Odisha news

କିମ ଜୋଙ୍ଗ ଉନ ଙ୍କୁ କାହିଁକି ଚତୁର୍ଥ ଥର ସାକ୍ଷାତ କରିବାକୁ ବ୍ୟସ୍ତ ହେଉଛନ୍ତି ଟ୍ରମ୍ପ ? କଣ ରହିଛି ଭିତ୍ତିରୀ କଥା

0

ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ପୁନର୍ବାର ଉତ୍ତର କୋରିଆ ଶାସକ କିମ ଜୋଙ୍ଗ ଉନ ଙ୍କ ସହିତ ସାକ୍ଷାତ କରିବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି, ଏହା ତାଙ୍କର ଚତୁର୍ଥ ସାକ୍ଷାତ ହେବ ଏବଂ ଏହା ପଛରେ ଅନ୍ତରାଷ୍ଟ୍ରୀୟ ରାଜନୀତି ରେ ହଲଚଲ ଦେଖା ଯାଇଛି l ଟ୍ରମ୍ପ ଙ୍କର ଏହି ପଦକ୍ଷେପ ଯେଉଁଠି ଗୋଟିଏ ପଟରେ କୂଟନୀତି ର ଅଂଶ ଭାବରେ ଗ୍ରହଣ କରାଯାଉଛି,  କିନ୍ତୁ ଅନ୍ୟ ପକ୍ଷରେ  ଉତର କୋରିଆ ର ବଡ଼ ଶତ୍ରୁ ଦକ୍ଷିଣ କୋରିଆ ପାଇଁ ଏହା ଖୁସି ଖବର ଏବଂ ଆହ୍ୱାନ ମୂଳକ ଅଟେ l

ଆସନ୍ତୁ ଜାଣିବା ସମ୍ପୂର୍ଣ ଖବର –
ସିନହୁଆ ର ରିପୋର୍ଟ ଅନୁସାରେ ଷୋମବାର ଦିନ ହ୍ୱାଇଟ ହାଉସ ରେ ଦକ୍ଷିଣ କୋରିଆର ରାଷ୍ଟ୍ରପତି ଲୀ ଜେ -ୟାଙ୍ଗ ଙ୍କ ସହିତ ସାକ୍ଷାତ କରିଥିଲେ, ଏହି ସାକ୍ଷାତକାର ଆରମ୍ଭ ସେମାନେ ଉତର କୋରିଆ ତାନାସାହି ଶାସକଙ୍କ ବିଷୟରେ ଆଲୋଚନା କରିଥିଲେ l ଟ୍ରମ୍ପ କହିଥିଲେ କି କିମ ଜଙ୍ଗ ଉନ ଙ୍କ ଆଲୋଚନା କରିଥିଲେ, ଟ୍ରମ୍ପ କହିଥିଲେ ଯେ କିମ ଙ୍କ ସହିତ ତାଙ୍କର ସମ୍ପର୍କ ଖୁବ ନିବିଡ଼ ଅଟେ , ଏବଂ ସେ ପୁନର୍ବାର ସାକ୍ଷାତ କରିବାକୁ ଚାହୁଁଛନ୍ତି l

ଚତୁର୍ଥ ଥର ସାକ୍ଷାତ୍କାର କରିବେ ଟ୍ରମ୍ପ –
ଟ୍ରମ୍ପ ପୂର୍ବରୁ ତିନିଥର ଜୋଙ୍ଗ ଙ୍କ ସହିତ ସାକ୍ଷାତ କରିସାରିଛନ୍ତି, ଟ୍ରମ୍ପ ଏବଂ କିମ ଙ୍କ ପ୍ରଥମ ସାକ୍ଷାତକାର ଜୁନ୍ ୨୦୧୮ ରେ ହୋଇଥିଲା, ଏବଂ ଦ୍ଵିତୀୟ ଥର ଫେବୃଆରୀ ୨୦୧୯ ରେ ହୋଇଥିଲା, ଏବଂ ତୃତୀୟ ଥର ୨୦୧୯ ଜୁନ ରେ ହୋଇଥିଲା l

ଟ୍ରମ୍ପ ଙ୍କର ବିଶ୍ୱାସ ରହିଛି ଯେ ଏହା ଗୋଟିଏ ସୌଜନ୍ୟ ମୂଳକ ସାକ୍ଷାତକାର ରହିବ, କାହିଁକିନା ପୂର୍ବରୁ ଯେଉଁ ସାକ୍ଷାତକାର ହୋଇଥିଲା ସେହି ସମୟରେ ଉତର କୋରିଆ କମ ମିସାଇଲ ପରୀକ୍ଷଣ କରିଥିଲା, ଟ୍ରମ୍ପ ଉତ୍ତର କୋରିଆର ପରମାଣୁ କାର୍ଯ୍ୟକ୍ରମ ରେ ଲଗାମ ଲଗାଇବାକୁ ଚାହୁଁଛନ୍ତି ବିସ୍ଲେସଜ୍ଞ ଙ୍କ ମତ ରହିଛି ଯେ ଏହା ଉତର କୋରିଆ ଏବଂ ଦକ୍ଷିଣ କୋରିଆର ଉତେଜନା କୁ କମ କରିବ l କିନ୍ତୁ ଏହା ପଛରେ ଟ୍ରମ୍ପ ଙ୍କର ରାଜନୈତିକ ଲାଭ ମଧ୍ୟ ରହିଛି l ଟ୍ରମ୍ପ ଦାବି କରିଛନ୍ତି ଯେ ସେ ନିଜର ୭ମାସ କାର୍ଯ୍ୟକାଳ ରେ ୭ଟି ଯୁଦ୍ଧ ପରିସ୍ଥିତି କୁ ସମାଧାନ କରିଛନ୍ତି l

ଦକ୍ଷିଣ କୋରିଆ ପାଇଁ ଟ୍ରମ୍ପ ଙ୍କର ଏହି ପଦକ୍ଷେପ ୨ ଧାର ଛୁରୀ ଭଳି ଅଟେ, ଦକ୍ଷିଣ କୋରିଆ ଅନ୍ୟ ପଟରେ ଭୟ ରଖିଛି ଯେ ଟ୍ରମ୍ପ ଙ୍କ ର କିମ ଙ୍କ ସାକ୍ଷାତକାର ଉତର କୋରିଆକୁ  ପରମାଣୁ ଶକ୍ତି ସମ୍ପନ୍ନ ମାନ୍ୟତା  ଦେଇପାରେ l ଯାହାକି ତାଙ୍କ ପାଇଁ ଗ୍ରହଣୀୟ ନୁହେଁ l

Leave A Reply