Odisha news

ଲୁଟେରା ଗ୍ୟାଙ୍ଗ୍ ସହ ବନ୍ଧୁକ ଓ ଗୁଳି ଜବତ କଲା ଖଲ୍ଲିିକୋଟ ପୋଲିସ

0
 ଖଲ୍ଲିକୋଟ : (ସୁଶାନ୍ତ କୁମାର ପଟ୍ଟନାୟକ) ଗଂଜାମ ଜିଲ୍ଲା ଖଲ୍ଲିକୋଟ ପୋଲିସ କୁ ମିଳିଛି ବଡ଼ ସଫଳତା। ମଂଗଳବାର ୪ ଜଣ ଲୁଟେରାଙ୍କୁ ପୋଲିସ କାବୁ କରିଥିବା ବେଳେ ବେଆଇନ ବନ୍ଧୁକ ରଖିଥିବା ଅଭିଯୋଗରେ ଖଲ୍ଲିିକୋଟ ବ୍ଲକ କୈରାଶି ପଞ୍ଚାୟତର ସମିତି ସଭ୍ୟଙ୍କ ସ୍ବାମୀଙ୍କୁ ମଧ୍ୟ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି। ଲୁଟେରା ମାନଙ୍କ ଠାରୁ ୯ଟି ବନ୍ଧୁକ ସହ ୧୩ ରାଉଣ୍ଡ ଗୁଳି, ୫ ଟି ମାଗାଜିନ, ଦୁଇଟି ଖଣ୍ଡା ଓ ତିନିଟି ବାଇକ ଜବତ କରିଛି ପୋଲିସ।
ଏ ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଗଞ୍ଜାମ ଆଡିସନାଲ ଏସପି ଠାକୁର ପ୍ରସାଦ ପାତ୍ର। ଦୀର୍ଘ ଦିନ ଧରି ଖଲ୍ଲିକୋଟ ଅଞ୍ଚଳରେ ଚୋରି, ଡକାୟତି ଓ ରାହାଜାନୀ ବଢି ଚାଲିଥିବା ବେଳେ ଏହାକୁ ରୋକିବା ପାଇଁ ଗଞ୍ଜାମ ଏସପିଙ୍କ ନିର୍ଦ୍ଦେଶ କ୍ରମେ ଖଲ୍ଲିକୋଟ ଥାନା ଅଧିକାରୀଙ୍କ ଏକ ସ୍ବତନ୍ତ୍ର ଟିମ ଅଭିଯାନ ଆରମ୍ଭ କରିଥିଲେ। ଗତକାଲି କୌଣସି ସୂତ୍ରରୁ ଖବର ପାଇ ସାନଘାଟି ନିକଟରେ ଡକାୟତି କରିବା ଉଦ୍ଦେଶ୍ୟରେ ଛକି ରହିଥିବା ଲୁଟେରାଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା ଖଲ୍ଲିକୋଟ ପୋଲିସ ।
Govt
Leave A Reply