ସଂଗ୍ରାମ କେଶରୀ ମହାପାତ୍ର : ଗତ ବର୍ଷ ଇକୋ ରି ଟ୍ରିଟି ର ଅଦ୍ଭୂତପୂର୍ବ ସଫଳତା ପରେ, ଚଳିତବର୍ଷ ଓଡିଶା ପର୍ଯ୍ୟଟନ ବିଭାଗ ପକ୍ଷରୁ ଆରମ୍ଭ ହୋଇଛି କୋଣାର୍କ ଚନ୍ଦ୍ରଭାଗା ବେଳାମାର୍ଗ ର ସାହୁ ଖଣତା ଠାରେ ପ୍ରସ୍ତୁତି କାର୍ଯ୍ୟ ।ଚଳିତ ବର୍ଷ ସମୁଦ୍ର କୂଳ ଲଙ୍ଘି ଜୁଆର ମାଡି ଆସୁଥିବାରୁ ସୁରକ୍ଷା ଦୃଷ୍ଟିରୁ ବାଲି ବସ୍ତା ପକାଯାଇ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି।ଏହା ସହିତ ଚଳିତବର୍ଷ କୋଭିଡ ମହାମାରୀ କୁ ଦୃଷ୍ଟି ରେ ରଖି ଆୟୋଜିତ ହେଉଥିବା ଇକୋ ରି ଟ୍ରିଟି ରେ ପର୍ଯ୍ୟଟକ ଙ୍କ ସୁରକ୍ଷା ଓ ସଂକ୍ରମଣ କୁ ନଜର ରେ ରଖି ସମସ୍ତ ପ୍ରକାର ବନ୍ଦୋବସ୍ତ କରାଯିବ ବୋଲି କିଛିଦିନ ପୂର୍ବରୁ ଗ୍ରସ୍ତ ରେ ଆସିଥିବା ପର୍ଯ୍ୟଟନ ନିର୍ଦ୍ଦେଶକ ଓ ପର୍ଯ୍ୟଟନ ସଚିବ ଙ୍କ ସହିତ ପୁରୀ ଜିଲ୍ଲାପାଳ ବଲବନ୍ତ ସିଂ ସୂଚନା ପ୍ରଦାନ କରିଥିଲେ।
ଏଥିସହିତ ମାସ୍କ ପିନ୍ଧିବା, ସାନିଟାଇଜର ର ବ୍ୟବହାର ସହିତ ସାମାଜିକ ଦୂରତା ରକ୍ଷା କରିବା ବାଧ୍ୟତାମୂଳକ କରାଯାଇଛି।ଚଳିତ ବର୍ଷ ପର୍ଯ୍ୟଟକ ଙ୍କ ରହିବା ନିମନ୍ତେ ୫୦ ଗୋଟି ଅତ୍ୟାଧୁନିକ ଶୀତତାପ ନିୟନ୍ତ୍ରଣ କକ୍ଷ ନିର୍ମାଣ ର ଯୋଜନା ରହିଥିବା ବେଳେ, ଗୋଷ୍ଠୀ ସଂକ୍ରମଣ କୁ ଦୃଷ୍ଟି ରେ ରଖି,ପୂର୍ବ ବର୍ଷ ଅନୁଷ୍ଠିତ ହୋଇଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ଚଳିତ ବର୍ଷ ହେବ କି ନାହିଁ ତାହା ସ୍ଥିର କରାଯାଇ ନାହିଁ । ପୂର୍ବ ବର୍ଷ ର ସଫଳତା ପରେ ଚଳିତ ବର୍ଷ ଏହି ବେଳାମାର୍ଗ ଉତ୍ସଵ କୁ ଦ୍ଵିତୀୟ ପାଳି ରେ ୩ମାସ ପର୍ଯ୍ୟନ୍ତ ଚାଲୁରଖିବାକୁ ଓଡିଶା ପର୍ଯ୍ୟଟନ ବିଭାଗ ଯୋଜନା କରିଛି।ଏହି ବେଳାମାର୍ଗ ମହୋତ୍ସବ ରେ ପର୍ଯ୍ୟଟକମାନେ ସମୁଦ୍ର କୁଳରେ ତମ୍ବୁ ଘରେ ରହି ବିଭିନ୍ନ ପ୍ରକାର ଚିତବିନୋଦନ ସହ ସି ଫୁଡ଼ ର ମଜାନେଇ ପାରିବେ ।
