ନିରାକାରପୁର,୨୬।୩: ଓୟୁଜେ ଖୋର୍ଦ୍ଧା ଶାଖା ର ଏକ ସାଙ୍ଗଠନିକ ବୈଠକ ଆଜି ଭୁଶୁଣ୍ଢପୁର ସ୍ଥିତ ମା ଉଗ୍ରତାରାଙ୍କ ପୀଠ ରେ ଅନୁଷ୍ଠିତ ହୋଇଯାଇଛି। ଜିଲା ସଭାପତି ତପନ କୁମାର ନାୟକ ଏଥିରେ ସଭାପତିତ୍ୱ କରିଥିଲେ। ଏଥିରେ ରାଜ୍ୟ ସମ୍ପାଦକ ପ୍ରସନ୍ନ ପାଇକରାୟ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସୁଶାନ୍ତ ବିଶ୍ୱାଳ ପ୍ରମୁଖ ଯୋଗଦେଇ ସଂଗଠନ ର ରହିଥିବା ବିଭିନ୍ନ ଦାବିକୁ ରାଜ୍ୟ ସଂଗଠନ ର ଦୃଷ୍ଟିକୁ ଆଣି ସମାଧାନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ଆୟୋଜିତ ସଭା କାର୍ଯ୍ୟକୁ ଜିଲା ସାଧାରଣ ସମ୍ପାଦକ ଲୋହିତ ନାରାୟଣ ମହାପାତ୍ର ପରିଚାଳନା କରିଥିଲେ।
