Odisha news

ଶିକ୍ଷକଙ୍କ ସାଂଘାତିକ କାରନାମା, ଗୋଟିଏ ସ୍କୁଲରେ ପାଠ ପଢାଇ ଦୁଇଟି ସ୍କୁଲରୁ ନେଉଛନ୍ତି ଦରମା

କୋଦଳା : (୦୮/୦୨/୨୦୨୧) : ଗଂଜାମ ଜିଲ୍ଲାରେ ଜାଲ୍ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ବିରୁଦ୍ଧରେ ଅଭିଯୋଗ ଆସିବା ପରେ ବିଭିନ୍ନ ସ୍ଥାନରୁ ଜାଲ୍ ସାର୍ଟିଫିକେଟ ବଳରେ ଚାକିରି ହାତେଇଥିବା ଶିକ୍ଷକ ଶିକ୍ଷୟିତ୍ରୀ ଏବେ ଛାନିଆଁ ହୋଇଛନ୍ତି। ସୂଚନା ତଥ୍ଯ ଆଧାରରେ ଏସବୁର କାରନାମା ପଦାକୁ ଆସୁଥିବା ବେଳେ ଏବେ ଜଣେ ଶିକ୍ଷକ ଦୁଇଟି ବିଦ୍ୟାଳୟରୁ ଦରମା ପାଇଥିବା ଭଳି ଏକ ଘଟଣାର ଖୁଲାସା ହୋଇଛି।  ଜଣେ ଶିକ୍ଷକ ବର୍ଷ ବର୍ଷ ଧରି ଦୁଇଟି ବିଦ୍ୟାଳୟରେ ଚାକିରୀ କରୁଥିବା ଦର୍ଶାଇ ଦରମା ପାଇଥିବା ଘଟଣା ଏବେ ଗଂଜାମ ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି। ଅଭିଯୋଗ ଅନୁସାରେ ଗଂଜାମ ଜିଲ୍ଲା କବିସୂର୍ଯ୍ୟନଗର ବିଦ୍ଯାପୀଠରେ କାଳି ଚରଣ ଶତପଥୀ ନାମକ ଜଣେ ଶିକ୍ଷକ   ୨୬ ଜୁଲାଇ ୨୦୦୨ ଠାରୁ ଚାକିରୀ ପାଇ ଶିକ୍ଷକତା ଆରମ୍ଭ କରିଥିଲେ । ତେବେ ସେହି ଶିକ୍ଷକ ଜଣକ ବେଗୁନିଆପଡ଼ା ବ୍ଳକର ଚନ୍ଦନପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ
ଗତ ୧୩ ଡିସେମ୍ବର ୨୦୦୬ ଠାରୁ ୩୦ ଏପ୍ରିଲ୍ ୨୦୧୧ ପର୍ଯ୍ୟନ୍ତ ଶିକ୍ଷାଦାନ କରୁଥିବା ଦର୍ଶାଇ ଦୁଇଟି ବିଦ୍ୟାଳୟରୁ ଦରମା ପାଇଛନ୍ତି। ଶିକ୍ଷକ ଜଣକ କବିସୂର୍ଯ୍ୟ ବିଦ୍ଯାପୀଠରେ ଶିକ୍ଷକତା କରୁଥିବା ବେଳେ ପୁଣି ଚନ୍ଦନପୁର ବିଦ୍ୟାଳୟରେ କିଭଳି ଚାକିରି କଲେ ତାକୁ ନେଇ ଦେଖାଦେଇଥିବା ବିବାଦ।
ସୂଚନା ତଥ୍ଯ ଆଧାରରେ ଏହି କାରନାମା ଜଣାପଡିବା ପରେ  ଅଲ୍ ଇଣ୍ଡିଆ ଫରୱାର୍ଡ ବ୍ଲକ୍ ଗଞ୍ଜାମ ଜିଲ୍ଲା କମିଟି ପକ୍ଷରୁ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି।କମିଟି ସଂପାଦକ ସମରଜିତ ମହାନ୍ତି ଏନେଇ ଗଞ୍ଜାମ ଜିଲ୍ଲାପାଳ,ମୁଖ୍ୟମନ୍ତ୍ରୀ,ଗଣ ଶିକ୍ଷା ମନ୍ତ୍ରୀ,ମୁଖ ଶାସନ ସଚିବ,ପ୍ରମୁଖ ସଚିବ,ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ,ରାଜ୍ୟ ପ୍ରକଳ୍ପ ସଂଯୋଜକ,ଓପେପା,5T ସଚିବ ଓ କ୍ରାଇମବ୍ରାଞ୍ଚଙ୍କୁ ଲିଖିତ ଅଭିଯୋଗ ପଠାଇଥିବା ଜଣାପଡିଛି ।ସଂପୃକ୍ତ ଅଭିଯୁକ୍ତ ଶିକ୍ଷକଙ୍କ ଏଭଳି କାରନାମା ବିରୁଦ୍ଧରେ ଆଇନଗତ କାର୍ଯ୍ଯାନୁଷ୍ଠାନ ନେବା ସହିତ ତାଙ୍କ ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପତ୍ରକୁ ମଧ୍ୟ ତୁରନ୍ତ ଜାଞ୍ଚ୍ ପାଇଁ ଦାବି କରିଛନ୍ତି ଶ୍ରୀ ମହାନ୍ତି।
 ଅଭିଯୋଗ ଆଧାରରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବା ପାଇଁ କହିଛନ୍ତି ବେଗୁନିଆପଡ଼ା ବ୍ଳକ ଗୋଷ୍ଠୀ ଶିକ୍ଷା ଅଧିକାରୀ କମଳାକାନ୍ତ ସାହୁ ।
ରିପୋର୍ଟ : ସୁଶାନ୍ତ କୁମାର ପଟ୍ଟନାୟକ ।

Comments are closed.