ଭଦ୍ରକ :ମାତ୍ର ୭ଦିନ ତଳେ ସ୍ୱାମୀ ଅବସରପ୍ରାପ୍ତ ପ୍ରଶାସକ କମଳାକାନ୍ତ ରାଉତ ପରଲୋକ ଗମନ କରିଥିଲେ । ଆଉ ଆଜି ମଧ୍ୟାହ୍ନରେ ତାଙ୍କ ଧର୍ମପନିୀ ବିଜୟଲକ୍ଷ୍ମୀ ରାଉତ ୭୬ବର୍ଷ ବୟସରେ ଆଖି ବୁଜିଲେ ।
ଭଦ୍ରକ ସହରାଞ୍ଚଳ ଥାନା କୁଆଁସ ଅଞ୍ଚଳର ଅଧିବାସୀ ତଥା “କିଟ୍’ ଓ “କିସ୍’ପରିବାର ସଦସ୍ୟ ତଥା ସେଠାକାର ଜଗନ୍ନାଥ ମନ୍ଦିରରେ ଦୀର୍ଘ ୨୩ବର୍ଷ କାଳ ଟ୍ରଷ୍ଟି ଭାବେ ଦାୟିତ୍ୱ ନିର୍ବାହ କରିଥିବା ସ୍ୱର୍ଗତଃ କମଳାକାନ୍ତ ରାଉତଙ୍କ ଗତ ୧୧ତାରିଖରେ ଭୁବନେଶ୍ୱରର ସ୍ଥିତ ବାସଭବନରେ ବିୟୋଗ ଘଟିଥିଲା । ଆଉ ଆଜି ସ୍ୱାମୀଙ୍କ ବିୟୋଗଜନିତ ଦୁଃଖରେ ପନିୀ ବିଜୟଲକ୍ଷ୍ମୀଙ୍କ ପରଲୋକ ଘଟିଛି ।
କମଳାକାନ୍ତଙ୍କ ଏକାଦଶାହ କ୍ରିୟା ଲାଗି ପରିବାର ଲୋକେ ବ୍ୟସ୍ତ ଥିବା ବେଳେ ଆଜି ସେମାନଙ୍କ ମାତୃବିୟାଗ ଭଳି ଆଉ ଏକ ଦାରୁଣ ଦୁଃଖ ସେମାନଙ୍କୁ ବ୍ୟତିବ୍ୟସ୍ତ କରିଦେଇଛି । ମୃତୁ୍ୟଖବର ପ୍ରଚାରିତ ହେବା ପରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ସମ୍ପର୍କୀୟ ଓ ଶୁଭେଚ୍ଛୁମାନେ ତାଙ୍କ କୁଆଁସ ବାସଭବନକୁ ଯାଇ ଶେଷଦର୍ଶନ କରିଥିଲେ । ମୃତୁ୍ୟଶଯ୍ୟା ନିକଟରେ ତାଙ୍କ ଜ୍ୟୋଷ୍ଠପୁତ୍ର ଦେବାଶିଷ ରାଉତ ଓ ମଝିଆ ପୁତ୍ର ଆଶୀଷ ରାଉତ ତଥା ପରିବାରବର୍ଗ ଉପସ୍ଥିତ ଥିଲେ ।
