Odisha news

ପିଲାକଂ ଖାଦ୍ୟ ଲୁଟ୍ ନେଇ ଅଂଗନବାଡ଼ି କର୍ମିଙ୍କ ଉପରେ ତାତିଲେ ଗ୍ରାମବାସୀ : କାର୍ଯ୍ୟାନୁଷ୍ଠାନ ନହେଲେ ସିଡିପିଓଙ୍କ କାର୍ଯ୍ୟାଳୟ ଘେରାଉ ପାଇଁ ଚେତାବନୀ

0
କୋଦଳା (ସୁଶାନ୍ତ କୁମାର ପଟ୍ଟନାୟକ) : ସମନ୍ବିତ ଶିଶୁ ବିକାଶ ଯୋଜନାରେ ହେଉଛି ବଡ଼ ଦୁର୍ନୀତି। କୋମଳମତି ଶିଶୁଙ୍କ ଖାଦ୍ୟ ହେଉଛି ହରିଲୁଟ୍। ସରକାରଙ୍କ ଗାଇଡ୍ ଲାଇନ୍ ମାନୁନାହାନ୍ତି ବିଭାଗୀୟ ଅଧିକାରୀଣୀ। ସଲାସୁତୁରାରେ ଦୁର୍ନୀତି ଚାଲୁଥିବା ନେଇ ଅଭିଯୋଗ ହେଉଛି। ତେବେ ବାରମ୍ବାର ଏଭଳି ଦୁର୍ନୀତି ଅଭିଯୋଗ ହେଉଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ କୌଣସି ପଦକ୍ଷେପ ନ ନେବାରୁ ଦୁର୍ନୀତି କ୍ରମଶ ବ୍ଯାପିବାରେ ଲାଗିଛି। ଗଂଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ ସିଡିପିଓ ସଂଧ୍ୟାରାଣୀ ପାଣିଗ୍ରାହୀଙ୍କ ଦୁର୍ନୀତି କାରନାମା ସଂପର୍କରେ ବହୁ ବାର ଅଭିଯୋଗ ହେଉଥିବା ବେଳେ ଏହି ଦୁର୍ନୀତି ସମ୍ପର୍କରେ ନା ଜାଞ୍ଚ୍ ହେଉଛି ନା କାର୍ଯ୍ୟାନୁଷ୍ଠାନ। ତେବେ ଏହି ବ୍ଲକର ବେଲଝରୀ ଗ୍ରାମର ଅଂଗନବାଡି କେନ୍ଦ୍ର ୧ ରୁ ଏବେ ଆସିଛି ସାଂଘାତିକ ଅଭିଯୋଗ ।ଏଠାରେ କାର୍ଯ୍ୟରତ ଅଂଗନବାଡ଼ି କର୍ମି ସଂଯୁକ୍ତା ଦେବୀ ପ୍ରଧାନ ଦୀର୍ଘ ୭ ବର୍ଷ ଧରି ଅନ୍ଯତ୍ର ରହୁଥିବା ବେଳେ କାଁ ଭାଁ ସେଣ୍ଟର ଖୋଲି ଫଲସ୍ ବିଲ୍ ଜରିଆରେ ଅର୍ଥ ହରିଲୁଟ୍ କରୁଥିବା ନେଇ ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।
ସରକାରଙ୍କ ଗାଇଡ୍ ଲାଇନ୍ ଅନୁସାରେ ଅଣ୍ଡା, ଛତୁଆ ନ ବାଣ୍ଟି ପିଲାକଂ ଖାଦ୍ୟ ଚଳୁ କରୁଥିବା ଅଭିଯୋଗ କରି ବୁଧବାର ଗ୍ରାମର ଶତାଧିକ ମହିଳା ଓ ପୁରୁଷ ଅଂଗନବାଡି କେନ୍ଦ୍ରରେ ପହଞ୍ଚିଥିଲେ ।ପୂର୍ବରୁ ଏ ନେଇ ସିଡିପିଓଙ୍କୁ ଅଭିଯୋଗ କରିଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆ ଯାଇନଥିଲା। ବୁଧବାର ଦୁଇ ଜଣ ସୁପରଭାଇଜର ସଂପୃକ୍ତ ଅଂଗନବାଡି କେନ୍ଦ୍ରରେ ପହଞ୍ଚି ଘଟଣା ସଂପର୍କରେ ଜାଞ୍ଚ୍ କରିଥିଲେ।ତେବେ ଗ୍ରାମବାସୀ କାର୍ଯ୍ୟାନୁଷ୍ଠାନ ପାଇଁ ଜିଦ୍ ଧରିବାରୁ ହରଡଘଣାରେ ପଡିଥିଲେ ଦୁଇ ସୁପରଭାଇଜର। ଘଟଣାର କୌଣସି ସମାଧାନ ବାହାରି ନଥିବା ବେଳେ ସଂପୃକ୍ତ ଅଂଗନବାଡି କର୍ମୀଙ୍କୁ ବହିସ୍କାର ସହ ନୂତନ ଅଂଗନବାଡି କର୍ମୀ ନିଯୁକ୍ତି କରା ନଗଲେ ଆଗାମୀ ଦିନରେ ସିଡିପିଓଙ୍କ କାର୍ଯ୍ୟାଳୟ ଘେରାଉ କରିବା ପାଇଁ ଚେତାବନୀ ଦେଇଛନ୍ତି ଗ୍ରାମବାସୀ।
Govt
Leave A Reply