Odisha news

କାର୍ଯ୍ୟାଦେଶ ପରେ ମଧ୍ୟ ଆରମ୍ଭ ହୋଇପାରୁନାହିଁ କୋଣାର୍କ ବସଷ୍ଟାଣ୍ଡ ର ଶୌଚାଳୟ ନିର୍ମାଣ କାର୍ଯ୍ୟ।

0

କୋଣାର୍କ,ସବ୍ୟୁ, କୋଣାର୍କ ବସଷ୍ଟାଣ୍ଡର ଦୁରାବସ୍ଥା ନେଇ ବାରମ୍ବାର ଗଣମାଧ୍ୟମରେ ରିପୋର୍ଟ ପ୍ରକାଶିତ ପରେ ନିକଟ ଅତୀତରେ କୋଣାର୍କ ବସଷ୍ଟାଣ୍ଡର ନବୀକରଣ କାର୍ଯ୍ୟ କରାଯାଇଥିଲା ।ମାତ୍ର କୋଣାର୍କ ବସଷ୍ଟାଣ୍ଡରେ ଏକ ଶୌଚାଳୟ ନଥିବାରୁ ସ୍ଥାନୀୟ ଜନସାଧାରଣଙ୍କ ସମେତ ପର୍ଯ୍ୟଟକ ମାନଙ୍କୁ ନାହିଁ ନଥିବା ସମସ୍ୟା ର ସାମ୍ନା କରିବାକୁ ପଡ଼ୁଥିବାର ଦେଖାଯାଇଥିଲା ।

ଏନେଇ ବିଭିନ୍ନ ମହଲରୁ ଦାବି ପ୍ରକାଶ ପାଇବା ପରେ କୋଣାର୍କ ବସଷ୍ଟାଣ୍ଡରେ ଏନଏସି ପକ୍ଷରୁ ଏକ ଶୌଚାଳୟ ନିର୍ମାଣ ପାଇଁ ନିଷ୍ପତ୍ତି ହୋଇଥିଲା ।ପ୍ରାୟ ୧୫ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଏହି ଶୌଚାଳୟ ନିର୍ମାଣ ପାର୍ଇ ଟେଣ୍ଡର କରାଯାଇ ଗତ ଅଗଷ୍ଟ ମାସରେ ଠିକାଦାରଙ୍କୁ କାର୍ଯ୍ୟାଦେଶ ଦିଆଯାଇଥିଲା ।ଏନେଇ କାର୍ଯ୍ୟାଦେଶ ପାଇଥିବା ଠିକାଦାର ଉକ୍ତ କାର୍ଯ୍ୟ ପାଇଁ କଂଚାମାଲ ମଧ୍ୟ ଗଦାଇଥିଲେ ।ଗତ ଅଗଷ୍ଟ ୩୧ ତାରିଖ ସ୍ବାୟତ୍ତ ଶାସନ ଦିବସରେ ରାଜ୍ୟ କ୍ରୀଡ଼ାମନ୍ତ୍ରୀ ତଥା କାକଟପୁର ବିଧାୟକ ତୁଷାରକାନ୍ତି ବେହେରା ଏହି ପ୍ରକଳ୍ପର କାର୍ଯ୍ୟ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ।

ମାତ୍ର ଉକ୍ତ କାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ ହଠାତ ଏନଏସି କର୍ତୁପକ୍ଷ ଚିଠି ଜରିଆରେ ଏହି କାର୍ଯ୍ୟ ବନ୍ଦ ରଖିବାକୁ କାର୍ଯ୍ୟାଦେଶ ନେଇଥିବା ଠିକାଦାରଙ୍କୁ ନିର୍ଦ୍ଦେଶ ଦେଇଥିଲେ ।କାର୍ଯ୍ୟ ବନ୍ଦ କରିବାର ପ୍ରକୃତ ତଥ୍ୟ ଲୋକଲୋଚନକୁ ଆସିନଥିଲେ ମଧ୍ୟ ଏହି ପ୍ରକଳ୍ପ ପାଇଁ ସ୍ଥିତକୃତ ସ୍ଥାନ ନିକଟରେ ଜନସ୍ବାସ୍ଥ୍ୟ ବିଭାଗର ଏକ ଭୂତଳ ପାଣି ଟାଙ୍କି ଥିବାରୁ  ପ୍ରଶାସନ ନିର୍ଦ୍ଦେଶରେ ଏହି କାର୍ଯ୍ୟ ବନ୍ଦ କରାଯାଇଥିବାର ଜଣାପଡ଼େ ।ତେବେ ଇତି ମଧ୍ୟରେ ଆଠ ମାସ ଅତିକ୍ରାନ୍ତ ହୋଇଥିଲେ ମଧ୍ୟ ଏନଏସି କର୍ତୁପକ୍ଷଙ୍କ ପକ୍ଷରୁ ଏହି କାର୍ଯ୍ୟ ଆରମ୍ଭ କରିବାକୁ କୌଣସି ତତ୍ପରତା ପ୍ରକାଶ ପାଇନଥିବାର ଦେଖାଯାଇଛି ।

ଏହି କାର୍ଯ୍ୟ ଆରମ୍ଭ ନକରାଗଲେ ଏଥିପାଇଁ ମଂଜୁର ହୋଇଥିବା ଅର୍ଥ ରାଶି ମଧ୍ୟ ଫେରିଯିବାର ଆଶଙ୍କା ସୃଷ୍ଟି ହୋଇଛି ।କୋଣାର୍କ ଭଳି ଏକ ବିଶ୍ବ ପର୍ଯ୍ୟଟନ କ୍ଷେତ୍ରରେ ଏକ ଶୌଚାଳୟ ନିର୍ମାଣ ଦିଗରେ ଏନଏସି କର୍ତୁପକ୍ଷଙ୍କ ହିନମାନ୍ୟତାକୁ ନେଇ ଏବେ ଆଲୋ‌ଚନା ଜୋର ଧରିଛି ।ତେଣୁ ପୁରୀ ଜିଲ୍ଳାପାଳ ଏଦିଗ ପ୍ରତି ତୁରନ୍ତ ଦୃଷ୍ଟି ଦେବାକୁ ଅଞ୍ଚଳ ବାସୀମାନେ ଦାବି କରିଛନ୍ତି।

Nalco

Leave A Reply