କୋଣାର୍କ : ଗୋପ ଓ କୋଣାର୍କ ତହସିଲ ଅଧୀନରେ ଥିବା ୧୦ଗୋଟି ମୌଜାକୁ ରାଜ୍ୟ ସରକାରଆଜକୁ ଦୀର୍ଘ ବର୍ଷ ହେବ ନଟ ଫାଇନାଲ ଭାବେ ରଖିଛନ୍ତି ଫଳରେ ଉକ୍ତ ଅଂଛଳର ଅଧିବାସୀମାନେ ସମସ୍ତ ସରକାରୀ ସୁବିଧାରୁ ବଂଚିତ ହେବାସହ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି ।ଅଂଚଳ ବାସୀ ମାନେ ବାରମ୍ବାର ଆନ୍ଦୋଳନ କଲେ ମଧ୍ୟ ରାଜ୍ୟ ସରକାର ଏଥି ପ୍ରତି ତିଳେମାତ୍ର କର୍ଣ୍ଣ ପାତ କରୁନାହାଁନ୍ତି ଜାହାକୁ ନେଇ ରାଜ୍ୟ ସରକାରଙ୍କ ପାଖରେ ଚଳିତ ବିଧାନସଭା ଅଧିବେଶନରେ ଅଂଚଳ ବାସୀ ଙ୍କ ଜମିଜମା ସମସ୍ୟା ର ସ୍ଥାୟୀ ସମାଧାନ ପାଇଁ ବିଧାନସଭାରେ ଉପସ୍ଥାପନ କରିବାକୁ ଗୁରୁବାର ଦିନ ବିରୋଧୀ ଦଳର ବିଧାୟକ ଶ୍ରୀ ତାରାପ୍ରସାଦ ବାହିନୀପତିଙ୍କ କୋଣାର୍କ ଗ୍ରସ୍ତ ସମୟରେ ଭୂ ସୁରକ୍ଷା କମିଟିର କର୍ମକର୍ତ୍ତା ମାନେ କାକଟପୁର ବିଧାୟକ ପ୍ରାଥି ବିଶ୍ୱଭୂଷଣ ଦାସ ଙ୍କ ନେତୁତ୍ୟ ଦିବାକର ନାୟକ,ନିରଞ୍ଜନ ସାହୁ , ସମ୍ପାଦକ ପୀତବାସ ବେଉରା ,ଜ୍ଞାନରଞ୍ଜନ ନାୟକ ଓ କଂଗ୍ରେସ ନେତା ସୁବାସ ନାୟକ ପ୍ରମୁଖ ଶ୍ରୀ ବାହିନୀପତିଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି।
