କୋଣାର୍କ : ରବିବାର ଦିନ କୋଣାର୍କ ଏନ ଏ ସି ଅନ୍ତର୍ଗତ ରୁଦ୍ରାଣୀ କଲୋନୀରେ ଭଡାରେ ରହୁଥିବା ଜଣେ ସେଳୁନ ବ୍ୟବସାୟୀ ପୁରୁଷ ଙ୍କ ର କରୋନା ପଜେଟିଭି ହୋଇଥିବା ସୂଚନା ମିଲିଛି।ଉକ୍ତ ଵ୍ୟକ୍ତି ଜଣଙ୍କ ଚନ୍ଦ୍ରଭାଗା ରୁ ଗତ ଦୁଇଦିନ ତଳେ ବାହାରିଥିବା କରୋନା ଆକ୍ରାନ୍ତଙ୍କ ସମ୍ପର୍କରେ ଆସିଥିଲେ ତାଙ୍କର ସନ୍ଦେହ ହେବାରୁ ସେ ସ୍ୱାବ ପରୀକ୍ଷା କରାଇଥିଲେ।ରବିବାର ଦିନ ସ୍ୱାବ ରିପୋର୍ଟ ପଜେଟିଭି ଆସିଥିଲା।
ତାଙ୍କୁ ସ୍ତାନୀୟ କୋଣାର୍କ କୋଭିଡ଼ି କେଆର ସେଣ୍ଟରକୁ ପଠାଯାଇଥିବା ଏନ ଏ ସିର ନୋଡାଲ ଅଫିସର ଭାଗିରଥି ବରାଳ ସୂଚନା ଦେଇଛନ୍ତି।
ସୋମବାର ଦିନ ତାଙ୍କ ପରିବାରର ଅନ୍ୟ ସଦସ୍ୟ ମାନଙ୍କ ସ୍ୱାବ ପରୀକ୍ଷା ପାଇଁ ପଠାଯିବ ବୋଲି ନୋଡାଲ ଅଫିସର ସୂଚନା ଦେଇଛନ୍ତି।ଅନୁରୂପ ଭାବେ ଶିମିଳି ପଂଚାୟତ ଅନସରା ଗ୍ରାମର ୧୧ ନଂ ୱାର୍ଡ଼ ର ଜଣେ ଗର୍ଭବତୀ ମହିଳାଙ୍କ କରୋନା ପେଜେଟିଭି ହୋଇଥିବା ଜଣାପଡ଼ିଲାପରେ ଶିମିଳି ସରପଞ୍ଚ କାଂଛନବାଳ ସେଠ ଉକ୍ତ ୱାର୍ଡ଼ କୁ ସୋମବାର ୭ଟା ଠାରୁ ବୁଧବାର ସକାଳ୭ଟା ପର୍ଯ୍ୟନ୍ତ ୪୮ଘଣ୍ଟା ସଟଡାଉନ ଘୋଷଣା କରିଛନ୍ତି।ସୋମବାର ଉକ୍ତ ମହିଳାଙ୍କ ପରିବାର ସଦସ୍ୟ ଙ୍କ ସ୍ୱାବ ପରୀକ୍ଷା ପାଇଁ ପଠାଯିବ ବୋଲି ଶିମିଳି ସରପଞ୍ଚ ପ୍ରକାଶ କରିଛନ୍ତି।
