାଇଁ କାକଟପୁର ପୋଲିସ ପହଞ୍ଚି ଶବକୁ ଜବତ କରି ତଦନ୍ତ ଚଳାଇଛନ୍ତି।ପରେ ଘଟଣା ସ୍ଥଳରେ ଫରେନସିକ ଏକ୍ସପର୍ଟ ଏମ୍. ଶରନ୍ୟା ଓ ଟିମ ପହଞ୍ଚି ପ୍ରାଥମିକ ତଦନ୍ତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣା ପଡ଼ିଛି।ଅନ୍ୟପଟେ ମୃତ ବିଚିତ୍ର ଙ୍କ ପରିବାର ର ତାଙ୍କ ଭାଉଜ ଆତ୍ମସମର୍ପଣ କରିଥିବା ଜଣାପଡ଼ିଛି।
Comments are closed.