ଖଲ୍ଲିକୋଟ (ସୁଶାନ୍ତ କୁମାର ପଟ୍ଟନାୟକ) : ରାଜ୍ୟରେ ବିପର୍ଯ୍ୟୟ ହୋଇ ପଡିଛି ସ୍ବାସ୍ଥ୍ୟ ସେବା। ଅର୍ଥ ଅଭାବରୁ ନିରୀହ ଲୋକଙ୍କୁ ଉତ୍ତମ ଚିକିତ୍ସା ମିଳି ପାରୁନି। ଯାହା ଫଳରେ କି ଚିକିତ୍ସା ଅଭାବରୁ ଜୀବନ ଚାଲି ଯାଉଛି। ଗରିବ ନିଃସହାୟ ଲୋକକଂ ପାଇଁ ଉନ୍ନତ ମାନର ଚିକିତ୍ସା ସାତ ସପନ ପାଲଟିଛି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଗଂଜାମ ଜିଲ୍ଲାର ଖଲ୍ଲିିକୋଟ ଏନ୍ ଏ ସି ରୁ।
ଖଲ୍ଲିକୋଟ ଏନ୍ ଏ ସି ଅନ୍ତର୍ଗତ ସେଠୀ ସାହିର ଲକ୍ଷ୍ମୀଧର ସେଠୀଙ୍କ ପାଇଁ ଏବେ ସରକାରୀ ସହାୟତା ଜରୁରୀ ହୋଇପଡ଼ିଛି। ଅର୍ଥ ଅଭାବରୁ ନିଜର ୨୩ ବର୍ଷର ଏକମାତ୍ର ପୁତ୍ର ଦିଲ୍ଲୀପକୁ ଅଧିକ ଚିକିତ୍ସା କରାଇବା କଷ୍ଟକର ପାଲଟିଛି। ଦୀର୍ଘ ୧୦ ଧରି ଚିକିତ୍ସା ଅଭାବରୁ ଷଢୁଛନ୍ତି ଦିଲ୍ଲୀପ। ଗତ ୨୦୧୦ ଅକ୍ଟୋବରରେ ଖଲ୍ଲିିକୋଟ ନିର୍ମଳଝର ଠାରେ ଏକ କାର୍ ଦୁର୍ଘଟଣାରେ ଦିଲ୍ଲୀପ ଗୁରୁତର ଭାବେ ଆହତ ହୋଇ କୋମାରେ ପଡିଥିଲେ। ଦୀର୍ଘ ୭ ବର୍ଷ ଧରି ଭୂବନେଶ୍ବର ଆୟୁସ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ଦିଲ୍ଲୀପ। ଏବେ ୩ ବର୍ଷ ହେବ ତାକଂର ସ୍ବାସ୍ଥ୍ୟରେ ସୁଧାର ଆସୁଥିବା ବେଳେ ଅର୍ଥ ଅଭାବରୁ ଆଉ ଚିକିତ୍ସା କରି ପାରୁ ନାହାନ୍ତି ବାପା ଲକ୍ଷ୍ମୀଧର।
ଦିଲ୍ଲୀପ ସଂପୂର୍ଣ୍ଣ ସୁସ୍ଥ ହେବା ପାଇଁ ପ୍ରାୟ ୧୦ ଲକ୍ଷ ଟଙ୍କାର ଆବଶ୍ଯକ ହେବ ବୋଲି କହୁଛନ୍ତି ଡାକ୍ତର। ତେବେ ପୁଅକୁ ଚିକିତ୍ସା ପାଇଁ ଜମିବାଡ଼ି, ଘର ବିକ୍ରି କରି ଏବେ ନିଃସହାୟ ଅବସ୍ଥାରେ ଦିନ କାଟୁଛନ୍ତି ବାପା ମା।ସ୍ଥାନୀୟ ଲୋକେ ପ୍ରତିନିଧି, ବଦାନ୍ଯ ବ୍ଯକ୍ତି ତଥା ପ୍ରଶାସନର ଯଦି ସହଯୋଗ ମିଳିଲେ ନିରୀହ ଜୀବନ ରକ୍ଷା ପାଇବ ବୋଲି ମତପ୍ରକାଶ ପାଇଛି। ଯଦି କୌଣସି ସହୃଦୟ ବ୍ଯକ୍ତି ଦିଲ୍ଲୀପକୁଂ ସହାୟତା ପ୍ରଦାନ କରିବା ପାଇଁ ଚାହୁଁଛନ୍ତି ତେବେ ତାଙ୍କ ବାପା ଲକ୍ଷ୍ମୀଧର ସେଠୀଙ୍କ ଆକାଉଣ୍ଟ୍ ରେ ସହାୟତା ଦେଇ ପାରିବେ।
ଆକାଉଣ୍ଟ୍ ନମ୍ବର – ୩୨୮୧୨୮୮୪୩୦୯ (ଭାରତୀୟ ଷ୍ଟେଟ ବ୍ୟାଙ୍କ)
Ifsc code – SBIN0012103
