Odisha news

ଏନଡିଆରଏଫ ପକ୍ଷରୁ ପ୍ରାକୃତିକ ବିପର୍ଯ୍ୟୟ ସମ୍ପର୍କରେ ସଚେତନତା କାର୍ଯ୍ୟକ୍ରମ

0

କୋଣାର୍କ, ଏନଡିଆରଏଫ ପକ୍ଷରୁ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ବିପନ୍ନ ଲୋକଙ୍କୁ କିଭଳି ଉଦ୍ଧାର କରାଯାଇପାରିବ ସେ ସମ୍ପର୍କରେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇ ଯାଇଛି । ପୂର୍ବାହ୍ନ ୧୦ଟାରେ କୋଣାର୍କ ଉଚ୍ଚ ବିଦ୍ୟାଳୟ ଓ ମଧ୍ୟାହ୍ନ ୧ଟାର କୋଣାର୍କ ଭଗବତୀ ମହାବିଦ୍ୟାଳୟରେ ପୃଥକ ପୃଥକ ଭାବେ ଛାତ୍ରଛାତ୍ରୀମାନଙ୍କୁ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନାର ସଂଜ୍ଞା, କ୍ଷୟକ୍ଷତି, ବିଭିନ୍ନ ପ୍ରକାର ବିପର୍ଯ୍ୟୟର ଭୟାବହତା, ବିପର୍ଯ୍ୟୟ ସମୟରେ ଜୀବନ ରକ୍ଷା ସମ୍ବନ୍ଧୀୟ କୌଶଳ ଏବଂ ଏହି ବିପତ୍ତି ସମୟରେ କିଭଳି ସରଳ ଉପାୟରେ ଧନ ଜୀବନକୁ ରକ୍ଷା କରାଯାଇପାରିବ ସେ ସମ୍ପର୍କରେ ଅବଗତ କରାଯାଇଥିଲା । ଏନଡିଆରଏଫ ଟିମି କମାଇଣ୍ଡର ଇନ୍ସପେକ୍ଟର ଡି. କୋ ପାଣ୍ଡେ, ଇନ୍ସପେକ୍ଟର ସୁବ୍ରତ କୁମାର ଭୋଇ, ଇନ୍ସପେକ୍ଟର ବି ଚୌଧୁରୀ, କୂଳଦୀପ, ଏନ.ସି. ମଣ୍ଡଳ, ବି.ପି. ବେହେରା, ଏ. କେ. ତ୍ୟାଗୀଙ୍କ ସମେତ ଏନଡିଆରଏଫ ଟିମିର ସଦସ୍ୟମାନେ ଉପସ୍ଥିତ ରହି ସ୍କୁଲ ଓ କଲେଜ ଛାତ୍ରଛାତ୍ରୀମାନଙ୍କୁ ବନ୍ୟା, ବାତ୍ୟା, ବଜ୍ରପାତ, ଅଗ୍ନିକାଣ୍ଡ, କାଳବୈଶାଖୀ ଓ ସୁନାମୀ ଆଦି ପ୍ରାକୃତିକ ବିପର୍ଯୟ ସମୟରେ ଅନୁସନ୍ଧାନ, ଉଦ୍ଧାର କାର୍ଯ୍ୟ ଓ ପ୍ରାଥମିକ ଚିକିତ୍ସା ସମ୍ପର୍କରେ ବିଭିନ୍ନ କୌଶଳମାନ ଶିକ୍ଷା ପ୍ରଦାନ କରିଥିଲେ । ଏହି ସଚେତନତା କାର୍ଯ୍ୟକ୍ରମକୁ ଏନଡିଆରଏଫ ଟିମିର ସଦସ୍ୟ, କୋଣାର୍କ ଉଚ୍ଚ ବିଦ୍ୟାଳୟ ଏବଂ କୋଣାର୍କ ଭଗବତୀ ମହାବିଦ୍ୟାଳୟର କର୍ମଚାରୀମାନେ ପରିଚାଳନା କରିଥିଲେ । ଆସନ୍ତା ଫେବୃଆରୀ ମାସ ୧୨ତାରିଖ ଠାରୁ ୧୪ ତାରିଖ ପର୍ଯ୍ୟନ୍ତ କୋଣାର୍କ-ପୁରୀ ବେଳାମାର୍ଗସ୍ଥ ରାମଚଣ୍ଡୀଠାରେ ଏନଡିଆରଏଫ ପକ୍ଷରୁ ଆୟେଜିତ ଦ୍ୱିତୀୟ ବିମ୍ଷ୍ଟେକ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏଥିରେ ଭାରତ ସମେତ ଶ୍ରୀଲଙ୍କା, ବାଙ୍ଗଲଦେଶ, ନେପାଳ, ଥାଇଲାଣ୍ଡ, ମିଆଁମାର, ଭୁଟାନର ପ୍ରତିନିଧିମାନେ ଯୋଗଦେବ । ଏହି କାର୍ଯ୍ୟକ୍ରମ ପୂର୍ବରୁ ଓଡିଶାର ୪୮୦ କିଲୋମିଟର ତଟବତ୍ତି ଇଲାକାରେ ରହୁଥିବା ୬ଟି ଜିଲ୍ଲାର ଲୋକଙ୍କ ସଚେତନ କରାଇବା, ସମୁଦ୍ର କୂଳ ସଫେଇ କରିବା, ମିନି ମାରଥନ ଇତ୍ୟାଦିର କାର୍ଯ୍ୟକ୍ରମ ରହିଛି ।

Leave A Reply