ଖୋର୍ଦ୍ଧା,୧୮ା୯ : ପୂର୍ବ ଶତୃତାକୁ କେନ୍ଦ୍ରକରି ଆଜି ସନ୍ଧ୍ୟାରେ ଜଙ୍କିଆ ଥାନା ଅନ୍ତର୍ଗତ ଛଣଗିିରି ଛକରେ ଗୁଳିମାଡ ଓ ଭୁଜାଲି ଚୋଟରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି । ଆହତ ଜଣକ ହେଲେ ସେହି ଗ୍ରାମର ଧଡ ଓରଫ୍ ସେକ ରଫିକ୍ (୨୬) । ତାଙ୍କ ବାମ ଆଣ୍ଠୁ ତଳକୁ ଏବଂ ହାତ ପାପୁଲିରେ ଗୁଳି ବାଜିଛି । ଏଥିସହିତ ଶରୀର ର ବିଭିନ୍ନ ସ୍ଥାନରେ ଭୁଜାଲିର ଚୋଟ ଚିହ୍ନ ରହିଛି । ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଖୋର୍ଦ୍ଧା ଓ ପରେ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଥିବା ଜଣାଯାଇଛି ।
ଛଣଗିରି ର ସେକ ସୁଲତାନ୍ ପୂର୍ବରୁ ଏକ ମାମଲାରେ ଜେଲ ଯାଇ ଗତ କିଛିଦିନ ତଳେ ଜାମିନ ରେ ଆସି ଗାଁ ରେ ରହିଥିଲେ । ଗୁରୁବାର ରାତିରେ କୌଣସି କାରଣକୁ ନେଇ ସୁଲତାନଙ୍କ ସହିତ ଛଣଗିରିର କିଛି ଯୁବକଙ୍କର ଯୁକ୍ତିତର୍କ ହୋଇଥିଲା । ଏହାକୁ ନେଇ ଆଜି ସନ୍ଧ୍ୟାରେ ଛଣଗିରି ଛକରେ ସେକ ରଫିକ କୁ ସୁଲତାନ୍ ଆକ୍ରମଣ କରିଥିଲେ । ପ୍ରଥମେ ଗୁଳିମାଡ କରିଥିଲେ । ଗୋଟିଏ ଗୁଳି ତାଙ୍କର ବାମ ଆଣ୍ଠୁତଳେ ଏବଂ ଅନ୍ୟଟି ହାତରେ ବାଜିଥିବାବେଳେ ଏଥିରେ ରଫିକ୍ ତଳେ ପଡିଯାଇଥିଲେ ।
ଏହି ସମୟରେ ସୁଲତାନ୍ ଭୁଜାଲିରେ ରଫିକ୍ କୁ ଦୁମ ଦୁମ କରି ଚୋଟମାରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ଗୁରୁତର ଅବସ୍ଥାରେ ରଫିକ୍ କୁ ସ୍ଥାନୀୟ ଲୋକେ ଆଣି ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିସôାଳୟରେ ଭର୍ତି କରିଥିଲେ ।ସେଠାରେ ପ୍ରାଥମିକ ଚିକିସôାପରେ ଅବସ୍ଥା ଗୁରୁତର ଥିବାରୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି ।ଖବର ପାଇ ଜଙ୍କିଆପୁଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି । ପୂର୍ବ ଶତୃତାକୁ କେନ୍ଦ୍ରକରି ଏଘଟଣା ଘଟିଥିବା ପୋଲିସର ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି
