Odisha news

କୋଣାର୍କ ଏନ . ଏ .ସି ଦ୍ଵାରା ସ୍ଵଚ୍ଛ ସର୍ବେକ୍ଷଣ ପୁରସ୍କାର ବିତରଣ ଓ ଋଣ ପ୍ରଦାନ

0

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ବାନ ରେ ସାରା ଦେଶରେ ସ୍ଵଚ୍ଛ ଭାରତ ଅଭିଯାନ ଆରମ୍ଭ ହୋଇଥିଲା।ଯେଉଁଥି ପାଇଁ ଆଜି ସାରା ଦେଶ ସ୍ଵଚ୍ଛତା ରେ ବିଶ୍ବ ଦରବାରରେ ଉଦାହରଣ ସୃଷ୍ଟି କରିଛି।ଏହି ଅବସରରେ  ମଙ୍ଗଳବାର ପୂର୍ବାହ୍ନରେ କୋଣାର୍କ NAC ରେ ଏକ ସ୍ୱଚ୍ଛ ସର୍ବେକ୍ଷଣ ଦିବସ ପାଳନ କରାଯାଇଛି।ଏହି ଦିବସ ରେ ପ୍ରଥମେ କୋଣାର୍କ  NAC ର ସ୍ଵଚ୍ଛ ସାଥି ଏବଂ ମହିଳା ଙ୍କ ଦ୍ଵାରା ବଜାର ପରିକ୍ରମା କରାଯାଇ ଥିଲା ପରେ କୋଣାର୍କ ଅଞ୍ଚଳ ର  ଉଲେଖ ନିୟ  କାର୍ଯ୍ୟ କରି ନିଜ ପରିବେଶ କୁ ସ୍ୱଚ୍ଛତା ପାଇଁ ବିଭିନ୍ନ ସଂଗଠନ ବେକ୍ତିବିଶେଷଙ୍କୁ କୋଣାର୍କ ଏନଏସି ଦ୍ୱାରା ମାନପତ୍ର  ଓ ଉତ୍ତରୀୟ ଦେଇ  ସମ୍ବନ୍ଧିତ   କରାଯାଇଥିଲା ଯେଉଁ ଅନୁଷ୍ଠାନ ଓ ବେକ୍ତିବିଶେଷଙ୍କୁ ସମ୍ମାନନିତ କରାଯାଇଥିଲା ସେମାନେ ହେଲେ , ନବୋଦୟ ବିଦ୍ୟାଳୟ ,କୋଣାର୍କ ଡିଲକ୍ସ ହୋଟେଲ ର ପ୍ରତାପ ସ୍ଵାଇଁ , ପ୍ରତ୍ୟେକ ୱାର୍ଡ ର ସ୍ୱଚ୍ଛ ସାଥିଗଣ ,କୋଣାର୍କ ପ୍ରେସକ୍ଲବ କୋଣାର୍କ ମିଡ଼ିଆଫୋରମ ,ସଫେଇ ସୁପର ଭାଇଜର ଧର୍ମାନନ୍ଦ ପରିଡା ,ବିଶିଷ୍ଟ ସମାଜ ସେବୀ ତଥା ଶିକ୍ଷକ ରାମକୃଷ୍ଣ ମହାନ୍ତି ,ଙ୍କ ସହ ସ୍ଵଛତା ପାଇଁ ସବୁବେଳେ କାର୍ଯ୍ୟ କରିଚାଲୁ ଥିବା କିଛି ଆଗଧାଡ଼ିର ସ୍ଥାନୀୟ ଜନସାଧାରଣ ଙ୍କୁ ସମ୍ମାନିତ କରାଯାଇଥିଲା। ଏହା ସହିତ କୋଣାର୍କ NAC ଦ୍ବାରା ନିରୂପଣ କରାଯାଇଥିବା ୧୮୫ ଜଣ   ଉଠା ଦୋକାନୀ ଙ୍କୁ ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନାରେ  SBI ବ୍ୟାଙ୍କ ମାଧ୍ୟମରେ ୧୦,୦୦୦ ଟଙ୍କା ର ଋଣ ଯୋଗାଈ ଦିଆଯାଇଛି।ଯାହା  ବ୍ୟବସାୟୀ ମାନେ ୨୦୦୦ ଟଙ୍କା ଛାଡ଼ ପାଇବା ସହ ୮,୦୦୦ ଟଙ୍କା ପରିଶୋଧ କରିବେ ।ଫଳରେ ବ୍ୟବସାୟ କ୍ଷେତ୍ରରେ ଉନ୍ନତି ହେବା ସହ ଭବିଷ୍ୟତରେ ସଠିକ ଭାବେ ଋଣ ପରିଶୋଧ କଲେ ଅଧିକ ଋଣ ପ୍ରଦାନ କରାଯିବ ବୋଲି SBI କୋଣାର୍କ ଶାଖା ର ମ୍ୟାନେଜର  ସରୋଜ କୁମାର ମହାନ୍ତି ପ୍ରକାଶ କରିଛନ୍ତି।  ଚନ୍ଦ୍ରଭାଗା ଠାରେ ହେବାକୁ ଥିବା ଭେଣ୍ଡିଂ ଜୋନ ର ମଡେଲ   କୁ ଉଠାବ୍ୟବସାୟୀ ଙ୍କୁ ପ୍ରଦର୍ଶନ କରି ସେମାନଙ୍କୁ ଖୁବ ଶୀଘ୍ର ଦେବା ପାଇଁ କାର୍ଯ୍ୟକ୍ରମ ରହିଛି ବୋଲି NAC କାର୍ଯ୍ୟ ନିର୍ବାହୀ ଅଧିକାରୀ  ଏମ୍ ଶ୍ରୀ ନିବାସ ପ୍ରକାଶ କରିଛନ୍ତି ।ଏହି କାର୍ଯ୍ୟ କ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଷ୍ଟେଟ ବ୍ୟାଙ୍କର ରିଜୋନାଲ ମ୍ୟାନେଜର ଶଙ୍କର୍ଷଣ ମଲ୍ଲିକ ,କୋଣାର୍କ  ଏନଏସି ର ନିର୍ଵାହୀ ଅଧିକାରୀ ଏମ୍ ଶ୍ରୀ ନିବାସ ଓ କୋଣାର୍କ ଶାଖାର ଷ୍ଟେଟବ୍ୟାଙ୍କ ପରିଚାଳକ ସରୋଜ କୁମାର ମହାନ୍ତି, ଜବାହାର ନବୋଦୟର ଅଧ୍ୟକ୍ଷ ଡ଼ି .ମାଲେଶ୍ୱର ରାଓ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିବା ବେଳେ  କାର୍ଯ୍ୟକ୍ରମ କୁ  କୋଣାର୍କ ଏନଏସିର ନୋଡାଲ ଅଫିସର ଭାଗିରଥି ବରାଳ, ଶୁଭଲଷ୍ମୀ ହୋତା , ରଞ୍ଜନ କୁମାର ଜେନା ,ଏନ ଏ ସି ର କନିଷ୍ଠ ଯନ୍ତ୍ରୀ ଜଗଦୀଶ ନାୟକ ,ଅଭିଷେକ ସ୍ଵାଇଁ ,ପୂର୍ଣ୍ଣଚନ୍ଦ୍ର ଭୋଳ ପ୍ରମୁଖ ଉପସ୍ଥିତ ହୋଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Nalco
Leave A Reply