ଯାଜପୁର: ଯାଜପୁର ଜିଲ୍ଲା ମହୋତ୍ସବ ୧୫ ତାରିଖ ବୁଧବାରରୁ ଶୁଭାରମ୍ଭ ହୋଇଯାଇଛି । ଏହି ସାଂସ୍କୃତିକ କାର୍ଯ୍ୟକ୍ରମକୁ ଉପଭୋଗ କରିବା ପାଇଁ ଲକ୍ଷାଧିକ ଲୋକଙ୍କ ସମାଗମ ହୋଇଛି । ମୁଖ୍ୟ ଆକର୍ଷଣ ବଲିଉଡ କଣ୍ଠଶିଳ୍ପୀ ସୋନୁ ନିଗମଙ୍କର ଗୀତର ତାଳେ ତାଳେ ଦର୍ଶକମାନେ ଝୁମିଥିଲେ । ଏହି କାର୍ଯ୍ୟକ୍ରମକୁ ଯାଜପୁର ଜିଲ୍ଲାପାଳ ରଂଜନ କୁମାର ଦାସଙ୍କ ସଭାପତିତ୍ୱରେ ଜିଲ୍ଲାର ସମସ୍ତ ବିଧାୟକ ଓ ସାଂସଦ ଏବଂ ଜିଲ୍ଲା ପରିଷଦର ଅଧ୍ୟକ୍ଷ ଉପସ୍ଥିତ ରହିଥିଲେ । ମୁଖ୍ୟଅତିଥିଭାବେ ପୂର୍ବତନ ମନ୍ତ୍ରୀ ତଥା ବଡଚଣାର ବିଧାୟକ ଅମର ପ୍ରସାଦ ଶତପଥି ଯୋଗଦେଇ ଯାଜପୁର ମହୋତ୍ସବ ଏବେ ଭାରତୀୟ ମହୋତ୍ସବରେ ପରିଣତ ହୋଇସାରିଛି ବୋଲି କହିଥିଲୋ ସେହିପରି ଯାଜପୁର ମହୋତ୍ସବ ନିଆରା ନାମକରଣ ମଧ୍ୟ ଅନନ୍ୟ ଯଯାତି କେଶରୀଙ୍କ ନାମରେ ନାମିତ ଓ ଏହି ମହୋତ୍ସବ ସଂପର୍କର ସେତୁ ସାଜିଛି ବୋଲି ସାଂସଦ ଶର୍ମିଷ୍ଠା ସେଠୀ କହିଥିଲେ । ଅତୀତକୁ ମନେ ପକାଇ ବର୍ତ୍ତମାନକୁ ଆକଳନ କରିବା ସହିତ ଭବିଷ୍ୟତର କାର୍ଯ୍ୟପନ୍ଥା ନିର୍ଦ୍ଧାରଣର ସୁଯୋଗ ସୃଷ୍ଟି କରିବା ହେଉଛି ମହୋତ୍ସବର ଲକ୍ଷ୍ୟ । ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସଂସ୍କୃତି ପରିଷଦ ଆନୁକୂଲ୍ୟରେ ଅନୂଷ୍ଠିତ ଏହି ଉତ୍ସବରେ ମୁଖ୍ୟବକ୍ତାଭାବେ ଯୋଗ ଦେଇଥିବା ସରକାରଙ୍କ ମୁଖ୍ୟ ସଚେତକ ତଥା ବିଂଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ କହିଥିଲେ ଯେ ଯାଜପୁର ଜିଲ୍ଲା କେବେ ବି ଝୁଣ୍ଟି ନାହିଁ , ସବୁବେଳେ ବିକାଶ ପଛରେ ଦୈାଡି ଚାଲିଛି । ସଂସ୍କୃତି ହେଉ କି କଳା ଶିଳ୍ପ ହେଉ କି କୃଷି ସବୁଥିରେ ଆଗକୁ ବଢିଛି । ଏବେ ଯାଜପୁର ମହୋତ୍ସବ ଓଡିଶାର କେନ୍ଦ୍ରବିନ୍ଦୁ ପାଲଟିଛି । ସେହିପରି ମହୋତ୍ସବର ଉଦ୍ ଘାଟନୀ ସଂଧ୍ୟାରେ ସମ୍ମାନିତ ଅତିଥିଭାବେ ସୁକିନ୍ଦା ବିଧାୟକ ପ୍ରୀତି ରଂଜନ ଘଡାଇ, ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ. କୋରେଇ ବିଧାୟକ ଅଶୋକ କୁମାର ବଳ, ବରୀ ବିଧାୟିକା ସୁନନ୍ଦା ଦାସ, ଯାଜପୁର ଜିଲ୍ଲା ପରିଷଦର ସଭାପତି ନରେଶ ଚନ୍ଦ୍ର ମହାନ୍ତି ଯୋଗ ଦେଇଥିଲା କଳିଙ୍ଗ ନଗର ଅତିରିକ୍ତ ଜିଲ୍ଲାପାଳ ସନ୍ତୋଷ କୁମାର ମିଶ୍ର ସ୍ୱାଗତ ଭାଷଣ ଦେଇଥିବା ବେଳେ ଯାଜପୁର ଅତିରିକ୍ତ ଜିଲ୍ଲାପାଳ ମିହିର ପ୍ରସାଦ ମହାନ୍ତି ଧନ୍ୟବାଦ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଯାଜପୁର ମାଟି ସହିତ ଜଡିତ ଥିବା ସ୍ୱାଧିନତା ସଂଗ୍ରାମୀ ରମାଦେବୀଙ୍କୁ ମରଣୋତ୍ତର ଏବଂ ଯାଜପୁର ମାଟିର ଗୈାରବ ଆଇଟିବିପିର ଆଇଜି ଭାବେ ଦାୟିତ୍ୱ ଗ୍ରହଣ କରିଥିବା ସୁଧାଂଶୁ ମିଶ୍ରଙ୍କୁ ଯଯାତି ସମ୍ମାନରେ ସମ୍ମାନିତ କରାଯାଇଥିଲା, ମାନପତ୍ର, ଉପଢୈାକନ ସହିତ ୨୫ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯାଇଥିଲା । ସେହିପରି ଜିଲ୍ଲା ପ୍ରଶାସନ ପକ୍ଷରୁ ମଞ୍ଚାସୀନ ଅତିଥିଙ୍କୁ ସମ୍ମାନିତ କରା୍ାଇଥିଲା ଆଜି ଦ୍ୱିତୀୟ ସଂଧ୍ୟାରେ ଯାଜପୁର ଜିଲ୍ଲା ମହୋତ୍ସବ ଯଯାତିରେ ଓଲିଉଡ କଣ୍ଠଶିଳ୍ପୀ ଦିପ୍ତିରେଖା , ତପୁ ମିଶ୍ର, ସନମୀରା, ଆଶୁତୋଷ , ଶ୍ରେୟାନ କୁମାର, ଶୈଳେନ୍ଦ୍ର, ଜେମ୍ସ ଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ହଜାର ହଜାର ଲୋକଙ୍କର ସମାଗମ ହୋଇଛି ।