Odisha news

ବାଣପୁର ଦକ୍ଷେଶ୍ୱର ମନ୍ଦିରରୁ ବଡ଼ ଧରଣର ଚୋରି : କନକଦୁର୍ଗା ଙ୍କ ସମେତ ୨୨ ଗୋଟି ମୂର୍ତ୍ତି ଗାୟବ

0

ବାଣପୁର : ଆଜି ସକାଳେ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ରେ ଘଟିଯାଇଛି ଏକ ଚାଞ୍ଚଲ୍ୟକର ଘଟଣା l ବାଣପୁର ତଥା ଓଡ଼ିଶାର  ପ୍ରମୁଖ ଐତିହାସିକ ମନ୍ଦିର ଶ୍ରୀ ଶ୍ରୀ ଦକ୍ଷେଶ୍ୱର ମନ୍ଦିର ପରିସରରୁ ଏକ ବଡ଼ ଚୋରି ହୋଇଛି l ମନ୍ଦିର ରୁ ୨୨ ଗୋଟି ମୂର୍ତ୍ତି ଚୋରି କରିନେଇଛନ୍ତି ଦୁର୍ବୁତ୍ତ l ସୂଚନା ମୁତାବକ ଆଜି ସକାଳ ୫.45 ମିନିଟ ରେ ପୂଜକ ମନ୍ଦିର ମଧ୍ୟରେ ପ୍ରବେଶ କଲା ବେଳକୁ ମନ୍ଦିର ର ମୁଖ୍ୟ କବାଟ ସହ ଗର୍ଭଗୃହର ଅନ୍ୟ ଦୁଇ କବାଟ ତାଲା ଭଙ୍ଗାଯାଇଥିବାର ଦେଖିବାକୁ ପାଇଥିଲେ l ୩୧ ଗୋଟି ମୂର୍ତ୍ତି ମଧ୍ୟରୁ ୨୨ ଗୋଟି ମୂର୍ତ୍ତି ଚୋରି ହୋଇଯାଇଥିବାର ଦେଖିଥିଲେ ପୂଜକ ଯେଉଁ ମଧ୍ୟରୁ ମା କନକଦୁର୍ଗା, ଗୋପୀନାଥ ଦେବ,  କଳିଯୁଗେଶ୍ବର ଦେବ ଏବଂ  ଚନ୍ଦ୍ରଶେଖର ଦେବ ଆଦି ପ୍ରମୁଖ l

ପୂଜକ ସଙ୍ଗେ ସଙ୍ଗେ ଏ ଖବର ଦେବୋଦତ୍ତର କମିଟି କୁ ଜଣାଇଥିଲେ ଏବଂ ଦେବୋଦତ୍ତର କମିଟି ବାଣପୁର ପୋଲିସ କୁ l ସଙ୍ଗେସଙ୍ଗେ ଘଟଣାସ୍ଥଳରେ ବାଣପୁର ଆଇ ଆଇ ସି ସଞ୍ଜୟ ପଟ୍ଟନାୟକ ସଦଳବଳେ  ପହଁଚି ତନାଘନା ଆରମ୍ଭ କରିଦେବା ସହ ବିଭିନ୍ନ ଟିମ ତିଆରି କରି ତଦନ୍ତ ଜାରି ରଖିଛନ୍ତି l କିଛି ସମୟ ମଧ୍ୟରେ ସାଇଣ୍ଟିଫିକ ଟିମ ସହ ବିଭାଗୀୟ ଉଚ୍ଚ ଅଧିକାରୀ ପହଁଚିମନ୍ଦିର ଯାଞ୍ଚ କରିଥିଲେ, ଏବଂ ମନ୍ଦିର କୁ ସୁରକ୍ଷିତ ରଖା ଯିବ ବୋଲି   ସୂଚନା ଦେଇଛନ୍ତି l

ବର୍ତମାନ ମନ୍ଦିର ପରିସରରେ ଏସ.ଆଇ ବିଜୟ ମଲ୍ଲିକ, ରାଜକିଶୋର ବେହେରା, ଏ.ଏସ.ଆଇ ବସନ୍ତ ପଟ୍ଟନାୟକ, ନମିତା ନାୟକ ଏବଂ ଅନ୍ୟ ପୋଲିସ ଅଧିକାରୀ ମାନେ ଘଟଣାର ଖୋଲତାଡ଼ ଆରମ୍ଭ କରୁଛନ୍ତି l ସୂଚନା ଥାଉ କି ପୂର୍ବରୁ ମଧ୍ୟ ଦୁଇ ଥର ଉକ୍ତ ମନ୍ଦିର ରୁ ଚୋରି ହୋଇଥିଲା l ତେବେ ଦେବୋଦତ୍ତର କମିଟି ଏବଂ ଭାରତୀୟ ପ୍ରତ୍ନତତ୍ୱ ବିଭାଗ ର ଅବହେଳା ଲାଗି ଏହିପରି ଘଟଣା ବାରମ୍ବାର ଘଟୁଛି ବୋଲି ସ୍ଥାନୀୟବାସି ଅଭିଯୋଗ କରିଛନ୍ତି l

Nalco
Leave A Reply