Odisha news

ଆସିଗଲା ହ୍ୱାଟ୍ସଆପ୍ ର ଦେଶୀ ଭର୍ଜନ : ସରକାରୀ କାର୍ଯ୍ୟାଳୟରେ ଆରମ୍ଭ ହେଲା ସନ୍ଦେଶ ଆପ୍ ର ବ୍ୟବହାର ,ଜଣାନ୍ତୁ କଣ ରହିଛି ଖାସ୍ କଥା

ନୂଆଦିଲ୍ଲୀ : କିଛି ସରକାରୀ ଅଧିକାରୀ ହ୍ୱାଟ୍ସଆପର ଦେଶୀ ଭର୍ଜନ ଅର୍ଥାତ ସନ୍ଦେଶ ଆପର ବ୍ୟବହାର କରିବା ଆରମ୍ଭ କରି ଦେଇଛନ୍ତି l ଗତ ବର୍ଷ ଭାରତ ସରକାର କହିଥିଲେ କି ହ୍ୱାଟ୍ସଆପ ଭଳି ଏକ ଚାଟ୍ ଫିଚର ଉପରେ କାମ କରୁଛନ୍ତି l ବର୍ତ୍ତମାନ ଏହି ସନ୍ଦେଶ ଆପ ସମ୍ପୂର୍ଣ ଭାବରେ ପ୍ରସ୍ତୁତ ହୋଇ ଗଲାଣି ଓ କିଛି ଅଧିକାରୀ ମଧ୍ୟ ଏହି ଆପର ବ୍ୟବହାର କରିବା ଆରମ୍ଭ କରି ଦେଇଛନ୍ତି l ସରକାରୀ ଇନ୍ଷ୍ଟଣ୍ଟ ମେସେଜିଙ୍ଗ ସିଷ୍ଟମ ଗୋଟିଏ ଅତ୍ୟନ୍ତ ସହଜ ଆପ ଅଟେ l ଗତବର୍ଷ ସରକାର ଯେତେବେଳେ ଏହାକୁ ଘୋଷଣା କରିଥିଲେ ଲୋକ ମାନଙ୍କୁ ଲାଗିଥିଲା ଯେ ଏହାର ନାମ GIMS ହେବ କିନ୍ତୁ ଏହାକୁ ଗୋଟିଏ ଦେଶୀ ନାମ ସନ୍ଦେଶ ମିଳିଲା l

ବିଜ୍ନେସ ଷ୍ଟାଣ୍ଡାଡର ରିପୋର୍ଟ ଅନୁସାରେ gims.gov.in କୁ ଯେତେବେଳେ ଆପଣ ଯିବେ ସେତେବେଳେ ଆପଣଙ୍କୁ ଏହି ଆପ ବିଷୟରେ ତଥ୍ୟ ମିଳିବ l ଆପଣଙ୍କୁ ଏଠାରେ ଏହା ମଧ୍ୟ କୁହାଯିବ ଯେ ଆପଣ କିପରି ଲଗିନ କରି ପାରିବେ l ଯେ କୌଣସି ଅପସନରେ ଆପଣ ଟ୍ୟାପ କରି ତାହାକୁ ପଢି ପାରିବେ l କିନ୍ତୁ ଯାହା ଗୁରୁତ୍ୱପୂର୍ଣ୍ଣ ଉପାୟ ହେଉଛି ତାହା କେବଳ ସରକାରୀ ବ୍ୟବହାର ପାଇଁ l

ସାଧାରଣ ଜନତାଙ୍କ ପାଇଁ କରାଯିବ ପରେ ରୋଲଆଉଟ
ସୂଚନାରେ କୁହାଯାଇଛି ବର୍ତ୍ତମାନ ହ୍ୱାଟ୍ସଆପର ଦେଶୀ ଭର୍ଜନ କେବଳ ସରକାରୀ ବ୍ୟବହାର ପାଇଁ l ଏମିତିରେ ଏହାକୁ ସାଧାରଣ ଜନତାଙ୍କ ପାଇଁ କେବେ ଅନୁମତି ମିଳିବ ସେ ବିଷୟରେ କୌଣସି ତଥ୍ୟ ଦିଆଯାଇ ନାହିଁ କିନ୍ତୁ ଯେତେ ଶୀଘ୍ର ହେବ କରାଯାଇ ନପାରିବ l

ସନ୍ଦେଶ ଆପ IOS ଓ ଆଣ୍ଡ୍ରୋଏଡ ଦୁଇଟି ପ୍ଲାଟଫର୍ମରେ କାମ କରି ପାରିବ l ଏହା ଏକ ଆଧୁନିକ ଚାଟିଙ୍ଗ ଆପ ଅଟେ l ଏହି ଆପକୁ ନେସନାଲ ଇନଫରମେଟିକ ସେଣ୍ଟର ନିୟନ୍ତ୍ରଣ କରୁଛି ଯାହା IT ମନ୍ତ୍ରଣାଳୟ ଅନ୍ତର୍ଗତରେ ଆସିଥାଏ l ସନ୍ଦେଶ ଆପର ସମୟ ଅତ୍ୟନ୍ତ ସଠିକ ଅଟେ ,କାରଣ ଗୋଟିଏ ପଟେ ଯେଉଁଟି ହ୍ୱାଟ୍ସଆପକୁ ନିଜର ପ୍ରାଇଭେସି ପଲିସୀକୁ ନେଇ ପୂର୍ବରୁ ବିଭିନ୍ନ ପ୍ରକାର ଆରୋପ ଶୁଣିବାକୁ ପଡୁଛି ସେଠାରେ ଲୋକମାନେ ମଧ୍ୟ ବର୍ତ୍ତମାନ ଅନ୍ୟ ଆପର ସନ୍ଧାନରେ ରହିଛନ୍ତି l

Comments are closed.