ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲାରେ ଗ୍ରାମ୍ୟସ୍ତରରେ କୋଭିଡ ପରିଚାଳନା କମିଟିର ସଦସ୍ୟମାନେ ଘରକୁ ଘର ବୁଲି ସ୍ୱାସ୍ଥ୍ୟ ସର୍ଭେ କାର୍ଯ୍ୟ କରୁଛନ୍ତି । କୋଭିଡ ମ୍ୟାନେଜମେଂଟ କମିଟିରେ ଆଶା, ଏଏନଏମ, ଅଙ୍ଗନୱାଡି କର୍ମୀମାନେ ସଦସ୍ୟ ଅଛନ୍ତି । ସ୍ୱାସ୍ଥ୍ୟ ସର୍ଭେ ସମୟରେ ଥଣ୍ଡା,କାଶ ଜ୍ୱର ଆଦିଥିବା ଲୋକମାନଙ୍କୁ ପଂଚାୟତ କିମ୍ବା ସହରାଂଚଳରେ ଥିବା କୋଭିଡ କେୟାର ହୋମ ରେ ରହିବା ପାଇଁ ବ୍ୟବସ୍ଥା କରାଯାଇଛି ।
ଏହି ଲୋକମାନଙ୍କୁ ପରୀକ୍ଷା କରିବା ପରେ କରୋନା ପଜେଟିଭ ଥିବା ଲୋକମାନଙ୍କୁ ସ୍ୱତନ୍ତ୍ର କୋଭିଡ ହସ୍ପିଟାଲକୁ ପଠାଇଦିଆଯିବ ର ବ୍ୟବସ୍ଥା କରାଯାଉଛି । ଜିଲ୍ଲାର ୧୯୦ ପଂଚାୟତ ଓ ୪ଟି ସହରାଂଚଳରେ ରେ ମୋଟ ୧୯୪ କୋଭିଡ କେୟାର ହୋମ କରାଯାଇଛି । ଜିଲ୍ଲାର ଗ୍ରାମାଂଚଳରେ ୧୩୫୮ଟି ଭିଲେଜ ଲେବୁଲ କମିଟି ଏବଂ ସହରାଂଚଳରେ ୭୧ଟି ୱାର୍ଡ କମିଟି ଗଠନ କରାଯାଇଛି ବୋଲି ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିଦେ୍ର୍ଦଶକ ଦିଗନ୍ତ ରାଉତରାୟ ସୂଚନା ଦେଇଛନ୍ତି ।