Odisha news

ତାଳସର ଠାରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ, ଗୁରୁତର ଅବସ୍ଥାରେ ଆହତ ବ୍ରହ୍ମପୁର ବଡମେଡିକାଲକୁ ସ୍ଥାନାନ୍ତରିତ

କୋଦଳା : ( ସୁଶାନ୍ତ କୁମାର ପଟ୍ଟନାୟକ) : ଗଂଜାମ ଜିଲ୍ଲା ବେଗୁନିଆପଡ଼ା ଫାଣ୍ଡି ଅନ୍ତର୍ଗତ ତାଳସର ଠାରେ ଗତ ସଂଧ୍ୟାରେ ଘଟିଛି ଏଭଳି ଅଘଟଣ। ସୂଚନା ଅନୁସାରେ ତାଳସର ଗ୍ରାମର ନିରଞ୍ଜନ ଭୂୟାଁ ନାମକ ୩୭ ବର୍ଷୀୟ ଜଣେ ବ୍ଯକ୍ତି ନିଜ ଦୋକାନ ବାରଣ୍ଡାରେ ବସିଥିବା ବେଳେ ସେହି ଗ୍ରାମର ଟୁଲୁ ସ୍ବାଇଁ ନାମକ ଜଣେ ଯୁବକ ହଠାତ୍ ଆସି ନିରଞ୍ଜନଙ୍କୁ ଖଣ୍ଡାରେ ହାଣି ପକାଇ ଘଟଣା ସ୍ଥଳରୁ ତୁରନ୍ତ ଚମ୍ପଟ୍ ମାରିଥିଲା। ରକ୍ତ ଜୁଡୁବୁଡୁ ଅବସ୍ଥାରେ ନିରଞ୍ଜନଙ୍କୁ ସୁମଣ୍ଡଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ତେବେ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁର ବଡମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି।ଦୁଇଦିନ ତଳେ କମେଣ୍ଟ ମରାକୁ କେନ୍ଦ୍ର କରି ନିରଞ୍ଜନ ଓ ଟୁଲୁକଂ ମଧ୍ୟରେ ବଚସା ହୋଇଥିଲା ଏବଂ ଏବେ ଏଭଳି ମରଣାନ୍ତକ ଆକ୍ରମଣ ଘଟିଛି। ତେବେ ପୋଲିସ ତଦନ୍ତ କଲାପରେ ହିଁ ପ୍ରକୃତ କାରଣ ଜଣାପଡିବ ବୋଲି କୁହାଯାଉଛି। ଘଟଣା ସ୍ଥଳରେ ବେଗୁନିଆପଡ଼ା ଫାଣ୍ଡି ପୋଲିସ ଓ କୋଦଳା ଥାନା ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଥିବା ବେଳେ ଆହତଙ୍କ ଅବସ୍ଥା ଅତି ଗୁରୁତର ଥିବା କୁହାଯାଉଛି।
Ad2

Comments are closed.