Odisha news

ମାଙ୍କଡା ଖଣିରେ ଚଢାଉ; ୬ଟ୍ରକ, ୬ପାୱାରଟିଲର ଓ ଗୋଟିଏ ଟ୍ରାକ୍ଟର ଜବତ

0

ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲାପାଳ ସନତ ମହାନ୍ତିଙ୍କ ନିଦେ୍ର୍ଦଶକ୍ରମେ ଆଜି ପ୍ରଶାସନ ପକ୍ଷରୁ ବିଭିନ୍ନ ମାଙ୍କଡା ଖଣି ଅଂଚଳରେ ଚଢାଉ କରାଯାଇଛି । ଚଢାଉ ସମୟରେ ପ୍ରଶାସନ ପକ୍ଷରୁ ମାଙ୍କଡା ପଥର କଟାରେ ନିୟୋଜିତ ୬ଗୋଟି ପାୱାରଟିଲରକୁ ଜବତ କରାଯାଇଥିଲା ।

ଏଥିସହିତ ମାଙ୍କଡା ପଥର ଚାଲାଣରେ ନିୟୋଜିତ ୬ଟି ଟ୍ରକ୍ ଏବଂ ଗୋଟିଏ ଟ୍ରାକ୍ଟରକୁ ଜବତ କରାଯାଇଥିବାବେଳେ ପ୍ରଶାସନର ଏଭଳି ଚଢାଉ ଖଣିମାଫିଆଙ୍କ ମଧ୍ୟରେ ଆତଙ୍କ ଖେଳାଇଛି । ତେବେ ଆଗକୁ ଏଭଳି ଚଢାଉ ଜାରୀ ରହିବ ବୋଲି ପ୍ରଶାସନ ସୂତ୍ରରୁ ଜଣାଯାଇଛି

Nalco
Leave A Reply