ଶରୀର କୁ ସୁସ୍ଥ ରଖିବା ପାଇଁ କିଡ୍ନୀ ସୁସ୍ଥ ରହିବ ନିହାତି ଜରୁରୀ ଅଟେ l କିଡ୍ନୀ ସାହାଯ୍ୟରେ ଆମ ଶରୀରର ବିଷାକ୍ତ ପଦାର୍ଥ ସହଜରେ ବାହାରି ଆସିଥାଏ l କିନ୍ତୁ ଆମର ଖାଦ୍ୟପେୟ ପ୍ରଣାଳୀ ଦ୍ୱାରା ଆମର ଲିଭର ବିଶେଷ ଭାବରେ ପ୍ରଭାବିତ ହୋଇଥାଏ l ସେଥିପାଇଁ ଶରୀରକୁ ସୁସ୍ଥ ରଖିବା ପାଇଁ କିଡ୍ନୀ ମଧ୍ୟ ସୁସ୍ଥ ରହିବା ଖୁବ ଜରୁରୀ l ଆଜି ଆମେ ଜାଣିବା ମଣିଷର କେଉଁସବୁ ଖରାପ ଅଭ୍ୟାସ ଦ୍ୱାରା କିଡ୍ନୀ ପ୍ରଭାବିତ ହୋଇଥାଏ l
– ଅଧିକ ପେନ କିଲର ସେବନ –
ଡାକ୍ତରଙ୍କ ବିନା ପରାମର୍ଶରେ ଅଧିକ ପେନକିଲର ସେବନ କରିବା ଦ୍ୱାରା କିଡ୍ନୀ ଡ୍ୟାମେଝ ହୋଇଥାଏ l ବୟସ ଆସିବା ପୂର୍ବରୁ କିଡ୍ନୀ ରୋଗରେ ଆପଣ ଆକ୍ରାନ୍ତ ହୋଇ ଥାଆନ୍ତି l
– ଲୁଣ ଅଧିକ ସେବନ –
ଲୁଣରେ ଉଚ୍ଚ ମାତ୍ରାରେ ସୋଡିୟମ ରହିଥାଏ l ଯାହା ରକ୍ତଚାପ ବୃଦ୍ଧିର ଗୋଟିଏ କାରଣ ଅଟେ ଓ କିଡ୍ନୀ ମଧ୍ୟ ଏହାଦ୍ୱାରା ପ୍ରଭାବିତ ହୋଇଥାଏ l
– ପ୍ରୋସେସଡ଼ ଫୁଡ ସେବନ –
ପ୍ରୋସେସଡ଼ ଫୁଡ ରେ ସୋଡିୟମ ଓ ଫସଫରସ ରହିଥାଏ l ଯାହା କିଡ୍ନୀ ପାଇଁ କ୍ଷତିକାରକ ଅଟେ l ଏହାଛଡା ହାଡ଼ ପାଇଁ ମଧ୍ୟ କ୍ଷତି କାରକ ଅଟେ l
– ପର୍ଯ୍ୟାପ୍ତ ମାତ୍ରାରେ ପାଣି ନପିଇବା –
କିଡ୍ନୀ ସୁସ୍ଥ ରଖିବା ପାଇଁ ଶରୀରକୁ ହାଇଡ୍ରେଟ ରଖିବା ଜରୁରୀ l ବିଶେଷ ଭାବରେ ଆପଣ ଯଦି ପର୍ଯ୍ୟାପ୍ତ ମାତ୍ରାରେ ପାଣି ନପିଇବେ ତେବେ କିଡ୍ନୀ ପ୍ରଭାବିତ ହେବ l
– ପର୍ଯ୍ୟାପ୍ତ ନିଦ ନଆସିବା –
କିଡ୍ନୀ ସୁସ୍ଥ ରହିବା ପାଇଁ ଭଲ ନିଦ୍ରାର ଆବଶ୍ୟକତା ରହିଛି l ନିହାତି ଦିନକୁ ୮ ଘଣ୍ଟା ଶୋଇବା ନିହାତି ଜରୁରୀ l
– ଅଧିକ ମାଂସ ସେବନ –
ଅନୀମାଲ ପ୍ରୋଟିନ ଅଧିକ ସେବନ କରିବା ଦ୍ୱାରା ରକ୍ତରେ ଉଚ୍ଚ ମାତ୍ରାରେ ଏସିଡ ଉତ୍ପନ ହୋଇଥାଏ ଯାହାଦ୍ୱାରା କିଡ୍ନୀ କ୍ଷତିଗ୍ରସ୍ତ ହୋଇଥାଏ l
– ଚିନି ଯୁକ୍ତ ଖାଦ୍ୟ ପଦାର୍ଥ –
ଅଧିକ ଚିନି ଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା ଉଚ ରକ୍ତଚାପ ଓ ମଧୁମେହ ସମସ୍ୟା ଦେଖା ଦେଇଥାଏ ଏହି କାରଣରୁ କିଡ୍ନୀ କ୍ଷତିଗ୍ରସ୍ତ ହୋଇଥାଏ l
– ଧୁମ୍ରପାନ –
ଧୁମ୍ରପାନ ସେବନ କରିବା ଦ୍ୱାରା ଫୁସଫୁସ ଓ ହାର୍ଟ ଉପରେ ପ୍ରଭାବ ପଡିଥାଏ l ଏହାଦ୍ୱାରା କିଡ୍ନୀ ଡ୍ୟାମେଜ ହୋଇଥାଏ l
– ମଦ୍ୟପାନ –
ଯଦି ଆପଣ ନିୟମିତ ମଦ୍ୟପାନ କରୁଛନ୍ତି ତେବେ ଏହାଦ୍ୱାରା କିଡ୍ନୀ କ୍ଷତିଗ୍ରସ୍ତ ହୋଇଥାଏ l
– ଦୀର୍ଘ ସମୟ ଧରି ଗୋଟିଏ ସ୍ଥାନରେ ବସିବା –
ଦୀର୍ଘ ସମୟ ଧରି ପରିସ୍ରା ନିୟନ୍ତ୍ରଣ କରି ଗୋଟିଏ ସ୍ଥାନରେ ବସିବା ଦ୍ୱାରା କିଡ୍ନୀ ପ୍ରଭାବିତ ହୋଇଥାଏ l