Odisha news

ନିୟମିତ ସେବନ କରନ୍ତୁ ମାତ୍ର ୫ଟି କିସମିସ ସହିତ ଗୋଟିଏ କପ ଦୁଗ୍ଧ ଆଣ୍ଠୁ ଗଣ୍ଠି ଯନ୍ତ୍ରଣା ଦୂର ହେବା ସହିତ ରକ୍ତଚାପ ହେବ ସନ୍ତୁଳନ

0

ଆମେ ପିଲାଟି ଦିନରୁ ଶୁଣିଛୁ ଦୁଗ୍ଧ ଗୋଟିଏ ପୁଷ୍ଟିକର ଖାଦ୍ୟ, ଯାହାକି ଅନେକ ଗୁଡିଏ ପୋଷାକ ତତ୍ତ୍ୱରେ ଭରପୁର ହୋଇଥାଏ l ଯେଉଁଠି ଦୁଗ୍ଧ ରେ କ୍ୟାଲସିୟମ୍ ସହିତ ବିଭିନ୍ନ ଭିଟାମିନ ଭରପୁର ମାତ୍ରାରେ ରହିଥାଏ, ସେଠାରେ କିସମିସ ରେ ଅନେକ ପୋଷାକ ତତ୍ୱ ମଧ୍ୟ ରହିଥାଏ l ସ୍ୱାସ୍ଥ୍ୟ ବିଶେଷଜ୍ଞ ଙ୍କ ମତରେ ଦୁଗ୍ଧ ରେ କିସମିସ ମିଶାଇବା ଗୋଟିଏ ଲାଭ ଦାୟକ କମ୍ବିନେସନ ଅଟେ l ଯାହାଦ୍ୱାରା ଶରୀରର ଅନେକ ସମସ୍ୟା ଦୂର ହୋଇଯାଇ ଥାଏ l ଆଜି ଆସନ୍ତୁ ଜାଣିବା ନିୟମିତ ଦୁଗ୍ଧ ସହିତ କିସମିସ ବତୁରାଈ ଖାଇବାର ଚମତ୍କାର ଲାଭ ବିଷୟ ରେ l

* କୋଷ୍ଠ କାଠିନ୍ୟ ରେ ପୀଡିତ ରହୁଥିବା ଲୋକ ମାନଙ୍କ ପାଇଁ ଦୁଗ୍ଧ ଓ କିସମିସ ଗୋଟିଏ ଭଲ କମ୍ବିନେସନ ଅଟେ l କିସମିସ ଫାଇବର ରେ ଭରପୁର ଅଟେ l ପ୍ରତିଦିନ ସକାଳେ  ରେ ଦୁଗ୍ଧ ସହିତ କିସମିସ କିଛି ବତୁରାଈ ସେବନ କରିବା ଦ୍ୱାରା ପାଚନ ସମସ୍ୟା ରେ ସୁଧାର ଆସିଥାଏ l ପେଟ ର ସମସ୍ତ ସମସ୍ୟା ଦୂର ହୋଇଥାଏ l

* ଯଦି ଆପଣ ଶରୀରରେ ରକ୍ତ ହୀନତା ର ସମୁଖୀନ ହେଉଛନ୍ତି ତେବେ ନିୟମିତ କିସମିସ ଓ ଦୁଗ୍ଧ ସେବନ କରନ୍ତୁ l ଏହି କମ୍ବିନେସନ ଆପଣଙ୍କ ରକ୍ତ ରେ ଅକ୍ସିଜେନ ସ୍ତର କୁ ମଧ୍ୟ ବୃଦ୍ଧି କରିଥାଏ l ତେଣୁ ପ୍ରତିଦିନ ରାତିରେ ଖାଇ ସାରିବା ପରେ ଦୁଗ୍ଧ ସହିତ କିଛିଟା କିସମିସ ଦାନା କୁ ଚୋବାଇ ଖାଆନ୍ତୁ l

* ଦୁଗ୍ଧ ରେ କ୍ୟାଲସିୟମ ରହି ଥିବାରୁ ଏହା ଆମ ହାଡ଼ କୁ ମଜବୁତ କରିଥାଏ l କିନ୍ତୁ କିସମିସ ସହିତ ଦୁଧ ର କମ୍ବିନେସନ ହାଡ଼ ର ଜଏଣ୍ଟ କୁ ମଜବୁତ କରିଥାଏ ଓ ବିଭିନ୍ନ ହାଡ଼ ଜନିତ ସମସ୍ୟା ରୁ ଆରାମ ଦେଇଥାଏ l

* କିସମିସ ଭିତରେ ରହିଥିବା ହାଇ ପୋଟାସିୟମ ଆମ ହାର୍ଟ ହେଲଥ କୁ ସୁରକ୍ଷିତ ରଖିବାରେ ସାହାଯ୍ୟ କରିଥାଏ l ତେଣୁ ଏହାକୁ ନିୟମିତ ସେବନ କରିବା ଦ୍ୱାରା ରକ୍ତ ଚାପ ସନ୍ତୁଳିତ ରହିବ ସହିତ ହାର୍ଟ ହେଲଥ ମଧ୍ୟ ଠିକ ରହିଥାଏ l

* ଯେଉଁମାନେ ନିଦ୍ରା ହୀନତା ର ସମୁଖୀନ ହେଉଛନ୍ତି ସେମାନେ ନିୟମିତ କିସମିସ ସହିତ ଦୁଗ୍ଧ ସେବନ କରନ୍ତୁ l କିସମିସ ରେ ରହିଥିବା ମଗ୍ନେଶୀୟମ ଓ ପୋଟାସିୟମ ଆମ ଅନିଦ୍ରା ଦୋଷ ଦୂର କରିବାରେ ସାହାଯ୍ୟ କରିଥାଏ l

Leave A Reply